• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଶହେ ପିଲାଙ୍କର ଏକା ସହ ପାଳନ ହେଲା ଜନ୍ମ ଦିନ

Spread the love

ଅନାଥ ଶିଶୁଙ୍କ ଜନ୍ମଦିନ ପାଳିଲେ ଶପଥ ସ୍ବେଚ୍ଛାସେବୀ ଅନୁଷ୍ଠାନ। ବଡ଼ଚଣା: ବଡ଼ଚଣା ବ୍ଲକ ର ଓଡ଼ିଶା ପ୍ରସିଦ୍ଧ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ଓଳାଶୁଣୀ ଗୁମ୍ଫା ପାଦଦେଶରେ ଶପଥ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ବଡ଼ଚଣା ବ୍ଲକ ବିଦ୍ୟା ଫାଉଣ୍ଡେସନ ର ଅନାଥ ପିଲାମାନଙ୍କ ସାମୂହିକ ଜନ୍ମ ଦିନ ପାଳନ କରାଯାଇଅଛି। ଶପଥ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଭାପତି ସତ୍ୟାନନ୍ଦ ମଲ୍ଲିକ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ବିଞ୍ଝାରପୁର ବ୍ଲକ ଉନ୍ନୟନ ଅଧିକାରୀ ହିତାଂସୁ ସାମଲ, କଟକ ଜିଲ୍ଲା ଜୋନ ୪ A C P ଅମିତାଭ ମହାପାତ୍ର, ମୁଖ୍ୟବକ୍ତା ଭାବେ ସାମ୍ୱାଦିକ ଭକ୍ତ ଚରଣ ସାହୁ, ସମ୍ମାନିତ ଅତିଥି ଭାବେ କିନ୍ନର ସ୍ଵୀଟ ସାହୁ ଓ ପ୍ରମୋଦ ସାହୁ ଙ୍କ ସହ ଅନୁଷ୍ଠାନ ର ବହୁ ସଦସ୍ୟ ଯୋଗଦେଇଥିଲେ। ମୁଖ୍ୟଅତିଥି ଶ୍ରୀଯୁକ୍ତ ସାମଲ ସମାଜରେ ବେସାହାରା ଶିଶୁଙ୍କ ଭବିଷ୍ୟତ ଗଠନ ପାଇଁ ଶପଥ ସ୍ବେଚ୍ଛାସେବୀ ଅନୁଷ୍ଠାନ କୁ ଭୂୟସୀ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି କିନ୍ନର ସ୍ଵୀଟ ସାହୁ ପିଲା ମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ସମସ୍ତେ ଆଗେଇ ଆସିବା ପାଇଁ ନିବେଦନ କରିଥଲେ। ବରିଷ୍ଟ ସାମ୍ୱାଦିକ ଶ୍ରୀଯୁକ୍ତ ସାହୁ ଅନାଥ ପିଲା ମାନଙ୍କ ପାଇଁ ଶପଥ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଆରା ପ୍ରୟାସ ଜାରି ରଖିଥିବାରୁ ଅଶେଷ ଧନ୍ୟବାଦ୍ ପ୍ରତିପୋଷଣ କରିଥିଲେ। ପରିଶେଷରେ ଅନୁଷ୍ଠାନ ର ସଦସ୍ୟ ସସ୍ମିତା ବେହେରା ଧନ୍ୟବାଦ୍ ଅର୍ପଣ କରିବା ସହ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ, ପଢ଼ିବା ପାଇଁ ଖାତା ବହି କଲମ ମଧ୍ୟ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *