• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଅର୍ଣ୍ଣପୂର୍ଣ୍ଣା ଥ୍ରୀଏଟର ରେ ମଞ୍ଚସ୍ଥ ନାଟକ “ପାଞ୍ଚପା” ରେ ନିଷ୍ପାପ ହୃଦୟର ବାର୍ତ୍ତା

ByOdishri Khabar

Jul 21, 2025
Spread the love

ସିଏ ଭଗବାନ କଣ ଜାଣେନି,ସେ ସମ୍ବଦ୍ଧିତ କୌଣସି ସୁଯୋଗ ତା ଜୀବନରେ ଆସିନି,ପିଲାବେଳେ ପାଞ୍ଚପା କ୍ଷୀର ପିଉଥିଲା,ଏବଂ ବଡ଼ହୋଇ ପାଞ୍ଚପା ଚାଉଳର ଭାତ ଖାଇଲା,ନାମ ହୋଇଗଲା ପାଞ୍ଚପା! ଅନାଥ ପିଲାଟିର ଅନ୍ୟ କୌଣସି ନାମ ନଥିଲା,ରହିଲା ପୁରୀର ଏକ ମଠରେ ଏବଂ ମହନ୍ତଙ୍କ ହେଲା ପ୍ରିୟ,ମହନ୍ତ ଙ୍କ କଥା ମାନି ପ୍ରତି ଏକାଦଶୀରେ ନିଜ ଖାଦ୍ୟର ଏକ ଅଂଶ ପ୍ରଥମେ ଜଗନ୍ନାଥଙ୍କୁ ବାଢିଦିଏ,ଜଗନ୍ନାଥ କିଏ ସେ ଜାଣେନି,କାଳେ ମହନ୍ତ ତାହାକୁ ମଠର ଉତ୍ତାରଧିକାରୀ କରିଦେବେ ସେଥିପାଇଁ ଶତ୍ରୁମାନେ ତା ଖାଦ୍ୟରେ ବିଷ ମିଶାଇ ଦିଅନ୍ତି ଏବଂ ଏଇଠି ତାକୁ ରକ୍ଷା କରିବା ପାଇଁ ଓହ୍ଲାଇଆସନ୍ତି ଜଗନ୍ନାଥ ମହାପ୍ରଭୁ ଓ ଲଷ୍ମୀଠାକୁରାଣୀ!ଏହି ନିଷ୍ପାପ ପ୍ରାଣର ବିଶ୍ୱାସ ଭିତରେ ବିଲୀନ ହୋଇଯାଆନ୍ତି ଭଗବାନ!,ପୁରୀରେ ପ୍ରାଚୀନ ପାଞ୍ଚପା ମଠର ପ୍ରସଙ୍ଗ କୁ ନେଇ ରଚିତ ନାଟକ “ପାଞ୍ଚପା” ରେ ଏହା ଦେଖାଇଛନ୍ତି ନାଟ୍ୟକାର,ନାଟକ ଟି ରବିବାର ସନ୍ଧ୍ୟାରେ ଅର୍ଣ୍ଣପୂର୍ଣ୍ଣା ଥ୍ରୀଏଟରରେ ପ୍ରଦଶ୍ରିତ ହୋଇଥିଲା!ଏହି ନାଟ୍ୟ ସନ୍ଧ୍ୟାରେ ସଂଗୀତଜ୍ଞ ବିପିନିବିହାରୀ ତ୍ରିପାଠୀ ଓ ବରିଷ୍ଠ ମଞ୍ଚ ଓ ସିନେମା ନିର୍ଦେଶକ ଉମେଶ ଦାଶ(ଟନିଆ)ଅତିଥି ଭାବେ ଯୋଗ ଦେଇଥିଲେ,ଅର୍ଣ୍ଣପୂର୍ଣ୍ଣା ବି ଗ୍ରୁପ ସମ୍ପାଦିକା ଆଲ୍ହାଦୀନ କର ଓ ସଦସ୍ୟମାନେ ନାଟ୍ୟ ସନ୍ଧ୍ୟାକୁ ପରିଚାଳନା କରିଥିଲେ! ଡ଼ ବୈଜୟନ୍ତି ମିଶ୍ରଙ୍କ ରଚିତ ଓ ଚନ୍ଦନ କୁମାର ସାହୁ ନିର୍ଦେଶିତ ଏହି ନାଟକ ଟିକୁ ଅର୍ଣ୍ଣପୂର୍ଣ୍ଣା ଥ୍ରୀଏଟର ବି ଗ୍ରୁପର କଳାକାର ମାନେ ପରିବେଷଣ କରିଥିଲେ,ବରିଷ୍ଠ ଅଭିନେତା ଶିବାନୀ ମହାପାତ୍ର ଉପସ୍ଥାପନା କରିଥିଲା ବେଳେ ଅକ୍ଷୟ କୁମାର ରଣାଙ୍କ ସଂଯୋଜନା ଏବଂ ଚୌଧୁରୀ ଶାଶ୍ୱତ ମହାପାତ୍ର ମଞ୍ଚ ପରିଚାଳନା ଓ ବିନୟ କୁମାର ଦାଶ ସଙ୍ଗୀତ ସଂଚାଳନ କରିଥିଲେ,

Leave a Reply

Your email address will not be published. Required fields are marked *