• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଭାରତରେ ପ୍ରଥମ HMPV ରୋଗୀ ଚିହ୍ନଟ

Spread the love

ଭାରତରେ ପ୍ରଥମ HMPV ରୋଗୀ ଚିହ୍ନଟ, ବେଙ୍ଗାଳୁରୁର ୮ ମାସର ଶିଶୁ ସଂକ୍ରମିତ
ଭାରତରେ ପାଦ ଥାପିଲା HMPV ଭାଇରସ । ଦେଶରେ ପ୍ରଥମ HMPV ଚିହ୍ନଟ। ବେଙ୍ଗାଳୁରୁର ଜଣେ ଶିଶୁଠାରୁ ହ୍ୟୁମାନ ମେଟାନ୍ୟୁମୋଭାଇରସ ବା HMPV ଚିହ୍ନଟ। ୮ ମାସର ଶିଶୁଠାରୁ ଭୂତାଣୁ ଚିହ୍ନଟ ହୋଇଥିବା ସୂଚନା। ବେଙ୍ଗାଳୁରୁର ବାପ୍ଟିଷ୍ଟ ହସ୍ପିଟାଲରେ ଭୂତାଣୁକୁ ଚିହ୍ନଟ କରାଯାଇଛି। ଯାହା ଏବେ ଚିନ୍ତାର କାରଣ ପାଲଟିଛି । ଏକ ଘରୋଇ ହସ୍ପିଟାଲରେ ଏହି ମାମଲାର ରିପୋର୍ଟ ଆସିଛି । ବର୍ତ୍ତମାନ ଯାଏ ଲ୍ୟାବରେ ଏହାର ଟେଷ୍ଟ ହୋଇନାହିଁ । ସେପଟେ ରାଜ୍ଯ ସ୍ବାସ୍ଥ୍ୟ ବିଭାଗ କହିଛି ବିଭାଗ ହାତକୁ ଏହାର ନମୁନା ଆସିନାହିଁ । ଏକ ଘରୋଇ ହସ୍ପିଟାଲରେ ଏହି ଭୂତାଣୁ ଠାବ ହୋଇଛି। ଏହି ଭାଇରସ ସାଧାରଣତଃ ୧୧ ବର୍ଷ ବୟସରୁ କମ ବୟସର ଶିଶୁଙ୍କ କ୍ଷେତ୍ରରେ ଦେଖାଯାଏ। ଫ୍ଲୁ ନମୁନା ମଧ୍ଯରୁ ୦.୭ ପ୍ରତିଶତ କ୍ଷେତ୍ରରେ ଏହି ଭାଇରସ ମିଳିଥାଏ। ତେବେ ବେଙ୍ଗାଲୁରରେ ପ୍ରଥମ ରୋଗୀ ଚିହ୍ନଟ ହେବା ପରେ କର୍ଣ୍ଣାଟକ ସରକାର ନୂଆ ଆଡଭାଇଜାରୀ ଜାରୀ କରିଛନ୍ତି । ଭାଇରସକୁ ନେଇ ବ୍ୟସ୍ତ ନହେବାକୁ ପରାମର୍ଶ ଦିଆଯାଇଛି । ସ୍ବାସ୍ଥ୍ୟ ବିଭାଗ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଏହା ଉପରେ କଡା ନଜର ରଖିଛନ୍ତି ।

ସ୍ବାସ୍ଥ୍ୟ ବିଭାଗ କହିଛି HMPV ଭାଇରସ ଅନ୍ୟ ଶ୍ବାସଜନିତ ଜୀବାଣୁ ପରି, ଏହା ଏକ ଶ୍ବାସପ୍ରଶାସ ସହ ଜଡିତ ଭୂତାଣୁ । ଯାହା ଶୀତ ଋତୁରେ ସାଧାରଣ ଶୀତ ଦିନେ ଥଣ୍ଡା ଏବଂ ଜ୍ବର ଭଳି ସମସ୍ୟା ସୃଷ୍ଟି କରିଥାଏ । ବିଶେଷକରି ଏହା ଶିଶୁ ଏବଂ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ । ଯଦି ଆପଣଙ୍କ କ୍ଷେତ୍ରରେ ଏହି ଭଳି ସମସ୍ୟା ଦେଖାଯାଉଛି ତାହାଲେ ଜାଣି ରଖନ୍ତୁ କେମିତି କରିବେ ଏହାର ନିରାକରଣ ..

କ’ଣ କରିବେ ଏବଂ କ’ଣ କରିବେ ନାହିଁ :

– କାଶ କିମ୍ବା ଛିଙ୍କିବା ସମୟରେ ରୁମାଲ କିମ୍ବା ଟିସ୍ୟୁ କାଗଜରେ ପାଟି ଏବଂ ନାକକୁ ଘୋଡାନ୍ତୁ
– ବାରମ୍ବାର ସାବୁନ୍ ଏବଂ ପାଣି କିମ୍ବା ସାନିଟାଇଜରରେ ହାତକୁ ସଫା କରନ୍ତୁ
– ଜନଗହଳି ପୂର୍ଣ୍ଣ ସ୍ଥାନରୁ ଦୂରେଇ ରୁହନ୍ତୁ
– ଜ୍ୱର, କାଶ, ଛିଙ୍କିବା ସ୍ଥାନଠାରୁ ଦୂରରେ ରୁହନ୍ତୁ

-ଅସୁସ୍ଥତା ଅନୁଭବ କଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ

-ଯଦି ଥଣ୍ଡା ଏବଂ କାଶ ହେଉଛି ତାହେଲେ ଘରେ ରୁହନ୍ତୁ
-ପ୍ରଚୁର ପାଣି ପିଇବା ସହ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ
– ବାରମ୍ବାର ଆଖି, ନାକ ଏବଂ ପାଟି ସ୍ପର୍ଶ କରନ୍ତୁ ନାହିଁ
– ସର୍ବସାଧାରଣ ସ୍ଥାନରେ ଛେପ ପକାନ୍ତୁ ନାହିଁ

ସେରୋଲୋଜିକାଲ ତଥ୍ଯ ଅନୁସାରେ ଏହି ଭାଇରସ ପ୍ରାୟ ୬୦ ବର୍ଷ ଧରି ରହିଆସିଛି ଏବଂ ସାରା ପୃଥିବୀରେ ଏହା ସାଧାରଣ ଶ୍ବାସପ୍ରଶାସ ସହ ଜଡିତ ଭୂତାଣୁ ଭାବେ ରହିଛି । ଏହି ଭୂତାଣୁର ବିନାଶ ଲାଗି କୌଣସି ଔଷଧ ବାହାରିନାହିଁ ବୋଲି କହିଛନ୍ତି ଆମେରିକାର କ୍ଲିଭଲ୍ଯାଣ୍ଡ କ୍ଳିନିକ । ମୁକାବିଲା ଲାଗି ସ୍ବାସ୍ଥ୍ୟ ପ୍ରତିଷ୍ଠାନ ପ୍ରସ୍ତୁତ ବୋଲି ପୂର୍ବରୁ କହିଥିଲେ କେନ୍ଦ୍ର ସରକାର।

Leave a Reply

Your email address will not be published. Required fields are marked *