ଅନୁଗୋଳ ପୌରପାଳିକା ପକ୍ଷରୁ ଆଜି ସ୍ଥାନୀୟ ଟାଉନ୍ ହଲ୍ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି। ସୂଚନା ଯେ, ଆଜି ପୌରପାଳିକା ର ଟାଉନ ହଲ ଠାରେ ଉପ ନଗରପାଳ ଅନୁପମା ସାହୁ ଆନ୍ତର୍ଜାତୀୟ ମହିଳା ଦିବସ କୁ ଉଦଘାଟନ କରିଥିଲେ। ଏହି ଆନ୍ତର୍ଜାତୀୟ ମହିଳା ଦିବସ ମହିଳା ମାନ ଙ୍କୁ ସ୍ୱାବଲମ୍ବୀ କରିବା ସହ କର୍ମଯିବି ହେବା ପାଇଁ ଉପ ନଗରପାଳ ବକ୍ତବ୍ୟ ପ୍ରଦାନ କରିଥିଲେ। ପୌରପାଳିକାର କିଛି ମହିଳା ମାନଙ୍କୁ ଉତ୍ତମ କାର୍ଯ୍ୟ କରିଥିବା ରୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ପୌରପାଳିକା ର କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଉଥିବା ବେଳେ ସମସ୍ତ କାଉନ୍ସିଲ ଏବଂ ପୌରପାଳିକା ର ଅଧିକାରୀ ମାନେ ଉପସ୍ଥିତ ରହି ଥିଲେ।