• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

କଳା ବିକାଶ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ ସ୍ତରୀୟ ଡାନ୍ସ କମ୍ପିଟେସନ୍।

ByOdishri Khabar

Sep 2, 2025
state level dance compitation
Spread the love

କଟକ କଳା ବିକାଶ କେନ୍ଦ୍ରରେ Jack JDC ର ଓ ସୁଦୀପ୍ତ ମହାନ୍ତି ଙ୍କ ତତ୍ତ୍ଵାବଧାନରେ ରେ ରାଜ୍ୟ ସ୍ତରୀୟ ଡାନ୍ସ କମ୍ପିଟେସନ୍ ର କଟକ ଡାନ୍ସ ଚମ୍ପିୟାନସିପ ଆୟୋଜନ କରାଯାଇଥିଲା,
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଡୋସ୍ ଓ ଚୌଦ୍ଵାର କଟକ ବିଧାୟକ ସୌଭିକ୍ ବିଶ୍ଵାଳ ଙ୍କ ଦ୍ଵାରା ଉଦ୍ଘାଟନ ହୋଇଥିଲା। ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ୨୫୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ, କ୍ଲାସିକାଲ ନୃତ୍ୟ ଠୁ ଆରମ୍ଭ କରି ମର୍ଡନ ଡାନ୍ସ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ପ୍ରତିଯୋଗୀ ମାନେ ନୃତ୍ୟ ପରିବେଷଣ କରିଥିଲେ। ସେହିଭଳି ପ୍ରଥମ, ଦ୍ୱିତୀୟ, ତୃତୀୟ ବିଜେତା ମାନଙ୍କୁ ପୁରସ୍କାର ରାଶି ମଧ୍ୟ ଦେବାର ବ୍ୟବସ୍ଥା ଥିଲା, ପ୍ରତିଯୋଗିତାରେ ୫ବର୍ଷ ରୁ ଆରମ୍ଭ କରି ୪୦ ବର୍ଷର ପ୍ରତିଯୋଗୀ ମାନେ ମଧ୍ୟ ଭାଗନେଇ ପାରିବେ ବୋଲି କହିଛନ୍ତି ଆୟୋଜକ।
ସେହିଭଳି ଜର୍ଜ ମାନଙ୍କ ମଧ୍ୟରେ ବମ୍ବେ ରୁ ଆସିଥିବା ମର୍ଡନ ଡାନ୍ସ ଜର୍ଜ ସଂଜୁ ଯୋଗ ଦେଇଥିଲେ.

ମର୍ଡନ ଡାନ୍ସ ଜର୍ଜ ସୋନୁ ତନ୍ତୀ ଓ କ୍ଲାସିକାଲ ଜର୍ଜ ଆରତୀ ସାହୁ, ଶୁଭେନ୍ଦୁ ଦାଶ ଓ ଜ୍ୟୋତି ରଞ୍ଜନ ନାୟକ ପ୍ରଭୃତି ଉପସ୍ଥିତ ରହି କୃତି ନୃତ୍ୟ କଳା ପ୍ରତିଯୋଗୀ ଙ୍କୁ ମାନପତ୍ର ସହ ପୁରସ୍କାର ରାଶି ମଧ୍ୟ ପ୍ରଦାନ କରିଥିଲେ।କରିଥିଲେ।

Leave a Reply

Your email address will not be published. Required fields are marked *