ରାନୀ ପଣ୍ଡା ନା ଯେମିତି କାମ ବି ସେମିତି । ନାଟି ତାଙ୍କର ରାନୀ ହୋଇଥିବାବେଳେ କାମ ବି ଏକ ଦମ ରାଣୀ ଭଳି । ହଁ ଦର୍ଶକ ବନ୍ଧୁ ଆମେ କହୁଛୁ ସେଇ ରାନୀ ପଣ୍ଡା ଙ୍କ କଥା ଯିଏ କି ବିବାଦର ଘେରରେ ରହି ଆଜି ମଧ୍ୟ ଲୋକ ଲୋଚନରେ ପ୍ରଶଂସାର ପାତ୍ର ପାଲଟିଛନ୍ତି । ସେଇ ରାନୀ ଯିଏ କି ଦିନେ ଯାତ୍ରା ଜଗତରେ ନିଜର ସ୍ୱତନ୍ର ପରିଚୟ ସୃଷ୍ଟି କରିଥିଲେ । ହେଲେ ଆଜି ବିବାଦର ଘେରରେ ଘେରି ହୋଇ ରହିଛନ୍ତି । ହେଲେ ନା କାହାକୁ ଖାତିର ନା କାହାକୁ ଭୟ ଏକ ଦମ ବାଘୁଣୀ ସାଜି ସେ ଆଜି ଓଡିଶାରେ ରାଜ କରିଛନ୍ତି । ସେଥିପାଇଁ ତ ପୋଲିସ ପ୍ରଶାସନ ଠାରୁ ଆରମ୍ଭ କରି ସବୁ ନେତା ମନ୍ତ୍ରୀଙ୍କୁ ସେ ଖୁଲମ ଖୁଲା ଗାଳି ମଧ୍ୟ କରି ପାରୁଛନ୍ତି । ଠିକ୍ ଯେମିତି ଏଇ ଏବେ କାର ମର୍ଡର ଘଟଣାକୁ ନେଇ ସେ ପଞ୍ଚିଥିଲେ ମୃତ ସହଦେବଙ୍କ ଘରେ । ଆଉ ବୁଝିଥିଲେ ତାଙ୍କ ଦୁଃଖ । ଖାଲି ଏତିକି ନୁହେ ପୋଲିସ ପ୍ରଶାସନକୁ ଠିକ୍ କାମ କରନ୍ତୁ ବୋଲି କହିବା ସହ ମୋଦୀ ମୋ ଦେଢଶୁର କହିବା ପରେ ଏହି ପରିବାରକୁ ସାହାଯ୍ୟ କରିବାକୁ ବିନିମ୍ର ଅନୁରୋଧ କରିଛନ୍ତି । ତେବେ ରାନୀଙ୍କ ମୁଖରୁ ଶୁଣନ୍ତୁ କଣ କହୁଛନ୍ତି ରାନୀ