ରାୟଗଡ଼ା (ଓଡ଼ିଶ୍ରୀ ଖବର)ରାୟଗଡ଼ା ଜିଲ୍ଲା ସଦର ବ୍ଲକ ଇରିକୁବାଡି ପଞ୍ଚାୟତ ବାଲାପାଡ଼ୁ କ୍ୱାର୍ଜ ଏବଂ କାର୍ଜାଇଟ ଖଣିର ଖନନ ବିରୋଧରେ ଜନପ୍ରତିନିଧ ଏବଂ ଅଞ୍ଚଳ ବାସିନ୍ଦା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ବଡ଼ଇରୁକୁବାଡ଼ି, ଗାଜିଗାଁ, ପିତାମହଳ ଏବଂ ତାଡ଼ମା ଗ୍ରାମ ପଞ୍ଚାୟତ ସହିତ କ୍ୱାର୍ଜ ଖଣି ପରିକଳ୍ପିତ ପାହାଡ଼ ଅଞ୍ଚଳରେ ବସବାସ କରୁଥିବା ସ୍ଥାନୀୟ ବାସିନ୍ଦା ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମାସ ୧୨ ତାରିଖରେ ଆୟୋଜିତ ଖଣି ଖନନ ପରି ବେଶ ମଞ୍ଜୁ ରୀ ଅଭିଯୋଗ ଶୁଣାଣି ସମ୍ପର୍କ ରେ ଆପରି ଏବଂ ବିରୋଧ କରିବାର କାରଣ କ୍ୱାର୍ଜ ଖଣି ଖନନ ହେଲେ ପାହାଡ଼ ଉପରେ ପ୍ରାୟ ୬ ଗୋଟି ଗ୍ରାମର ପ୍ରାୟ ୧୮୦୦ ଲୋକ ବସବାସ କରୁଛନ୍ତି। ସେହିପରି ପାହାଡ଼ ନିକଟସ୍ଥ ପ୍ରାୟ ୧୦ ଗୋଟି ଗ୍ରାମ ଅବସ୍ଥିତର ପ୍ରାୟ ୩ ହଜାରଲୋକ ବସବାସ କରୁଛନ୍ତି। ତେଣୁ କର୍ଜ ଯଦି ଖଣି ଉତ୍ତୋଳନ କରାଯାଏ ଜୀବନଜୀବିକା ସହିତ ବାସହରା ହୋଇଯିବୁଛ ଏହା ସହିତ ଆମର ପ୍ରାକୃତିକ ସମ୍ପଦ, ବନଜଙ୍ଗଲ, ପ୍ରାକୃତିକ ସ୍ରୋତ, କୃଷିଭୂମି ଓ ପରିବେଶକୁ ଗୁରୁତର କ୍ଷତି ପହଞ୍ଚାଇବା ସହ ଆମର ସ୍ଵାସ୍ଥ୍ୟ ହାନୀ ଘଟିବ ବୋଲି ଲିଖିତ ଅଭିଯୋଗ କରିଛନ୍ତି।ପ୍ରକାଶ ଥାଉକି, ରାୟଗଡ଼ା ଜିଲ୍ଲା ସଦର ବ୍ଲକ ଇରି କୁ ବାଡି ପଞ୍ଚାୟତ ଅନ୍ତର୍ଗତ ବାଲାପାଡ଼ୁ କ୍ୱାର୍ଜ ଏବଂ କ୍ଲାର୍ଜାଇଟ ୫୫.୩୯୪ ହେକ୍ଟରପରିମିତ ଅଂଚଳରେ କ୍ଵାର୍ଜ ଖଣିରୁ ବାର୍ଷିକ ୫୪୫୦୦ ଘନ ମିଟର ଉତ୍ତୋଳନ କରିବା ନିମନ୍ତେ ପରିବେଶୀୟ ମଞ୍ଜୁରୀ ପାଇଁ ସର୍ବ ସାଧାରଣ ଶୁଣାଣି ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡ଼ିଶା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ପରିବେଶ ମଞ୍ଜୁରୀ ଜନଶୁଣାଣି ଆୟୋଜନ କରାଯାଇଥିଲା । ସେହି ଦିନ ସ୍ଥାନୀୟ ନିର୍ବାଚିତ ପ୍ରତିନିଧ ଓ ଜନ ସାଧାରଣ ପ୍ରତ୍ୟାଖାନ କରିଛନ୍ତି । ଏହାକୁ ପୁଣି ଶୁକ୍ରବାର ଇରୁକୁବାଡି, ପିତାମହଲ, ଗାଜିଗାଁର ସରପଞ୍ଚ, ସମିତି ସଭ୍ୟ ଏବଂ ଅଞ୍ଚଳର ପ୍ରମୁଖ ବ୍ୟକ୍ତି ଜିଲ୍ଲା । ପାଳଙ୍କ ଜରି ଆ ରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ।