ବିକ୍ରମ ପଣ୍ଡା ଗଞ୍ଜାମ ବିଜେଡି ସଭାପତି
ଗଞ୍ଜାମ ବିଜେଡି ନେତୃତ୍ବକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ କାନ୍ଧକୁ ଯାଇଛି ଜିଲ୍ଲା ବିଜେଡି ଦାୟିତ୍ଵ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଚାରିଟି ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରିଛନ୍ତି । ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଭାବେ ବିକ୍ରମ କୁମାର ପଣ୍ଡାଙ୍କ ନାମ ଘୋଷଣା ହୋଇଛି। ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ ଯୋଗୁଁ ସେ ବିଜୁ ଜନତା ଦଳ ଲୋକପ୍ରିୟତା ହାସଲ କରିଛି। ନବୀନ ବାବୁଙ୍କ ଲକ୍ଷ୍ୟକୁ ପୂରଣ କରିବା ଦଳର ନେତୃବୃନ୍ଦଙ୍କ ସହ ମିଳିମିଶି କାମ କରିବି। ସମସ୍ତଙ୍କ ସହଯୋଗରେ ଗଞ୍ଜାମ ବିଜେଡିକୁ ଅଧିକ ସଶକ୍ତ କରିବାକୁ ଲକ୍ଷ୍ୟ ରହିବ ବୋଲି ପ୍ରଥମ ପ୍ରତିକ୍ରିୟାରେ ଗଣମାଧ୍ୟମକୁ କହିଛନ୍ତି ବିକ୍ରମ। ବିଜେଡି ଲୋକଙ୍କ ସହ ରହିଛି ଏବଂ ଆଗାମୀ ଦିନରେ ମଧ୍ୟ ପୂର୍ବ ସ୍ଥାନ ବଜାୟ ରଖିବ ବୋଲି କହିଛନ୍ତି।
ଛାତ୍ର ରାଜନୀତିରୁ ବିକ୍ରମଙ୍କ ରାଜନୈତିକ ଯାତ୍ରା ଆରମ୍ଭ। ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ସଭାପତି ହେବା ପରେ କଂଗ୍ରେସରେ ଜଣେ ଟାଣୁଆ ଯୁବନେତା ଭାବେ ପରିଚୟ ସୃଷ୍ଟି କରିଥିଲେ। ପ୍ରଦେଶ କଂଗ୍ରେସ କମିଟି ସହ ଜାତୀୟ କଂଗ୍ରେସ କମିଟିରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା। ୨୦୧୯ରେ ବିଜେଡିରେ ସାମିଲ ହେବା ପରେ ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଏବଂ ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଥିଲେ। ବିକ୍ରମଙ୍କ ସଂଗଠନିକ ଦକ୍ଷତା ଉପରେ ଆସ୍ଥା କରି ଦଳ ତାଙ୍କୁ ବ୍ରହ୍ମପୁର ସହ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଦାୟିତ୍ଵ ଦେଇଥିଲା। ଗତସାଧାରଣ ନିର୍ବାଚନ ପରେ କିଛି ନେତା ଅଦୃଶ୍ୟପ୍ରାୟ ଥୁବା ବେଳେ ବିକ୍ରମ ସରକାରଙ୍କୁ କଡ଼ା ବିରୋଧ କରି ଚର୍ଚ୍ଚାରେ ଥିଲେ। ସେପଟେ ଜିଲ୍ଲାରେ ସାଂଗଠନିକ ସ୍ଥିତି ଏବଂ ନୂଆ ଜିଲ୍ଲା ସଭାପତି ଚୟନକୁ ନେଇ ବିଜେଡି ନେତା ସଂଜୟ ଦାସବର୍ମା ଗତ ଫେବ୍ରୁଆରୀ ମାସରେ ବ୍ରହ୍ମପୁର ସର୍କିଟ୍ ହାଉସ୍ ଠାରେ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ମତାମତ ଲୋଡ଼ିଥିଲେ। ସେତେବେଳେ କିଛିନେତା ବିକ୍ରମଙ୍କ ନାମ କହିଥିବା ବେଳେ ଆଉ କିଛି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ନାମ ପ୍ରସ୍ତାବ ଦେଇଥିଲେ । ସୋମବାର ସନ୍ଧ୍ୟାରେ ବିଜେଡି କାର୍ଯ୍ୟାଳୟରୁ ବିକ୍ରମଙ୍କ ନାମ ଜିଲ୍ଲା ସଭାପତି ଭାବେ ଘୋଷଣା ପରେ ଦଳ ସୁପ୍ରିମୋ ଯୁବ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରିଥିବା ଜଣାଯାଇଛି। ବ୍ରହ୍ମପୁର ଗଜପତିନଗର ସ୍ଥିତ ବାସଭବନରେ ସମର୍ଥକମାନେ ପହଞ୍ଚି ଉତ୍ସାହ ମନାଇଛତି। ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ସହ ଦଳର ସମସ୍ତ ବରିଷ୍ଠ ଓ କନିଷ୍ଠ ନେତାଙ୍କୁ କୃତଜ୍ଞତା