• Tue. Apr 21st, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଅନୁଗୁଳରେ ଲଜ୍ଜ୍ଯାପାଞ୍ଚବର୍ଷର ଝିଅକୁ ବଳାତ୍କାର କଲା ନର ରାକ୍ଷସ

Spread the love

ମୋ ଛୁଆର କି ଭୁଲ ଥିଲା ଭଗବାନ କାହିଁକି ତା ସହ ତୁମେ ଏମିତି କଲ ଯଦି ତା ସହ ଏମିତି କରିବାର ଥିଲା ତାହାଲେ ଦୁନିଆକୁ ଆସିବା ଆଗରୁ ହିଁ ତାକୁ ମାରି ଦେଲନି କଣ ପାଇଁ । ନୀରିହ ଛୋଟ ଖୁଆଟି ମୋର ଦୁନିଆ ବୋଲି କଣ ସେ ଠିକ୍ ସେ ଜାଣି ବି ନଥିଲା ତୁମେ ତାକୁ ଦୁନିଆ ଦେଖାଇବା ଆଗରୁ ତା ସହ ଏତେ ବଡ ଖାରାପ କାମ ହେବାକୁ କେମିତି ଦେଲ । ମୋ ଝିଅର ଏଭଳି ଅବସ୍ଥା ଦେଖିବା ଆଗରୁ ମୁ ନିଜେ ମରି ଗଲିନି କଣ ପାଇଁ । କେତେ ହତ ଭାଗିନି ମା ଟେ ମୁଁ । ମତେ କ୍ଷମା କରିଦବୁରେ ଧନ ମତେ ତୁ କ୍ଷମା କରି ଦେବୁ । ମୁଁ ତୋତେ ସେ ରାକ୍ଷସ କବଳରପ ରକ୍ଷା କରି ପାରିଲିନି । ହେଲେ ଯିଏ ତୋର ଏ ଅବସ୍ଥା କରିଛି ନା ଗୋଟେ ମାର ଅଭିଶାପ ତା ଉପରେ ନିହାତି ପଡିବ । …… ହଁ ଦର୍ଶକ ବନ୍ଧୁ ଏ କଥା ହେଉଛି ଗୋଟେ ମାର ଯାହାର ପାଞ୍ଚ ବର୍ଷର ଝିଅ ଶହ ଘଟି ଯାଇଛି ଏକ ଅଭାବନୀୟ ଘଟଣା । ଯାହାକୁ ନା କାହାକୁ କହି ହଉଛି ନା ସହି । ଆମେ କହୁଛୁ ଅନୁଗୁଳ ଜିଲ୍ଲାରେ ଘଟି ଯାଇଥିବା
ଅଭାବନୀୟ ଘଟଣା କଥା । ଜଣେ ୫ବର୍ଷ ଶିଶୁ କନ୍ୟାଙ୍କ ମୃତଦେହ ପୁଲିସ ଶନିବାର ଉଦ୍ଧାର କରିଥିବା ବେଳେ ଶିଶୁ କନ୍ୟାଙ୍କୁ କେହି ଦୁର୍ବୃତ୍ତ ବଳାତ୍କାର ପରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏହି ଶିଶୁ କନ୍ୟାଟି ହଜି ଯାଇଥିବା ନେଇ ଶୁକ୍ରବାର ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ପୁଲିସ ଏକ ମାମଲା(ନଂ.୭୪/୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ହେଲେ ଶନିବାର ଘରଠାରୁ ୧୦୦ମିଟର ଦୂର ଏକ ଏକ ମହୁଲ ଗଛ ମୂଳରୁ ଶିଶୁର ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରି ଛାନଭିନ୍‌ ଚଳାଇଛି l ସୂଚନା ଅନୁସାରେ ଗୁରୁବାର ମଧ୍ୟାହ୍ନରେ କଙ୍କରେଇ ପିଢଖମଣ ଗାଁର ୫ବର୍ଷର ଶିଶୁ କନ୍ୟା କେଉଁଆଡେ ନିଖୋଜ ହୋଇଯାଇଥିଲେ l ଏନେଇ ପରିବା ଲୋକ ବହୁ ଖୋଜାଖୋଜି ପରେ ଝିଅର କୌଣସି ସନ୍ଧାନ ନ ମିଳିବାରୁ ଶୁକ୍ରବାର ନିଶା ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଥିଲା । ଶନିବାର ଘର ଠାରୁ ୧୦୦ମିଟର ଦୂରରେ ଥିବା ମହୁଲ ଗଛ ମୂଳରେ ଶିଶୁକନ୍ୟାଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ତେବେ ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରି ସଠିକ୍‌ ତଦନ୍ତ ଦାବି କରିଛନ୍ତି ।
ଖବର ପାଇ ପୁଲିସ ଶିଶୁକନ୍ୟାଙ୍କ ମୃତଦେହ ଜବତ କରି ସାଇଣ୍ଟିଫିକ ଟିମ୍‌ ସହାୟତାରେ ତଦନ୍ତ କରୁଛି । ଅନ୍ୟପକ୍ଷେ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଅଟକ ଯୁବକଙ୍କ ଘରେ ରକ୍ତ ଛିଟା ପଡ଼ିଥିବା ବେଳେ ପୁଲିସ ସନ୍ଦେହରେ ତାକୁ ଥାନାକୁ ଆଣି ପଚରାଉଚରା କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *