• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଗୁଣିଆ ସନ୍ଦେହରେ ବୃଦ୍ଧାଙ୍କୁ ନିର୍ମମ ହତ୍ୟା

ByOdishri Khabar

Aug 24, 2025
Spread the love

ରାୟଗଡା (ଓଡ଼ିଶ୍ରୀ ଖବର) ଗୁଣିଆ ସନ୍ଦେହକୁ କେନ୍ଦ୍ର କରି ଜଣେ ବୃଦ୍ଧାଙ୍କୁ ନିଷ୍ଠୁର ଭାବରେ ହତ୍ୟା କରାଯାଇଥିବା ଘଟଣା ଅଞ୍ଚଳରେ ତୀବ୍ର ସନ୍ତାପ ସୃଷ୍ଟି କରିଛି। ଏହି ଦୁର୍ଭାଗ୍ୟଜନକ ଘଟଣା ଶେଷଖାଲ ଥାନା ଅନ୍ତର୍ଗତ ସାନସିଗୁରୁ ଗ୍ରାମରେ ଘଟିଥିଲା।
ମିଳିଥିବା ସୂଚନା ଅନୁଯାୟୀ, ୬୦ ବର୍ଷୀୟ ନାରାୟଣ ମାଣ୍ଡାଙ୍ଗିଙ୍କୁ କାଠ ଫାଳିଆ ଓ ଧାରୁଆ ଅସ୍ତ୍ରରେ ସଙ୍ଘବଦ୍ଧ ଆକ୍ରମଣ କରାଯାଇଥିଲା। ଗୁରୁତର ଚୋଟ ଲାଗିଥିବାରୁ ସେ ଘଟଣାସ୍ଥଳରେ ପ୍ରାଣ ହାରିଥିଲେ।
ପରିବାରଜନଙ୍କ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚାରିଜଣ ସନ୍ଦିଗ୍ଧଙ୍କୁ ଅଟକ କରି ପଚରାଉଚରା କରୁଛି। ଦୀର୍ଘଦିନ ଧରି ଗୁଣିଆ ସନ୍ଦେହରେ ନାରାୟଣଙ୍କୁ ଗ୍ରାମରେ ନିର୍ଯାତନା ଦିଆଯାଉଥିବା ସୂଚନା ମିଳିଛି।
ଘଟଣାସମ୍ବନ୍ଧରେ ଆଉ କିଏ ଜଡିତ ରହିଛନ୍ତି, ତାହାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି। ଏପରିକି, ରାୟଗଡା ଜିଲ୍ଲାର ସଦର ବ୍ଲକରେ ପୁନଃପୁନି ଗୁଣିଗାରେଡି ଜନିତ ହତ୍ୟା ଘଟଣା ଘଟିବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ ସଂପୃକ୍ତ ପଦକ୍ଷେପ ହାତକୁ ନେଇନଥିବା ନେଇ ସ୍ଥାନୀୟମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋରଦାର ହୋଇଛି।

Leave a Reply

Your email address will not be published. Required fields are marked *