• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଅଛନ୍ତି ଏଲିୟନ୍‌ ମିଳିଲା ସଙ୍କେତ

Spread the love

ଭାରତୀୟ-ବ୍ରିଟିଶ ଜ୍ୟୋତିର୍ବିଜ୍ଞାନୀ ଡକ୍ଟର ନିକ୍କୁ ମଧୁସୂଦନ ଏବଂ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ତାଙ୍କ ଟିମ୍‌ ପକ୍ଷରୁ କେ୨-୧୮ବି ନାମକ ଏକ ଦୂରବର୍ତ୍ତୀ ଗ୍ରହରେ ଏଲିୟନ୍‌ ଜୀବନର ସମ୍ଭାବ୍ୟ ସଙ୍କେତକୁ ଚିହ୍ନଟ କରାଯାଇଛି। ଆମେରିକୀୟ ମହାକାଶ ସଂସ୍ଥା (ନାସା)ର ଜେମସ୍‌ ଓ୍ବେବ୍‌ ସ୍ପେସ୍‌ ଟେଲିସ୍କୋପର ବ୍ୟବହାର କରି ଏହି ଟିମ୍‌ର ବୈଜ୍ଞାନିକମାନେ ସୌରଜଗତ ବାହାରେ ଏଲିୟନଙ୍କ ସମ୍ଭାବ୍ୟ ଜୀବନ ଚିହ୍ନଟ ନେଇ ସବୁଠୁ ଶକ୍ତିଶାଳୀ ସଙ୍କେତ ପାଇଛନ୍ତି।
ପୃଥିବୀଠାରୁ ୧୨୦ ଆଲୋକବର୍ଷ ଦୂରରେ ଅବସ୍ଥିତ କେ୨-୧୮ବି ଗ୍ରହର ବାୟୁମଣ୍ଡଳରେ ମଧୁସୂଦନ ଓ ତାଙ୍କ ଟିମ୍‌ ଏକ ଆକର୍ଷଣୀୟ ରାସାୟନିକ ସଙ୍କେତକୁ ଚିହ୍ନଟ କରିଛନ୍ତି, ଯେଉଁଥିରେ ମୁଖ୍ୟତଃ ଡାଇମିଥାଇଲ ସଲ୍‌ଫାଇଡ(ଡିଏମ୍‌ଏସ୍‌) ଏବଂ ଡାଇମିଥାଇଲ ଡାଇ ସଲ୍‌ଫାଇଡ (ଡିଏମ୍‌ଡିଏସ୍‌) ରହିଛି। ପୃଥିବୀରେ ଏହି ଗ୍ୟାସ୍‌ଗୁଡ଼ିକ ମୁଖ୍ୟତଃ ସାମୁଦ୍ରିକ ଶୈବାଳ ଦ୍ୱାରା ଉତ୍ପାଦିତ ହୋଇଥାଏ।

ମଧୁସୂଦନ କହିଛନ୍ତି, କେ୨-୧୮ବି ଗ୍ରହର ବାୟୁମଣ୍ଡଳରେ ପ୍ରଚୁର ଉଦ୍‌ଯାନ ଥିବାବେଳେ ଏହାତଳେ ସମ୍ଭବତଃ ସମୁଦ୍ର ରହିଛି। ଏହି ଅନନ୍ୟ ବୈଶିଷ୍ଟ୍ୟଗୁଡ଼ିକ ଉକ୍ତ ଗ୍ରହରେ ବାହ୍ୟ ଜୀବ ସନ୍ଧାନର ସମ୍ଭାବନାକୁ ସୃଷ୍ଟି କରିଛି। ପ୍ରକାଶ ଯେ, ମଧୁସୂଦନ ବାରାଣସୀସ୍ଥିତ ବନାରସ ହିନ୍ଦୁ ୟୁନିଭର୍ସିଟିରୁ ବିଟେକ୍‌ କରିବା ପରେ ବ୍ରିଟେନ୍‌ ଯାଇ ମାସାଚୁସେଟ୍ସ ଇନ୍‌ଷ୍ଟିଟ୍ୟୁଟ ଅଫ୍‌ ଟେକ୍ନୋଲୋଜି (ଏମ୍‌ଆଇଟି)ରେ ମାଷ୍ଟର ଡିଗ୍ରୀ ଏବଂ ପିଏଚ୍‌ଡି କରିଥିଲେ। ୨୦୧୩ରୁ ସେ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିବା ସହ ଜଣେ ଗବେଷକ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି।

Leave a Reply

Your email address will not be published. Required fields are marked *