କଟକ ସଦର ଥାନା ଅନ୍ତର୍ଗତ ଉଷୁମା ପଂଚାୟତରେ ଘୁଶୁରିକୁଦ ଖେଳପଡିଆରେ ପଞ୍ଚଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି,ଏହି ଟୁର୍ନାମେଣ୍ଟରେ ପ୍ରାୟ 16 ଗୋଟି ଦଳ ଅଂଶଗ୍ରହଣ କରିଥିଲେ,ଫାଇନାଲ ମ୍ୟାଚ ଗଣ୍ଡରପୁର ସହିତ ଗୋଠପୁର ର ମ୍ୟାଚ ଅନୁଷ୍ଠିତ ହୋଇଥିଲା,ଏହି ମ୍ୟାଚ ବହୁ ଚିତାକର୍ଷକ ହୋଇ ଦର୍ଶକ ଙ୍କ ଦେଖିବାପାଇଁ ଉତ୍ସାହ ବଢ଼େଇଥିଲା,ଏଥିରେ ଗଣ୍ଡରପୁର ବିଜୟ ଲାଭ କରିଥିଲା ବେଳେ ରନର୍ସ ଭାବେ ଗୋଠପୁର କୁ ଘୋଷଣା କରାଯାଇଥିଲା,ଉଭୟ ଦଳକୁ ଆର୍ଥିକ ପୁରସ୍କାର ସହିତ ଟ୍ରଫି ପ୍ରଦାନ କରାଯାଇଥିଲା,ଏହି ମ୍ୟାଚର ଉଦଘାଟନ ଉତ୍ସବକୁ ଉଷୁମା ପଂଚାୟତର ସରପଞ୍ଚ ଶ୍ରୀମତୀ ମିନତୀ ସାହୁ ଉଦଘାଟନ କରିଥିବାବେଳେ ଉଦଯାପନୀ ଉତ୍ସବରେ ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ପୁଲକ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ନାନିତ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଚନ୍ଦ୍ରମଣି ପ୍ରଧାନ,ସମିତି ସଭ୍ୟା ଙ୍କ ପ୍ରତିନିଧି ବିଶ୍ଵରଞ୍ଜନ ଦାଶ,ସାମ୍ବାଦିକ ଧୀରେନ୍ଦ୍ର ସାହୁ,ଦିବ୍ୟରଞ୍ଜନ ସେଠୀ, ସିଦ୍ଧାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବିଜୟୀ ଟିମ କୁ ଟ୍ରଫି ପ୍ରଦାନ କରିଥିଲେ,ଏହି ମ୍ୟାଚର ସମସ୍ତ ବିବରଣୀକୁ ପ୍ରଣୟ କୁମାର ସାମନ୍ତରାୟ ପ୍ରଦାନ କରିଥିବା ବେଳେ ଏହି ମ୍ୟାଚ କୁ ମଦନ ମୋହନ ସ୍ପଟିଂଙ୍ଗ କ୍ଳବର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ,କଟକ ଜିଲ୍ଲା,ବାରଙ୍ଗ ବ୍ଲକ ରୁ ପ୍ରକାଶ କୁମାର ଭୋଇ.