ଅନୁଗୋଳ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଦକ୍ଷତା ବିକାଶ ତଥା
ନିୟୋଜନ କାର୍ଯ୍ୟାଳୟ, ଅନୁଗୋଳର ମିଳିତ ଆନୁକୁଲ୍ୟରେ ଏକ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଆଜି ପୂର୍ବାହ୍ନରେ ସ୍ଥାନୀୟ ବିଜୁ ମଇଦାନ ଠାରେ ଅନୁଷ୍ଠିତ ହୋଇଯାଇଛି
। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସଭାରେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ମାନ୍ୟବର
ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ମାନ୍ୟବର ପାଳଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି,ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧୂ ଶ୍ରୀ ସୁଦିପ ଗଡନାୟକ,
ମାନ୍ୟବର ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧୂ ଶ୍ରୀ ପ୍ରଭାତ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଅନୁଗୋଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡଃ ବିଶ୍ବ ଭୂଷଣ, ଜେ ଏସ୍ ପି ଏଲର ଶ୍ରୀ ଶରତ ପଣ୍ଡା ଓ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ଦେବାଶିଷ ସାହୁ ପ୍ରମୁଖ ଯୋଗ ଦେଇ ଆବେଦନକାରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ଦକ୍ଷତା ବିକାଶ ଓ ବୈଷୟିକ
ଶିକ୍ଷା ବିଭାଗର ସଚିବ ଶ୍ରୀ ଭୂପେନ୍ଦ୍ର ସିଂହ ପୁନିଆ ଓ ଜିଲ୍ଲାପାଳ ଶ୍ରୀ ଅବଦାଳ ମୁହମ୍ମଦ୍ ଅଖତର ନିଯୁକ୍ତି ମେଳାର ବିଭିନ୍ନ ଷ୍ଟଲ ପରିଦର୍ଶନ କରିଥିଲେ । ପ୍ରାପ୍ତ ସୂଚନା ମୁତାବକ ମୋଟ ୧୧୭୬ ଜଣ ଆବେଦନକାରୀ ପଞ୍ଜିକୃତ କରିଥିବା ବେଳେ ୧୦୩ ଜଣଙ୍କୁ ନିଯୁକ୍ତି ତାଲିମ ପତ୍ର ପ୍ରଦାନ କରାଯାଇଛି । ପର୍ଯ୍ୟାୟକ୍ରମେ ଅବଶିଷ୍ଟ ଆବେଦନକାରୀ ମାନଂକୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ।
ଏହି ନିଯୁକ୍ତି ମେଳାରେ ମୋଟ ୪୬ଗୋଟି ଷ୍ଟଲ ଖୋଲାଯାଇଥିବାବେଳେ ଜେ ଏସ୍ ପି ଏଲ୍, ଏନ୍ ଟି
ପି ସି, ଓ ଏଚ୍ ପି ସି, ବିଶ୍ବ ଦକ୍ଷତା କେନ୍ଦ୍ର, ଆକସିସ୍ ବ୍ୟାଙ୍କ, ଭାରତୀୟ ଜୀବନବୀମା ନିଗମ, ମେଡ ପ୍ଲସ୍ ଫ୍ଲିପ୍ କାର୍ଟ ଭଳି ମୋଟ ୫୨ଗୋଟି ନିଯୁକ୍ତି ପ୍ରଦାନକାରୀ ତଥା ତାଲିମ ପ୍ରଦାନକାରୀ ସଂସ୍ଥା
ଯୋଗ ଦେଇଥିଲେ ।