• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଅନୁଗୁଳ ଶୈଳଶ୍ରୀ କ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଚୋରି

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଚୋରି। ହୁଣ୍ଡି ଭାଙ୍ଗି ଚୋରୀ ହୋଇଥିବାବେଳେ ଶ୍ରୀ ଜୀଉଙ୍କ ତିନୋଟି ଚିତା ବା ମଥାମଣି ଦୁର୍ବୁର୍ତ୍ତ ଚୋରି କରି ନେଇଥିବା ଜଣା ପଡ଼ିଛି । ଆଜି ସକାଳ ସମୟରେ ପୂଜକ ନୀତିକାନ୍ତି କରିବାକୁ ଆସିବା ସମୟରେ ଚୋରି ହୋଇଥିବା ଜାଣି ପାରିବା ସହ ଏ ନେଇ ମନ୍ଦିର ପରିଚାଳନା କମିଟିକୁ ଅବଗତ କରାଇଥିଲେ । ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ପହଞ୍ଚି ଅନୁଧ୍ୟାନ କରିବା ସହ ଘଟଣା ବିଷୟରେ ପୋଲିସକୁ ଅବଗତ କରାଇଥିଲେ । ପୋଲିସ ଘଟଣା ବିଷୟରେ ଖବର ପାଇ ତୁରନ୍ତ ମନ୍ଦିରରେ ପହଁଚିବା ସହ ଘଟଣାର ତଦନ୍ତ ଓ ଅନୁସନ୍ଧାନ ଆରମ୍ଭ କରିଥିଲା ।ପ୍ରାରମ୍ଭିକ ଅନୁସନ୍ଧାନରୁ ହୁଣ୍ଡିରୁ ଚୋରି ସହ ଶ୍ରୀ ଜୀଉଙ୍କ ତିନୋଟି ମଥାମଣି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏହା ସହ ଅନ୍ୟ କଣ ଚୋରି ହୋଇଛି ସେ ନେଇ ତଦନ୍ତ ଜାରି ରଖିଛି ।ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପୋଲିସ ସାଇଣ୍ଟିଫିକ ଟିମ ଡକାଇ ଅଧିକ ତଦନ୍ତ ଜାରି ରଖିଛି । ମନ୍ଦିରରେ CCTV ଲାଗିଥିଲେ ମଧ୍ୟ ତାହା କାର୍ଯ୍ୟ କରୁନଥିବା ମନ୍ଦିର ପରିଚାଳନା କମିଟି ସଂପାଦକ କହିଥିବାବେଳେ ମନ୍ଦିରରୁ ଚୋରିକୁ ନେଇ ଶ୍ରଦ୍ଧାଳୁ ଓ ଭକ୍ତଂକ ମନରେ ଆଘାତ ଲାଗିଥିବା ବେଳେ ଏହାକୁ ନେଇ ଜାହିର କରିଛନ୍ତି ଅସନ୍ତୋଷ । ଘଟଣାସ୍ଥଳରେ ଅନୁଗୁଳ ଏସ୍ପି, ଆଡିସନାଲ ଏସ୍ପି, ଏସ୍.ଡି.ପିଓ. ସାର୍ ପହଂଚି ଘଟଣାକୁ ଗୁରୁତ୍ଵ ସହ ନେଇ ଛାନ୍ ଭିନ ଚଳାଇଛନ୍ତି।

Leave a Reply

Your email address will not be published. Required fields are marked *