କଟକ କମିଶନରେଟ ପୁଲିସି ର କେମରା ପାଲଟିଛି ଖେଳଣା,ମଜା ନେଉଛନ୍ତି ଅପରାଧୀ
କଥା ହେଉଥିଲା କୁଆଡେ କ୍ୟାମେରା ଲାଗିବା ପରେ ଧିରେ ଧିରେ ଅପରାଧ ଆଉ ଅପରାଧିଙ୍କ ସୀମା କମିବାରେ ଲାଗିବ । ଯେଉଁଥିପାଇଁ ଖର୍ଚ୍ଚ ହୋଇଥିଲା କୋଟି କୋଟି ଟଙ୍କା । ହେଲେ ଏଠି ଅପରାଧିଙ୍କ ସୀମା କଣ କମେଇବେ ଲାଗୁଛି ଯେମିତି ଅପରାଧିଙ୍କୁ ସୁରକ୍ଷା ଦେଉଛି କମିଶନରେଟ ପୋଲିସ । ହଁ ଦର୍ଶକ ବନ୍ଧୁ ଆମେ କହୁଛୁ ଜାଗା ଜାଗାରେ ଲାଗିଥିବା ସିସିଟିଭି କ୍ୟାମେରା କଥା । ୨୦୨୨ ଜୁଲାଇ ମାସରେ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ସହଭାଗିତା ଯୋଜନା। ଏହି ଯୋଜନାରେ କଟକ ସହରାଞ୍ଚଳର ପ୍ରମୁଖ ଛକ,ବଜାର ମାନଙ୍କରେ ସଂଯୋଗ କରାଗଲା ହାଇ ଡେଫିନେସନ୍ ସିସି କ୍ୟାମେରା। କମିଶନରେଟ ପୋଲିସ ଅଧିନରେ ଥିବା ଜଗତପୁର ଥାନା ଅଞ୍ଚଳରେ ୨୦୨୩ ମସିହାରେ ଅର୍ଥାତ୍ ପୂର୍ବତନ ଥାନା ଅଧିକାରୀ ରବିନ୍ଦ୍ରନାଥ ମେହେରଙ୍କ ସମୟରେ ମଧ୍ୟ ହାଇ ଡେଫିନେସନ୍ କ୍ୟାମେରା ଗୁଡିକୁ ଛକ,ବଜାରରେ ଲଗାଯାଇଥିଲା। ଆଉ ଯେଉଁ ସିସି କ୍ୟାମେରାରେ କଏଦ୍ ଦୃଶ୍ୟ ସବୁ ଅପରେଟିଂ ହେଉଥିଲା କଟକ ଡିସିପିଙ୍କ ଅଫିସରେ। କିନ୍ତୁ ଏବେ ସେହି ସିସି କ୍ୟାମେରା ଗୁଡିକ ଅଚଳ ହୋଇପଡି ସମ୍ପୂର୍ଣ୍ଣ ଭାବେ ଖେଳଣା ପାଲଟି ଗଲାଣି। ଏତେ ଗୁଡିଏ ସିସି କ୍ୟାମେରା ମଧ୍ୟରୁ ଗୋଟିଏ ବି କାର୍ଯ୍ୟକ୍ଷମ ହେଉନାହିଁ। ଯେଉଁଥି ପାଇଁ ମହାନଦୀ ବ୍ୟାରେଜ ଉପରୁ ଲୁଟେରା ଲୁଟପାଟ୍ କରି ସହଜରେ ଚମ୍ପଟ ମାରୁଛନ୍ତି। କେତେବେଳେ ଯୁବତୀଙ୍କ ଠାରୁ ମୋବାଇଲ ଝାମ୍ପି ନେଉଛନ୍ତି ତ କେତେବେଳେ ଦୁର୍ଘଟଣା ଘଟାଇ ଫେରାର ହୋଇଯାଉଛନ୍ତି ଦୁବୃର୍ତ୍ତ। ଯାହାଦ୍ବାରା ଲୁଟେରାଙ୍କୁ ଚିହ୍ନଟ କରିବାରେ ବିଫଳ ହେଉଛି ପୋଲିସ୍। ବିଗତ ଦିନରେ ଏହି ସିସି କ୍ୟାମେରା ଯୋଗୁଁ ଅନେକ ଅପରାଧୀ ଚିହ୍ନଟ ହୋଇ ଗିରଫ ହୋଇଥିବା ପ୍ରମାଣ ରହିଛି। ଯଦି ସିସି କ୍ୟାମେରା ଗୁଡିକୁ ପୁନର୍ବାର କାର୍ଯ୍ୟକ୍ଷମ କରା ନଯାଏ,ଜନଗହଳିପୂର୍ଣ୍ଣ ଜଗତପୁର ଅଞ୍ଚଳରେ ଅପରାଧି ଦିନକୁ ଦିନ ସକ୍ରିୟ ହେବାରେ ଲାଗି ପଡିଲେଣି। ତୁରନ୍ତ ସିସି କ୍ୟାମେରା ଗୁଡିକୁ ନବନିଯୁକ୍ତ ଡିସିପି ଦୃଷ୍ଟି ଦେଇ କାର୍ଯ୍ୟକ୍ଷମ ନ କରିଲେ,ଆଗାମୀ ଦିନରେ ଜଗତପୁର ଅଞ୍ଚଳ ସମେତ ବାକି ସ୍ଥାନ ମାନଙ୍କରେ ମଧ୍ୟ ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ ସମ୍ପୂର୍ଣ୍ଣ ଭାବେ ଅସମ୍ଭବ ହୋଇ ପଡିବ ବୋଲି ଅଭିଯୋଗ ହେଉଛି। ତେବେ ଦେଖିବାକୁ ବାକି ରହିଲ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ନିକ୍ଷେପ କରି କେତେ ଶୀଘ୍ର କାର୍ଯ୍ୟକ୍ଷମ କରାଯାଉଛି ।