ବିଘ୍ନରାଜ ଗଜାନନ ମୂର୍ତ୍ତୀର ଉଚ୍ଚତା ୪୬ ଫୁଟ
ମୁଖ୍ୟ ଆକର୍ଷଣ ହେଲା ୮୧ କିଲୋଗ୍ରାମର ଲଡୁ
ଭୁବନେଶ୍ବର, (ଓଡ଼ିଶ୍ରୀ ଖବର) ୨୦୧୦ ମସିହାରୁ ‘ବିଘ୍ନରାଜ ଗଜାନନ ପୁଜା’ ଶାନ୍ତି ଶୃଙ୍ଖଳା ଓ ସଫଳତାର ସହିତ ପାଳିତ ହୋଇଆସୁଛି। ଗତ ୧୧ ବର୍ଷ ଧରି, ଓଡିଶାରେ ସବୁଠାରୁ ବଡ଼ ଗଣେଶ କରୁଥିବା ପ୍ରଥମ ଅନୁଷ୍ଠାନ ଭାବେ ପରିଚିତ, ବାହ୍ୟ ଆଡମ୍ବରରେ ନ ମାତି, ପ୍ରଭୁ ଗଣେଶଙ୍କ ପୂଜାର୍ଚ୍ଚନାର ସହିତ ଠିକ ରୀତି-ନୀତି ପାଳନ କରିବାରେ ସର୍ବଦା ବିଶେଷ ଜୋର ଦିଆଯାଇଥାଏ। ଗତ ଦୁଇ ବର୍ଷ ଧରି, ପ୍ରଭୁ ଗଜାନନଙ୍କର ଆଶୀର୍ବାଦ ସୂଚକ ରୂପାର ଅଳଙ୍କାର ପ୍ରସ୍ତୁତ ହୋଇଛି,ଏହିବର୍ଷ ମୂର୍ତ୍ତୀର ଉଚ୍ଚତା ୪୬ ଫୁଟ, ସହିତ ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଚ୍ଛା ଚଳିତ ବର୍ଷର ବିଶେଷତା – ପ୍ରଭୁ ଗଣେଶଙ୍କୁ ଗଜ ରଥେ ଗଜାନନ ରୂପେ ପ୍ରତିଷ୍ଠା କରାଯାଇଛି ତାଙ୍କ ପାଖରେ ଏହିବର୍ଷର ମୁଖ୍ୟ ଆକର୍ଷଣ ହେଲା ୮୧ କିଲୋଗ୍ରାମର ଲଡୁ
ଗତ ଦଶବର୍ଷରେ ଓଡ଼ିଶାରେ ୮୫୭ ଟି ହାତୀ ଜୀବନ ହାରାଇଚ୍ଛା ସବୁଠୁ ବଡ଼ କାରଣ ବିଦ୍ୟୁତ ଆଘାତ, ଯାହା ଅପ୍ରାକୃତିକ ମୃତ୍ୟୁକୁ ବଢ଼ାଇ ଦେଉଛି ହାତୀଙ୍କ ସୁରକ୍ଷା ପାଇଁ ଏହିବର୍ଷ ଗଜ ରଥେ ଗଜାନନ ରୂପେ ପ୍ରତିଷ୍ଠା କରାଯାଇଚ୍ଛା ସମାଜରେ ସଚେତନତା ଏବଂ ପରିବର୍ତ୍ତନ ଆଣିବା ‘ୱିନର ଆସୋସିଏସନ୍’ର ପ୍ରମୁଖପ୍ରୟାସ ରହିଛି,ଏହିବର୍ଷ ଭକ୍ତମାନେ ନିଜ ଇଚ୍ଛାନୁସାରେ ମହାପ୍ରଭୁ ଗଜାନନଙ୍କ ପାଖରେ ନିଜ ନାମରେ କଳସ ବସାଇ ପାରିବେ ଓ ନିଜର ନାମ ଓ ଗୋତ୍ର ଉଲ୍ଲେଖ କରି ଦୁବାର୍ଚ୍ଚନା ମଧ୍ୟ କରିବାର ସୁଯୋଗ ରହିଛି, ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଉପଦେଷ୍ଟା ଉମାନାଥ ମିଶ୍ର, ଉପଦେଷ୍ଟା ନାରାୟଣ ମହାପାତ୍ର, ଉପଦେଷ୍ଟା ଶ୍ରୀମତୀ ଶାଶ୍ବତୀ ମିଶ୍ର, ଉପଦେଷ୍ଟା ଭି. ସନ୍ତୋଷ କୁମାର ରାଓ ଓ ଉପଦେଷ୍ଟା ନିରୋଜ କୁମାର ସାହୁ ପ୍ରମୁଖ ଓ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ।