କଟକ ଜିଲ୍ଲା,କଣ୍ଟାପଡା ବ୍ଲକ ଅନ୍ତର୍ଗତ ନାହାଳପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର 40 ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ଗତକାଲି ହୋଇଯାଇଛି,ଏହି ଉତ୍ସବର ସଭାପତି ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରଞ୍ଜିତା ଦାଶ ପ୍ରଦୀପ ପ୍ରଜ୍ଜଳନ କରି କାଯ୍ୟକ୍ରମ ଆରମ୍ଭ କରିଥିଲେ,ଏହି ଉତ୍ସବରେ ମୁଖ୍ୟ ଅତିଥି ଥିଲେ ପ୍ରାକ୍ତନ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀମତୀ ପ୍ରତିମା ମହାନ୍ତି,ମୁଖ୍ୟ ବକ୍ତା ପ୍ରାକ୍ତନ ପ୍ରଧାନ ଶିକ୍ଷୟତ୍ରୀ ପାଟସୁନ୍ଦର ପୁର ଉଚ୍ଚ ବିଦ୍ୟାଳୟ ର ଶ୍ରୀମତୀ ସରୋଜିନୀ ସେନାପତି,ସନ୍ନମାନ୍ୱିତ ଅତିଥି ନାହାଳପୁର ପଂଚାୟତ ର ସରପଞ୍ଚ ଶ୍ରୀମତୀ ନିରୁପମା ଜେନା,ପ୍ରାକ୍ତନ ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ଆରତୀ ପଣ୍ଡା,ରାଧାମାଧବ ବିଦ୍ୟାପୀଠ, ନୂଆଗାଁ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମାନସ ରଞ୍ଜନ ମିଶ୍ର,ଯୋଗ ଦେଇ ଉତ୍ସବ କୁ ଆଗେଇ ନେଇଥିଲେ,ବିଦ୍ୟାଳୟ ର ସମସ୍ତ ଶିକ୍ଷୟତ୍ରୀ ବୃନ୍ଦଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ଓ ସଦସ୍ୟା ମାନଙ୍କ ସହିତ ସମସ୍ତ ଅଭିଭାବକ ମାନେ ଯୋଗଦେଇଥିଲେ,ନବମ ଓ ଦଶମ ଶ୍ରେଣୀ ର ଛାତ୍ରୀ ମାନଙ୍କ ମିଳିତ ସହଯୋଗ ରେ ସାଂସ୍କିତକ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା,ନାଚ,ଗୀତ ସହିତ ଛାତ୍ରୀ ମାନଙ୍କ ନିଛକ ଅଭିନୟ ସମସ୍ତଙ୍କୁ ଆକୁଷ୍ଟ ଓ ମନମୁଗ୍ଧ କରିଥଲା,କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା,ଏହି ଉତ୍ସବ ରେ ଅନ୍ୟ ଶିକ୍ଷୟିତ୍ରୀ ମାନେ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରିଥିଲେ ସେମାନେ ହେଲେ ଡ଼ ପୁଷ୍ପାଞ୍ଜଳୀ ନାୟକ,ମୂର୍ଚ୍ଛନା ତରାଇ,ଦୀପ୍ତିମୟୀ ମାଝୀ,ଚନ୍ଦ୍ରପ୍ରଭା ରାଉଳ,କୂଳଭୂଷଣ କୁଲ୍ଲା,ଶେଷରେ ଶିକ୍ଷୟତ୍ରୀ ଡ଼ ପୁଷ୍ପାଞ୍ଜଳୀ ନାୟକ ଧନ୍ୟବାଦ ଅର୍ପଣ କଲାପରେ ସଭାପତି ସଭା ଶେଷ କରିଥିଲେ,କଟକ ଜିଲ୍ଲା, ବାରଙ୍ଗ ରୁ ପ୍ରକାଶ କୁମାର ଭୋଇ,