• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

କୃଷି ସମବାୟ ସମିତି ସଭାପତି ସଙ୍ଘ ବନ୍ଧୁମିଳନ

Spread the love

ଜିଲ୍ଲା ପ୍ରତାପ ନଗରୀ ସ୍ଥିତ ଧାକୁଲେଇ ପୀଠ ଠାରେ କଟକ ଜିଲ୍ଲା କୃଷି ସମବାୟ ସଭାପତି ସଙ୍ଘ ପକ୍ଷରୁ ଏକ ବନ୍ଧୁମିଳନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି,କଟକ ଜିଲ୍ଲା ର ଆଠ ଗୋଟି ବ୍ଲକ -କଣ୍ଟାପଡା,ନିଆଳୀ,ବାରଙ୍ଗ,କଟକ ସଦର,ସାଲେପୁର,ମାହାଙ୍ଗା,ନିଶ୍ଚିନ୍ତକୋଇଲି,ଟାଙ୍ଗୀ ଚୌଦ୍ୱାର,ଇତ୍ୟାଦି ବ୍ଲକ ଅନ୍ତର୍ଗତ 50 ରୁ ଉର୍ଦ୍ଧ ସମବାୟ ସମିତି ସଭାପତି ମାନେ ଯୋଗ ଦେଇଥିଲେ,ଉକ୍ତ ସଭାରେ କୁଳସରିଚୁଁଆଁ ସମବାୟ ସମିତି ସଭାପତି ଦେବେନ୍ଦ୍ର କୁମାର ସ୍ୱାଇଁ ସଭାପତିତ୍ୱ କରିଥିଲେ,ଖଲର୍ଦା ସେବା ସମବାୟ ସମିତି ସଭାପତି ବନ୍ଧୁ ଚରଣ ସାହୁ ସମବାୟ ଉପରେ ଆଲୋକପାତ କରିଥିଲେ,ନିଜ ନିଜ ଅଞ୍ଚଳ ର ଚାଷୀ ଭାଇମାନଙ୍କର ବିକାଶ ଓ ଉର୍ନତି ଦିଗରେ କିଭଳି ସେବା ଯୋଗାଇ ପାରିବା ସେ ବିଷୟରେ ଆଲୋଚନା କରିଥିଲେ,ସମସ୍ତ ସଭାପତି ମାନେ ନିଜ ନିଜ ମତ ରଖିଥିଲେ,ଆଗାମୀ ଫେବୃଆରୀ ମାସରେ ଏକ ଗଭର୍ଣ୍ଣିଙ୍ଗ ବଡି ଗଢ଼ାଯିବା ପାଇଁ ପ୍ରସ୍ତାବ ଦିଆଗଲା,କଟକ ଜିଲ୍ଲା କୃଷି ସମବାୟ ସମିତି ସଭାପତି ସଙ୍ଘ ଟିକୁ ସରକାରୀ ସ୍ତରରେ ରେଜିଷ୍ଟେସନ କରିବା ପ୍ରସ୍ତାବ ଦିଆଗଲା ଓ ସେ ପର୍ଯ୍ୟନ୍ତ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ସ୍ୱାଇଁ ଙ୍କୁ ଅସ୍ଥାୟୀ ସଭାପତି ରୂପେ ସର୍ବ ସମ୍ମତି ଅନୁସାରେ ବଛାଗଲା ଓ ସଂଯୋଜକ ରୂପେ ଜଗନ୍ନାଥ ସେବା ସମବାୟ ସଭାପତି ଶ୍ରୀଯୁକ୍ତ ଗୋଲେଖ ଚନ୍ଦ୍ର ପାତ୍ରଙ୍କୁ ବଛାଯାଇ ଦାୟିତ୍ୱ ଦିଆଗଲା,ପ୍ରତି ବ୍ଲକ ରୁ ଦୁଇ ଜଣ ଲେଖାଏଁ କୋଡିନେଟର ରହିବେ,ଶେଷରେ ନାହଳପୁର ସେଵା ସମବାୟ ସମିତି ର ସଭାପତି ସନ୍ତୋଷ କୁମାର ପ୍ରଧାନ ଧନ୍ୟବାଦ ଦେଇ ସଭା ଶେଷ କରିଥିଲେ ||

Leave a Reply

Your email address will not be published. Required fields are marked *