• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଏହି ଦିନଠୁ ରାଜ୍ୟରେ ଖରାଛୁଟି

ByOdishri Khabar

Apr 16, 2025
{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"border":1,"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ସରକାରଙ୍କ ବଡ଼ ଘୋଷଣା, କେତେ ଦିନ ବନ୍ଦ ରହିବ ସ୍କୁଲ…
ଏହି ଦିନଠୁ ରାଜ୍ୟରେ ଖରାଛୁଟି ! ସରକାରଙ୍କ ବଡ଼ ଘୋଷଣା, କେତେ ଦିନ ବନ୍ଦ ରହିବ ସ୍କୁଲ..
ପ୍ରକାଶ ପାଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୨୦୨୫-୨୬ ଶିକ୍ଷାବର୍ଷ କ୍ୟାଲେଣ୍ଡର। ୨୦୨୫ ଶିକ୍ଷାବର୍ଷ ପାଇଁ ପ୍ରକାଶିତ କ୍ୟାଲେଣ୍ଡରରେ ସମସ୍ତ ଛୁଟି ବିବରଣୀ ପ୍ରକାଶ ପାଇଛି। ଓସେପା ପକ୍ଷରୁ ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀ ପାଇଁ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ କରାଯାଇଛି। ଶିକ୍ଷା କ୍ୟାଲେଣ୍ଡରକୁ କଡ଼ାକଡ଼ି ପାଳନ ଲାଗି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଆସନ୍ତା ମେ ୬ ତାରିଖରୁ ଖରାଛୁଟି ରହିଛି। ମେ ୬ ତାରିଖରୁ ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ଖରାଛୁଟି ପାଇଁ ସମସ୍ତ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ। ବିଶେଷ ଭାବରେ ବିଦ୍ୟାଳୟରେ କାର୍ଯ୍ୟ ସମୟ ସକାଳ ସାଢ଼େ ୯ଟା ୩୦ରୁ ଅପରାହ୍ଣ ସାଢ଼େ ୪ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା ରଖାଯାଇଛି। ଶନିବାର ଦିନ ସକାଳ ସାଢ଼ ୬ଟାରୁ ଦିନ ୧୨ ଟା ୩୦ ଯାଏଁ ପାଠପଢ଼ା ହେବ। ଏହା ସହ ସକାଳ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀ ରହିବା ବାଧ୍ୟତାମୂଳକ କରାଯାଇଛି। ତେବେ ସ୍କୁଲରେ ୨୩୧ଟି କାର୍ଯ୍ୟ ଦିବସ ରହିଛି। ଏପ୍ରିଲ ମାସରେ ୨୨ଟି କାର୍ଯ୍ୟଦିବସ ରହିଥିବା ବେଳେ ମେ’ ରେ ୪ଟି, ଜୁନ୍‌ରେ ୮ଟି, ଜୁଲାଇରେ ୨୬, ଅଗଷ୍ଟରେ ୨୨ ଲେଖାଏଁ କାର୍ଯ୍ୟ ଦିବସ ରହିଛି। ସେହିପରି ଭାବରେ ସେପ୍ଟେମ୍ବରରେ୨୩, ଅକ୍ଟୋବରରେ ୨୦, ନଭେମ୍ବରରେ ୨୧, ଡିସେମ୍ବରରେ ୧୮, ଜାନୁଆରୀରେ ୨୩, ଫେବୃଆରୀରେ ୨୪ ଓ ମାର୍ଚ୍ଚରେ ୨୨ଟି ଲେଖାଏଁ କାର୍ଯ୍ୟ ଦିବସ ରହିଛି। ମୋଟ ଆକାରରେ ୮୨ଟି ଛୁଟି ରହିଥିବା ବେଳେ ୫୨ଟି ରବିବାର ରହିଛି। ୨୦୨୫ ଜୁଲାଇ ଚତୁର୍ଥ ସପ୍ତାହରେ ଫରମେଟିଭ୍‌-୧, ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ସମ୍ମେଟିଭ୍‌-୧, ୨୦୨୬ ଜାନୁଆରୀ ପ୍ରଥମ ସପ୍ତାହରେ ଫରମେଟିଭ୍‌-୨ ଏବଂ ମାର୍ଚ୍ଚ ତୃତୀୟ ସପ୍ତାହରେ ସମ୍ମେଟିଭ୍‌-୨ ପାଇଁ ଧାର୍ଯ୍ୟ କରାଯାଇଛି | ଫେବୃଆରୀ ଦ୍ୱିତୀୟ ସପ୍ତାହରେ ପାଠ ପଢ଼ାର ରିଭିଜନ୍ କରିବେ ଛାତ୍ରଛାତ୍ରୀ। ଅନ୍ୟପଟେ ମାର୍ଚ୍ଚ ୪ର୍ଥ ସପ୍ତାହରେ ଖରା ଛୁଟି କରାଯିବ । ତେବେ ଏହି କ୍ୟାଲେଣ୍ଡରର ଅନୁପାଳନ ଲାଗି ପ୍ରଧାନଶିକ୍ଷକଙ୍କ ସମେତ ଜିଲ୍ଲା ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯିବ। ଏପଟେ ନବମ ଓ ଦଶମ ଶ୍ରେଣୀର ପିଲାଙ୍କ ପାଇଁ ଆସେସମେଣ୍ଟ ରହିଛି। ତେବେ ଏକାଡେମିକ କ୍ୟାଲେଣ୍ଡର ଅନୁଯାୟୀ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ୨୦୨୬ ମସିହା ଫେବୃଆରୀ ମାସରେ ଶେଷ ସପ୍ତାହରେ ବାର୍ଷିକ ପରୀକ୍ଷା ଦେବେ । ଏପଟେ ନବମ ଶ୍ରେଣୀ ପିଲାଙ୍କର ୨୦୨୬ ମସିହା ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ବାର୍ଷିକ ପରୀକ୍ଷା ଦେବେ। ଖରା ଛୁଟି ମଇ ୬ ତାରିଖରୁ ଜୁନ ୧୯ ତାରିଖ ପର୍ଯ୍ୟନ୍ତ ରହିବ। ସେହିପରି ପୂଜା ଛୁଟି ସେପ୍ଟେମ୍ବର ୨୯ ତାରିଖରୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ରହିଛି। ଏକ୍ସ ମାସ ଛୁଟି ଡିସେମ୍ବର ୨୩ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ରହିଛି।

Leave a Reply

Your email address will not be published. Required fields are marked *