ଅନେକ ଶ୍ରମିକ ଇ-ଶ୍ରମ ପୋର୍ଟାଲ ମାଧ୍ୟମରେ ଲାଭ ପାଇପାରିବେ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଗୁଡିଏ ଯୋଜନା ପରିଚାଳନ କରାଯାଉଛି। ଏହି କ୍ରମରେ ସାମିଲ ଅଛି ଇ-ଶ୍ରମ କାର୍ଡ଼ ଯୋଜନା। କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଇ-ଶ୍ରମ ପୋର୍ଟାଲରେ ଅସଂଗଠିତ କ୍ଷେତ୍ରର ମୋଟ ୩୦.୫୮ କୋଟି ଶ୍ରମିକ ପଞ୍ଜିକୃତ ହୋଇଛନ୍ତି। ଏହି ଶ୍ରମିକମାନେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଲାଭ ପାଉଛନ୍ତି। ନିକଟରେ ସରକାର ସଂସଦରେ ଏହି ସୂଚନା ସେୟାର କରିଥିଲେ।ଶ୍ରମ ଏବଂ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଲୋକସଭାରେ ଏକ ଲିଖିତ ଉତ୍ତରରେ କହିଥିଲେ ଯେ ୨୦୨୪ରେ ଇ-ଶ୍ରମ ପୋର୍ଟାଲରେ ୧.୨୩ କୋଟିରୁ ଅଧିକ ଶ୍ରମିକ ପଞ୍ଜିକୃତ ହୋଇଥିଲେ। ବର୍ତ୍ତମାନ, ପ୍ରତିଦିନ ହାରାହାରି ୩୩,୭୦୦ ପଞ୍ଜିକରଣ କରାଯାଉଛି। ତେବେ ଇ-ଶ୍ରମ ପୋର୍ଟାଲ ହେଉଛି ୨୦୨୧ ଅଗଷ୍ଟ ୨୬ରେ ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ଦ୍ୱାରା ଲଞ୍ଚ କରାଯାଇଥିଲା। ବର୍ତ୍ତମାନ, ଏହା ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟର ୧୨ଟି ଯୋଜନା ସହିତ ଜଡିତ ଏବଂ ୨୨ଟି ଭାରତୀୟ ଭାଷାରେ ଉପଲବ୍ଧ। ଏହି ପୋର୍ଟାଲ୍ ଅସଂଗଠିତ ଶ୍ରମିକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରେ, ଯାହାର ଲକ୍ଷ୍ୟ ସେମାନଙ୍କୁ ସାମାଜିକ ସୁରକ୍ଷା ଯୋଜନା ସହିତ ଯୋଡ଼ିବା ଏବଂ ସେମାନଙ୍କର ତଥ୍ୟ ସଂଗ୍ରହ କରିବା।ଇ-ଶ୍ରମ ପୋର୍ଟାଲରେ ପଞ୍ଜିକରଣ ପ୍ରକ୍ରିୟା ବହୁତ ସରଳ। ଶ୍ରମିକମାନେ ଅନଲାଇନରେ ନିଜକୁ ପଞ୍ଜିକରଣ କରିପାରିବେ କିମ୍ବା ସହାୟତା ପାଇଁ ନିକଟସ୍ଥ ସାଧାରଣ ସେବା କେନ୍ଦ୍ର (CSC) କୁ ଯାଇପାରିବେ। ଏଥିପାଇଁ ଆବଶ୍ୟକୀୟ ଡକ୍ୟୁମେଣ୍ଟ ହେଉଛି
୧. ଆଧାର କାର୍ଡ଼।
୨. ବ୍ୟାଙ୍କ ଆକାଉଣ୍ଟ ବିବରଣୀ।
୩. ମୋବାଇଲ୍ ନମ୍ବର।
ସବୁଠାରୁ ବଡ କଥା ହେଉଛି ଇ-ଶ୍ରମ କାର୍ଡଧାରୀଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଏବଂ ୨ ଲକ୍ଷ ଟଙ୍କା ମାଗଣା ବୀମା ଦିଆଯାଉଛି। ଇ-ଶ୍ରମ ଯୋଜନା ଅଧୀନରେ କେବଳ ମାଗଣା ଚିକିତ୍ସା ଏବଂ ବୀମା ଉପଲବ୍ଧ ନୁହେଁ ବରଂ ଅନ୍ୟାନ୍ୟ ସୁବିଧା ମଧ୍ୟ ଉପଲବ୍ଧ