• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ମହାବୀର ମନ୍ଦିର ଭୂମି ପୂଜନ ଉତ୍ସବ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଆଜି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ମାଝୀଚାକୁଣ୍ଡାପାଳଠାରେ ମହାବୀର କ୍ଲବ ଆନୁକୂଲ୍ୟରେ ମହାବୀର ହନୁମାନଙ୍କର ସୁଦୃଶ୍ୟ ମନ୍ଦିର ନିର୍ମାଣାର୍ଥେ ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ସଭାପତି ଶ୍ରୀଯୁକ୍ତ ଗିରିଧାରୀ ସାହୁ , ସଂପାଦକ ଶ୍ରୀଯୁକ୍ତ ରବିନ୍ଦ୍ର ସାହୁ ତଥା ଶ୍ରୀଯୁକ୍ତ ଭାଗୀରଥି ସାହୁ‐ ପରାମର୍ଶଦାତାଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ଭୂମିପୂଜନ ହୋଇଯାଇଛି | ଶ୍ରୀଯୁକ୍ତ ରମାଞ୍ଚଳ ପ୍ରଧାନ ଓ ସହଧର୍ମିଣୀ ଶ୍ରୀମତୀ ସଶ୍ମିତା ପ୍ରଧାନ ଏବଂ ଶ୍ରୀଯୁକ୍ତ ଗିରିଧାରୀ ସାହୁ ଓ ସହଧର୍ମିଣୀ ଶ୍ରୀମତୀ ନମିତା ସାହୁ ଯଜ୍ଞକର୍ତ୍ତା କର୍ତ୍ତୀ ଭାବରେ ଯଜ୍ଞକାର୍ଯ୍ଯ ତୁଳାଇଥିଲେ | ଯଜ୍ଞକାର୍ଯ୍ଯ ପରିଚାଳନା କରିଥିଲେ ବିଶିଷ୍ଟ ପଣ୍ଡିତ ଶ୍ରୀଯୁକ୍ତ ମନୋରଂଜନ ଶତପଥି, ବିରଞ୍ଚି ନାରାୟଣ ନନ୍ଦ ଓ ଟୁକୁ ନନ୍ଦ | ଭୂମିପୂଜନ ନିମିତ୍ତ ଏକ ଅଖଣ୍ଡ ସଂକୀର୍ତ୍ତନ୍ୟ ଚାଲିଥିଲା | ମାଝିଚାକୁଣ୍ଡାପାଳ ସଂକୀର୍ତ୍ତନ୍ଯ ମଣ୍ଡଳୀ,ଭାଟସିଂହ ମହିଳା ଓ ପୁରୁଷ ସଂକୀର୍ତ୍ତନ୍ଯ ମଣ୍ଡଳୀ,ଜରିଚାକୁଣ୍ଡାପାଳ ସଂକୀର୍ତ୍ତନ୍ୟ ମଣ୍ଡଳୀ,ନୂଆ ଭାଟସିଂହ ଦୁଇଟି ମହିଳା ସଂକୀର୍ତ୍ତନ୍ୟ ମଣ୍ଡଳୀ,ସିମିଳିନାଳୀ ସଂକୀର୍ତ୍ତନ୍ଯ ମଣ୍ଡଳୀ ଓ କମାରନାଳୀ ସଂକୀର୍ତ୍ତନ୍ୟ ମଣ୍ଡଳୀ ଯୋଗ ଦେଇଥିଲେ | ସଂକୁର୍ତ୍ତନ୍ୟ ମଣ୍ଡଳୀ ପରିଚାଳନା କରିଥିଲେ ଶ୍ରୀଯୁକ୍ତ ବୃନ୍ଦାବନ ପ୍ରଧାନ | ମାଝିଚାକୁଣ୍ଡାପାଳ ମହାବୀର କ୍ଲବର ୫୦ ଜଣ ସକ୍ରିୟ ସଭ୍ୟମାନଙ୍କ ସହ ଚୈତନ୍ୟ ପ୍ରଧାନ,ରବିନ୍ଦ୍ର ସାହୁ ,ଶ୍ରୀଯୁକ୍ତ ସୁଶୀଳ କୁମାର ଦେହୁରୀ ତଥା ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ | ଏ ଅଞ୍ଚଳର ବହୁ ସଂଖ୍ୟକ ମହିଳା ଯୋଗ ଦେଇ ଯଜ୍ଞ ସ୍ଥଳରେ ଅଂଶଗ୍ରହଣ କରିଥିଲେ | ମୋଟ ଉପରେ ଯଜ୍ଞସ୍ଥଳ ଲୋକାରଣ୍ୟ ହୋଇଯାଇଥିଲା | ସକାଳ ୯ ଘଟିକାରେ କଳସ ଆବାହନ ହୋଇଥିଲା ବେଳେ ୧୨ ଟା ୪୫ ସମୟରେ ହୋମ କାର୍ଯ୍ଯ ଆରମ୍ଭ ହୋଇ ଅପରାହ୍ନ ୪ ଘଟିକାରେ ପୂର୍ଣ୍ଣାହୁତି ପଡ଼ିଥିଲା | ଅପରାହ୍ନ ୨ ଘଟିକା ସମୟରେ ସମସ୍ତ ଭକ୍ତମାନେ ପ୍ରସାଦ ସେବନ କରିଥିଲେ | ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ,ଶ୍ରୀଯୁକ୍ତ ଚିତ୍ତରଂଜନ ପ୍ରଧାନ, ଶ୍ରୀଯୁକ୍ତ ଧରଣୀଧର ପ୍ରଧାନ ,ଶ୍ରୀମତୀ ନମିତା ମାଝୀ , ଶ୍ରୀଯୁକ୍ତ ଟିକେଶ୍ବର ସାହୁ ତଥା ଆହୁରି ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବୃନ୍ଦ | ସର୍ବଶେଷରେ ଭକ୍ତମାନେ ପୁଷ୍ପାଞ୍ଜଳୀ ଦେଇଥିଲେ | ଯଜ୍ଞକାର୍ଯ୍ଯରେ ସହଯୋଗ କରିଥିବା ସମସ୍ତ ଭକ୍ତମାନଙ୍କୁ ଶ୍ରୀଯୁକ୍ତ ରବିନ୍ଦ୍ର ସାହୁ ଧନ୍ୟବାଦ ଜଣାଇଥିଲେ |

Leave a Reply

Your email address will not be published. Required fields are marked *