ରାୟଗଡ଼ା (ଓଡ଼ିଶ୍ରୀ ଖବର) ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକକୁ ନୂତନ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କରିଥିବା ଦେଖିବାକୁ ମିଳିଛି। ଆଜି ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ପ୍ରଥମେ ଶିକରପାଇ ପଞ୍ଚାୟତର କୃଷ୍ଣ ନଗର ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନେ କରିଥିବା ହଳଦୀ ଚାଷ ପରିଦର୍ଶନ କରି ସମସ୍ୟା ବୁଝି ଥିଲେ । କ୍ରିକାଲପାଡ଼ୁ ନିକଟରେ ହେଉଥିବା ମେଘା ପ୍ରଜେକ୍ଟ ପରିଦର୍ଶନ କରିଥିଲେ। ଶିକରପାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସମସ୍ୟା ରହିଥିବା ଖବର ବାରମ୍ବାର ପ୍ରକାଶ ପାଇବା ପରେ ପରିଦର୍ଶନ କରି ସମସ୍ୟା ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଏହାପରେ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ପରିବେଶ ଦେଖି ଖୁସି ହେବା ସହ ସାମାନ୍ୟ କାମ ରହିଥିବା ନେଇ ବିଦ୍ୟାଳୟ କତୃପକ୍ଷ ସହ ଆଲୋଚନା କରିଥିଲେ। ଶିକରପାଇ ରେ ମହାବିଦ୍ୟାଳୟ ନିର୍ମାଣ କରିବା ପାଇଁ ଗ୍ରାମବାସୀ ଲିଖିତ ପ୍ରଦାନ କରିଥିଲେ । ଅଲଣ୍ଡା ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିବା ପରେ କ୍ରିଷ୍ଣାପାତ୍ରଗୁଡା ରେ ହେଉଥିବା ମେଘାପ୍ରଜେକ୍ଟ ପରିଦର୍ଶନ କରିବା ସହ ନଭେମ୍ବର ମାସ ସୁଦ୍ଧା କାର୍ଯ୍ୟ ଶେଷ କରିବା ପାଇଁ ଠିକାଦାର ଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଏହା ପରେ ସିରିପୁର ଏସ ଏସ ଡି ବାଳିକା ବିଦ୍ୟାଳୟ ସମ୍ପୂର୍ଣ୍ଣ ପରିଦର୍ଶନ କରିଥିଲେ । ବିଦ୍ୟାଳୟ ଶୌଚାଳୟ, ଶ୍ରେଣୀ ଗୃହ, ପାଣି ସମସ୍ୟା ଦେଖି ଥିଲେ । ଜିଲ୍ଲା ସେବାଶ୍ରମ ରେ ଝାଡାବାନ୍ତି, ମ୍ୟାଲେରିଆ ରେ ଛାତ୍ର ଛାତ୍ରୀ ଙ୍କ ମୃତ୍ୟୁ ହୋଇଥିବାରୁ ବିଦ୍ୟାଳୟ ଗୁଡିକ ପରିଦର୍ଶନ କରିଥିଲେ। ବ୍ଲକରେ ରିଭିୟୁ ବୈଠକ କରିଥିଲେ । ଏହାପରେ ପାର୍ଷାଲି ପଞ୍ଚାୟତର ନିୟମଗିରି ପାହାଡକୁ ଗସ୍ତ କରିଥିଲେ । ସେହିସମୟରେ ଘାଗୁଡ଼ିମାଳ ଗ୍ରାମର ମହିଳାପୁରୁଷ ଏକତ୍ରିତ ହୋଇ ରାସ୍ତା ସମସ୍ୟାକୁ ନେଇ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ନିୟମଗିରି ପାହାଡ଼ରେ ଥିବା କାଡ୍ରାକାବଣ୍ଡଳୀ ଗ୍ରାମକୁ ଯାଇ ଡ଼ଙ୍ଗରିଆ ମହିଳା ଓ ପୁରୁଷ ଙ୍କ ସହ ଆଲୋଚନା କରିଥିଲେ।ପାନୀୟ ଜଳ, ବିଦ୍ୟୁତ ଓ ରାସ୍ତା ସମସ୍ୟା ସମାଧାନ କରିଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଜନମନ ଯୋଜନା ରେ ହୋଇଥିବା ଘର ଗୁଡ଼ିକ ପରିଦର୍ଶନ କରିଥିଲେ। ଏହାପରେ ସାନଡେଙ୍ଗିଲେଲି ଓ ଫାକେରି ରାସ୍ତା ପରିଦର୍ଶନ କରିବା ପରେ ଶେଷରେ ବ୍ଲକର କାର୍ଯ୍ୟାଳୟ ଆସି ଫେରିଥିଲେ। ଜିଲାପାଳ ଗସ୍ତ ସମୟରେ ବିଡ଼ିଓ ମନୀଷା ଦାସ, ପାନୀୟ ଜଳ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ରମେଶ ମିଞ୍ଜ,କନିଷ୍ଠ ଯନ୍ତ୍ରୀ ନୀଳିମା ପ୍ରିୟଦର୍ଶନୀ ଦାସ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଚନ୍ଦନ ନାୟକ, ବ୍ଲକ କନିଷ୍ଠ ଯନ୍ତ୍ରୀ ଶିବଶଙ୍କର ହିମ୍ବ୍ରମ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରି,ଆରଡ଼ି ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ରମେଶ ନାୟକ ସମେତ ବ୍ଲକ ଅଧିକାରୀ ପ୍ରମୁଖ ଗସ୍ତ କରିଥିଲେ।