ରାୟଗଡ଼ା (ଓଡ଼ିଶ୍ରୀ ଖବର)ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ପଲମା ପଞ୍ଚାୟତ ପଲମା ଏସ୍ଏସ୍ଡି ଉଚ୍ଚ ବିଦ୍ୟାଳୟର ୧୨ ଜଣ ଛାତ୍ରୀ ଓ ୧୨ ଜଣ ଛାତ୍ରଙ୍କୁ ବିଶେଷ ଟି–ଶାର୍ଟ ପ୍ରଦାନ କରିଛନ୍ତି। କ୍ରୀଡ଼ା କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ଓ ପ୍ରତିଭା ଦେଖାଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପାହାଡ଼ିଆନ ଏକାଡେମୀର ସଭାପତି ତଥା ଇଣ୍ଡିଆନ୍ ଆର୍ମିର ଲ୍ୟୁଟେନାଣ୍ଟ କର୍ନେଲ ବିଜୟାନନ୍ଦ ଦାଶ, ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ବାବୁଲା ମେଲକାଙ୍କ ସହିତ ସମ୍ପର୍କ ସ୍ଥାପନ କରି କର୍ନେଲ ଦାଶ ସେଗୁଡ଼ିକୁ ପୋଷ୍ଟାଲ ମାଧ୍ୟମରେ ପଠାଇଥିବା ଜଣାପଡ଼ିଛି। ଏହି ପ୍ରତିଶ୍ରୁତିମାନ୍ ଛାତ୍ରଛାତ୍ରୀଙ୍କ ପାଇଁ ଏହା କେବଳ ଏକ ପୋଷାକ ନୁହେଁ, ଏହା ଏକ ପ୍ରେରଣା, ଏକ ପ୍ରତୀକ—ଜାହା ସେମାନଙ୍କୁ ଆଗାମୀଦିନରେ ଅଧିକ ଲକ୍ଷ୍ୟନିଷ୍ଠ ଓ ପରିଶ୍ରମୀ କରିବାରେ ସାହାଯ୍ୟ କରିବ।ଟି–ଶାର୍ଟ ପାଇବା ପରେ ଛାତ୍ରଛାତ୍ରୀମାନେ ବିଶେଷ ଭାବରେ ଉତ୍ସାହିତ ହୋଇଥିଲେ। ସେମାନେ କର୍ନେଲ ବିଜୟାନନ୍ଦ ଦାଶଙ୍କୁ ଓ କ୍ରୀଡ଼ା ଶିକ୍ଷକ ବାବୁଲା ମେଲକାଙ୍କୁ ହୃଦୟପୂର୍ଣ୍ଣ କୃତଜ୍ଞତା ଜଣାଇଛନ୍ତି।ସେମାନଙ୍କ କଥାରେ, “ଏହା ଆମ ପାଇଁ ବଡ଼ ପ୍ରେରଣା। ଏହା ଦେଖି ଆମେ କ୍ରୀଡ଼ାରେ ଆଉ ଅଧିକ ସ୍ୱାଧ୍ୟାୟ ଓ ପରିଶ୍ରମ କରିବାକୁ ପ୍ରେରିତ ହେବୁ।”ସ୍ଥାନୀୟ ଅଭିଭାବକମାନେ ମଧ୍ୟ କର୍ନେଲ ଦାଶଙ୍କ ଏହି ସଦଭାବପୂର୍ଣ୍ଣ ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ଏଭଳି ପ୍ରୋତ୍ସାହନ ଗ୍ରାମୀଣ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ାରେ ଆଗକୁ ଆଣିବାରେ ସାହାଯ୍ୟ କରିବ।