ରାଜ୍ୟରେ କେହି ବି ଯୋଗ୍ୟ ହିତାଧିକାରୀ ଭଙ୍ଗା ଘରେ ରହିବେ ନାହିଁ l ସମସ୍ତ ଙ୍କ ମୁଣ୍ଡ ଉପରୁ ଚାଳ ହଟି ଛାତ ଘର ହେବ l ଏଭଳି ପରିକଳ୍ପନା ନେଇ ପୁରୀ ଜ଼ିଲ୍ଲା ପିପିଲି ରୁ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ଆବାସ ସର୍ଭେ l ପଂଚାୟତ ରାଜ ମନ୍ତୀ ରବି ନାରାୟଣ ନାୟକ ଶୁଭାରମ୍ଭ କରିଛନ୍ତି l
ସମସ୍ତ ଙ୍କ ମୁଣ୍ଡ ଉପରେ ରହିବ ଛାତ କଣ ଜଣେ ବି କେହି ହିତାଧିକାରୀ ଏଥିରୁ ବାଦ ପଡିବେ ନାହିଁ l ନୂଆ ଆଶା ଏବେ ଜାଗି ଉଠିଛି ଛାତ ଘର ଖଣ୍ଡେ ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିରହିଥିବା ହିତାଧିକାରୀ l ଏ ହେଉଛନ୍ତି ଘନଶ୍ୟାମ ବେହେରା ବୟସ ଏବେ ଚାରି କୋଡ଼ି ସାତେ ହେବାକୁ ବସିଲାଣି l ଆଉ ଆଖିକୁ ଭଲ ଦେଖା ଯାଉ ନାହିଁ l କେତେବେଳେ ଯେ ପ୍ରାଣ ବାୟୁ ଉଡିଯିବ ତାହା କିଏ ବା କହିବ l ୬ ପ୍ରାଣୀ କୁଟୁମ୍ବ କୁ ନେଇ ଏହି ଜରି ପାଲ ପଡ଼ିଥିବା ଭଙ୍ଗା ଘରେ ବର୍ଷ ବର୍ଷ ଧରି ଅସହାୟ ଅବସ୍ଥାରେ ପଡି ରହିଥିବା ଏ ବୟସ୍କ ବ୍ୟକ୍ତି l ଯେତେବେଳେ ବାତ୍ୟା ପବନ ଆସେ ତାଙ୍କୁ ଗାଁ ସ୍କୁଲ କୁ ଯିବାକୁ ପଡି ଥାଏ l ଆଜି ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇଛନ୍ତି l ଆଶା ରଖିଛନ୍ତି ଏଥର ନିଶ୍ଚିତ ସେ ଛାତ ଘରେ ମୁଣ୍ଡ ଗୁଂଜିବେ l ବେଶ ଖୁସି ଅଛନ୍ତି ଆଜି ତାଙ୍କ ପାଖକୁ ସରକାର ଆସିଛି l ଖାଲି ଯେ ନବଘନ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ସର୍ଭେ ରେ ସାମିଲ କରାଗଲା ତାହା ନୁହେଁ ତାଙ୍କ ପରି ଗ୍ରାମର ଉମା ବେହେରା ଝୁନା ବେହେରା କୁମର ବେହେରା ମମତା ବେହେରା ଙ୍କ ପରି ପାଞ୍ଚ ଜଣ ସାମିଲ ହୋଇଛନ୍ତି lରାଜ୍ୟର ପ୍ରଥମ ଥର ପାଇଁ ପିପିଲି ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ସର୍ଭେ ଆରମ୍ଭ କଲେ ରାଜ୍ୟ ପଂଚାୟତି ରାଜ ମନ୍ତ୍ରୀ ରବି ନାରାୟଣ ନାୟକ l ଭଙ୍ଗା ଛାତ ତଳେ କେହି ଜଣେ ହେଲେ ବି ରହିବେ ନାହିଁ ଏହା ବିଧାୟକ ଆଶ୍ରିତ ପଟ୍ଟନାୟକ କହିଥିବା ବେଳେ ଦଳ ମତ ନିର୍ବିଶେଷରେ ସମସ୍ତେ ସାମିଲ ହେବେ l ଆବାସ ପ୍ଲସ ମୋବାଇଲ ଆପ ଜରିଆରେ ସର୍ଭେ କରାଯିବ l ପ୍ରଥମ ଥର ପାଇଁ ଆଶାୟୀ ପରିବାର ନିଜେ ନିଜର ସର୍ଭେ କରିବା ସହ ପୃଥକ ଭାବରେ ବାସ କରୁଥିବା ପରିବାର ମଧ୍ୟ ସର୍ଭେ ରେ ସାମିଲ ହୋଇପାରିବେ
ଯୋଗ୍ୟତା ମାନ ଦଣ୍ଡ କୁ କୋହଳ କରାଯାଇ ଦୁଇ ଚକିଆ ଯାନ ରେଫ୍ରି ଜେରେଟର ଓ ଲ୍ୟାଣ୍ଡ ଲାଉନ ଫୋନ ଥିବା ମଧ୍ୟ ସର୍ଭେ ତାଲିକା ଭୁକ୍ତ ହୋଇପାରିବେ
ଗୃହ ମଂଜୁର ପାଇଁ ପରିବାରର ମାସିକ ଆୟ ସୀମା ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ l ରାଜ୍ୟରେ 27 ଲକ୍ଷ ହିତାଧିକାରୀ ପାଇଛନ୍ତି
ରାଜ୍ୟରେ ପନ୍ଦର ଲକ୍ଷ ହିତାଧିକାରୀ ପାଇବେ
ହିତାଧିକାରୀ ପିଛା 1 ଲକ୍ଷ 20 ଟଙ୍କା ଦିଆଯିବ ବୋଲି ମନ୍ତୀ କହିବା ସହିତ ସମସ୍ତ ଯୋଗ୍ୟ ହିତାଧିକାରୀ ଙ୍କୁ ଙ୍କୁ ଏଥିରେ କରାଯିବ ବୋଲି ମନ୍ତୀ ଶ୍ରୀ ନାୟକ ଏବଂ ପୁରୀ ସାଂସଦ ସମ୍ବିତ ପାତ୍ର କହିଛନ୍ତି lଆଜି ଏହି ମୋବାଇଲ ଆପ ମାଧ୍ୟମ ରେ କରା ଯାଉଥିବା ଏହି ସର୍ଭେ ଗରିବ ହିତାଧିକାରୀ ଙ୍କ ମନରେ ଖୁସି ଆଣିଦେଵ l