ଗୁଗୁଲ୍ କ୍ରୋମ୍ ବ୍ୟବହାରକାରୀଙ୍କ ପାଇଁ ଏକ ହାଇ-ରିସ୍କ ୱାର୍ଣ୍ଣିଂ ଜାରି କରିଛି ଇଣ୍ଡିଆନ୍ କମ୍ପ୍ୟୁଟର ଏମରଜେନ୍ସି ରିସପନ୍ସ ଟିମ୍ ଗୁଗୁଲ୍ କ୍ରୋମ୍ ଡେସ୍କଟପ୍ । ବ୍ରାଉଜରରେ ଗମ୍ଭୀର ସୁରକ୍ଷା ତ୍ରୁଟି ମିଳିଛି, ଯାହା ସମ୍ପର୍କରେ ସିଇଆରଟି-ଇନ୍ ଏକ ଚେତାବନୀ ଜାରି ରହିଛି । ଏହି ବିପଦଗୁଡ଼ିକୁ ହାଇ-ରିସ୍କ ୱାର୍ଣ୍ଣିଂ ବୋଲି କୁହାଯାଉଛି । ଏହା ମାଧ୍ୟମରେ ହ୍ୟାକର୍ସମାନେ ବ୍ୟବହାରକାରୀଙ୍କ ସିଷ୍ଟମକୁ ନିୟନ୍ତ୍ରଣ କରିପାରିବେ ଏବଂ ସମ୍ବେଦନଶୀଳ ଡାଟା ଚୋରି କରିପାରିବେ । ସାଇବର ସୁରକ୍ଷା ଏଜେନ୍ସି ଅନୁଯାୟୀ, ଯଦି ଆପଣ କ୍ରୋମ୍ ବ୍ୟବହାର କରନ୍ତି, ତେବେ ସୁରକ୍ଷିତ ରହିବା ପାଇଁ ତୁରନ୍ତ ଆପଣଙ୍କର ବ୍ରାଉଜରକୁ ଲାଟେଷ୍ଟ ଭର୍ସନରେ ଅପଡେଟ୍ କରନ୍ତୁ ।ସାଇବର ସୁରକ୍ଷା ଟିମ୍ କହିଛି ଯେ, ଗୁଗୁଲ୍ କ୍ରୋମରେ ଅନେକ ତ୍ରୁଟି ମିଳିଛି, ଯାହା କଷ୍ଟମ୍ ଟ୍ୟାବ୍ସ, ଇଣ୍ଟେଣ୍ଟସ୍, ଏକ୍ସଟେନ୍ସନ୍ସ, ନାଭିଗେସନ୍ସ, ଅଟୋଫିଲ୍ ଏବଂ ଡାଉନଲୋଡ୍ସରେ ଅନୁପଯୁକ୍ତ କାର୍ଯ୍ୟକଳାପ ଯୋଗୁଁ ହୋଇଛି । ଯେ କେହି ବି ଏହା ଦୁରୁପୋଯୋଗ କରି ଲୋକଙ୍କୁ ଠକିପାରିବ । ସ୍କାମରମାନେ ଟାର୍ଗେଟ୍ କରାଯାଇଥିବା ସିଷ୍ଟମରେ ମନଇଚ୍ଛା କୋଡ୍ ମଧ୍ୟ ଚଲାଇ ପାରିବେ । ଘରେ ହେଉ କିମ୍ବା ଅଫିସ, କମ୍ପ୍ୟୁଟରରେ ଯେ କେହି ବି ଗୁଗୁଲ୍ କ୍ରୋମ୍ ବ୍ୟବହାର କରୁଥିବେ ସମସ୍ତଙ୍କ ପାଇଁ ଏହି ଚେତାବନୀ ରହିଛି । ସୁରକ୍ଷା ସମ୍ବନ୍ଧୀୟ ସମସ୍ୟା ହ୍ୟାକରମାନଙ୍କୁ ୟୁଜର୍ସଙ୍କ ବ୍ୟକ୍ତିଗତ ସୂଚନା ଚୋରି କରିବାକୁ କିମ୍ବା କମ୍ପ୍ୟୁଟରକୁ କ୍ରାସ୍ କରିବାକୁ ଅନୁମତି ଦେଇପାରେ । ସୁରକ୍ଷିତ ରହିବା ପାଇଁ ତୁରନ୍ତ କ୍ରୋମକୁ ଲାଟେଷ୍ଟ ଭର୍ସନରେ ଅପଡେଟ୍ କରନ୍ତୁ ।