ଯୁବ ଜାଗ୍ରତ ମଞ୍ଚ ପକ୍ଷରୁ କମ୍ବଳ ବଣ୍ଟନ କାଯ୍ୟକ୍ରମ =ମାନବ ସେବା ହିଁ ଈଶ୍ୱରଙ୍କ ସେବା ଏହାକୁ ପାଥେୟ କରି ଓଡିଶାର ଅଗ୍ରଣୀ ଯୁବ ସଙ୍ଘଠନ ଯୁବ ଜାଗ୍ରତ ମଞ୍ଚ ତରଫରୁ କମ୍ବଳ ବଣ୍ଟନ କାଯ୍ୟକ୍ରମ ଆରମ୍ଭ ହୋଇଛି,ଚଳିତ ଶୀତ ଋତୁରେ ପ୍ରାୟ ଏକ ହଜାର କମ୍ବଳ ନିଆଳୀ ନିର୍ବାଚନ ମଣ୍ଡଳୀ ଗରିବୀ ଶ୍ରେଣୀ ର ଲୋକ ମାନଙ୍କୁ ବଣ୍ଟାଯିବ ବୋଲି ଯୁବ ଜାଗ୍ରତ ମଞ୍ଚ ର ଅଧ୍ୟକ୍ଷ ତଥା ନିଆଳୀ ନିର୍ବାଚନ ମଣ୍ଡଳୀ ର ଯୁବ ବିଜେପି ନେତା କଳ୍ପତରୁ ଖୁଣ୍ଟିଆ ପ୍ରକାଶ କରିଛନ୍ତି,ଶନିବାର ନିଆଳୀ ନିର୍ବାଚନ ମଣ୍ଡଳୀ ବାରଙ୍ଗ ବ୍ଲକ ଅନ୍ତର୍ଗତ ନଗରୀ ପଂଚାୟତ ର ସନ୍ତୋଳ ଭୋଇ ସାହି ଓ ମଲ୍ଲିକ ସାହି ରେ 100 ରୁ ଉର୍ଦ୍ଧ କମ୍ବଳ ବଣ୍ଟା ଯାଇଛି,ଏହି କମ୍ବଳ ବଣ୍ଟା କାଯ୍ୟକ୍ରମ ରେ ଯୁବ ଜାଗ୍ରତ ମଞ୍ଚର ଉପଦେଷ୍ଟା ଆଇନଜୀବି ରାଜୀବ ପଟ୍ଟନାୟକ,ଅରୁଣ କୁମାର ସାହୁ,ପ୍ରତିପୀ ପରିଜା,ହୀନ୍ତାଶୁ ଦାଶ,ପ୍ରମୁଖ କମ୍ବଳ ବଣ୍ଟନ କାଯ୍ୟକ୍ରମ ରେ ସହଯୋଗ କରିଥିଲେ,ସନ୍ତୋଳ ଭୋଇ ସାହି ମୁଖ୍ୟ ରାସ୍ତା ଅନ୍ଧାର ରହୁଥିବାରୁ ରାତିରେ ଛୋଟ ବଡ଼ ଦୁର୍ଘଟଣା ଘଟୁଥିଲା,ସେହି ରାସ୍ତା ରେ ଯୁବ ଜାଗ୍ରତ ମଞ୍ଚ ର ଅଧ୍ୟକ୍ଷ କଳ୍ପତରୁ ଖୁଣ୍ଟିଆ ନିଜ କାର ରେ ଯାଉଥିବା ସମୟରେ ଛୋଟ ଝିଅଟି ସହିତ ଧକ୍କା ଲାଗିଥିଲା,ସଙ୍ଗେ ସଙ୍ଗେ ଶ୍ରୀଯୁକ୍ତ ଖୁଣ୍ଟିଆ ନିଜ କାର ରେ ଛୋଟ ଝିଅ ଟିକୁ ନିକଟସ୍ଥ ମେଡିକାଲ କୁ ନେଇ ତାର ସମସ୍ତ ଚିକିତ୍ସା କରି ତାକୁ ଘରେ ଛାଡ଼ିଥିଲେ,ଏବଂ କିଛି ଆର୍ଥକ ସାହାଯ୍ୟ ଝିଅ ଟିର ପରିବାର କୁ କରିଥିଲେ,ଏହାକୁ ଲକ୍ଷ କରି ମଞ୍ଚ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଖୁଣ୍ଟିଆ ସେହି ରାସ୍ତା ରେ ତିନି ଟି LED ଲାଇଟ ନିଜ ଖର୍ଚ୍ଚ ରେ ଲଗେଇଛନ୍ତି,ଏଥିପାଇଁ ଗ୍ରାମବାସୀ ଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ କରିବା ସହିତ ଭ୍ରୁୟସୀ ପ୍ରଂଶସା କରିଥିଲେ,ଆଗାମୀ ଦିନରେ ଅଞ୍ଚଳ ରେ ଯାହା ସବୁ ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ପହଁଚେଇବାକୁ ବୋଲି ପ୍ରତିଶୃତି ଦେଇଥିଲେ …