• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଇନ୍ଦିରା ଡିଗ୍ରୀ କଲେଜର ୪୦ ତମ ବାର୍ଷିକୋତ୍ସଵ ପାଳିତ

Spread the love

ଗୁଣାତ୍ମକ ଶିକ୍ଷାର ଅଭିବୃଦ୍ଧି ନିମନ୍ତେ ରାଜ୍ୟ ସରକାର ପ୍ରୟାସରତ -ମନ୍ତ୍ରୀ ସୂର୍ଯ୍ୟବଂଶୀ
ଇନ୍ଦିରା ଡିଗ୍ରୀ କଲେଜର ୪୦ ତମ ବାର୍ଷିକୋତ୍ସଵ ପାଳିତ
କଳାହାଣ୍ଡି ୧୭/୦୧/୨୫କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପ୍ରିୟଦର୍ଶିନୀ ଇନ୍ଦିରା ଡିଗ୍ରୀ କଲେଜର ୪୦ ତମ ବାର୍ଷିକୋତ୍ସଵ ମହା ସମାରୋହରେ ପାଳିତ ହୋଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦାନ କରିଥିଲେ।ସମ୍ମାନିତ ଅତିଥି ଭାବେ ସାଂସଦ ମାଲବିକା ଦେବୀ, ବିଧାୟକ ଦିବ୍ୟଶଙ୍କର ମିଶ୍ର,ବିଧାୟକ ସୁଧୀର ପଟ୍ଟଯୋଶୀ,ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ,କଲେଜ ଗଭର୍ନିଂ ବଡ଼ି ମେମ୍ବର ବିଭୁତି ଭୂଷଣ ମେହେର, କଲେଜ ଅଧ୍ୟକ୍ଷ ବିଭୁତି ଭୂଷଣ ମେହେର, ପ୍ରମୁଖ ମଞ୍ଚାସିନ ଥିଲେ।ଆଜି ମନ୍ତ୍ରୀଙ୍କ ଦ୍ୱାରା କଲେଜର ନିୟୁ ଏକାଡେମୀକ ବିଲ୍ଡିଂଗ ଉଦଘାଟିତ ହୋଇଥିଲା ବାର୍ଷିକୋତ୍ସଵରେ ଜୁନାଗଡ଼ ସହରର ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି, ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ, ସମେତ କଲେଜ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *