• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଏହି ସବୁ ଲକ୍ଷଣକୁ କରୁଛନ୍ତି କି ଅଣଦେଖା ? ଚାଲିଯାଇପାରେ ଜୀବନ

ByOdishri Khabar

May 24, 2025
Spread the love

ଯେତେବେଳେ ଲିଭର ଠିକ୍ ଭାବରେ କାମ କରିବା ବନ୍ଦ କରିଦିଏ, ଶରୀରରେ ଅନେକ ପରିବର୍ତ୍ତନ ଦେଖାଯାଏ । ତେବେ ଚାଲନ୍ତୁ ଜାଣିବା ଏମିତି 5ଟି ଲକ୍ଷଣ, ଯାହା ଲିଭର ଡ୍ୟାମେଜର ଦିଏ ସଙ୍କେତ.
ଲିଭର ହେଉଛି ମଣିଷ ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ । ଲିଭର ବା ଯକୃତ ନଷ୍ଟ ହେଲେ ଜଣେ ବ୍ୟକ୍ତି ନିଜ ଜୀବନ ମଧ୍ୟ ହରାଇପାରେ। ଲିଭରରେ ସମସ୍ୟା ଦେଖାଯିବା କାରଣରୁ ହଜମ ପ୍ରକ୍ରିୟା ମଧ୍ୟ ଠିକ୍ ଭାବରେ ହୋଇନଥାଏ । ଲିଭର ଆପଣଙ୍କ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ ଏବଂ ପ୍ରୋଟିନ୍ ତିଆରି କରିବାରେ ସାହାଯ୍ୟ କରେ।

ଲିଭର ସମସ୍ୟା କାରଣରୁ ଭୋକ ହେବା କମିଯାଏ ଏବଂ ଦୁର୍ବଳତା ଭଳି ସମସ୍ୟା ଦୋଖାଦିଏ। ତେବେ ଯେତେବେଳେ ଲିଭର ଠିକ୍ ଭାବରେ କାମ କରିବା ବନ୍ଦ କରିଦିଏ, ଶରୀରରେ ଅନେକ ପରିବର୍ତ୍ତନ ଦେଖାଯାଏ । ଏଥିମଧ୍ୟରୁ ପ୍ରଥମେ ପରିସ୍ରାରେ ହିଁ ଏହାର ପ୍ରାରମ୍ଭିକ ଲକ୍ଷଣ ଦେଖାଦିଏ । ତେବେ ଚାଲନ୍ତୁ ଜାଣିବା ଏମିତି 5ଟି ଲକ୍ଷଣ, ଯାହା ପରିସ୍ରା ମାଧ୍ୟମରେ ଲିଭର ଖରାପ ହେବାର ସଙ୍କେତ ଦେଇଥାଏ ।

ଯଦି ପ୍ରଥମରୁ ସତର୍କତା ଅବଲମ୍ବନ କରିବେ ତେବେ ବହୁତ ବଡ ବିପଦରୁ ମୁକ୍ତି ପାଇପାରିବେ । ଏପରିକି ଜୀବନ ମଧ୍ୟ ବଞ୍ଚି ଯାଇ ପାରିବ । ତେବେ ଜାଣନ୍ତୁ ଲିଭର ଡ୍ୟାମେଜର ପ୍ରାଥମିକ ଲକ୍ଷଣ କ’ଣ ଏବଂ ଏହାକୁ କିଭଳି ଭାବେ ରୋକାଯାଇପାରିବ ।ପରିସ୍ରା ହଳଦିଆ କିମ୍ବା ଧୂଷର ରଙ୍ଗର ହୋଇଯିବା

ଯଦି ଆପଣଙ୍କ ପରିସ୍ରା ସାଧାରଣ ଅପେକ୍ଷା ଗାଢ଼ ହଳଦିଆ କିମ୍ବା ଧୂଷର ହୋଇଯିବାର ଦେଖୁଛନ୍ତି, ତେବେ ଏହା ଯକୃତ ସମସ୍ୟାର ପ୍ରଥମ ଲକ୍ଷଣ ହୋଇପାରେ। ଏହି ପ୍ରକାରର ପରିସ୍ରା ଯକୃତ ଠିକ୍ ଭାବରେ କାର୍ଯ୍ୟ ନକରିବା ଯୋଗୁଁ ହୁଏ। ଯଦି ଆପଣଙ୍କ ସହିତ ଏହା ଘଟୁଛି, ତେବେ ତୁରନ୍ତ ସତର୍କ ହୋଇଯାଆନ୍ତୁ ଏବଂ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ଫେଣଯୁକ୍ତ ପରିସ୍ରା ହେବା

ଯଦି ପରିସ୍ରା ଫେଣ ଭଳି ଦେଖାଯାଏ ଏବଂ ଏଭଳି ପରିସ୍ରା ଲଗାତାର ହୁଏ, ତେବେ ଏହା ପ୍ରୋଟିନ୍ ଲିକେଜର ଏକ ଲକ୍ଷଣ ହୋଇପାରେ, ଯାହା ଲିଭର ଡ୍ୟାମେଜ କିମ୍ବା ଲିଭର ସିରୋସିସ୍ ସହିତ ଜଡିତ।

ପରିସ୍ରା ଦୁର୍ଗନ୍ଧ ହେବା

ପରିସ୍ରା ଦୁର୍ଗନ୍ଧ ହେବା ଲିଭର ଖରାପ ହେବାର ଆଉ ଏକ ଲକ୍ଷଣ। ଯେତେବେଳେ ଲିଭର ବିଷାକ୍ତ ପଦାର୍ଥକୁ ଠିକ୍ ଭାବରେ ପ୍ରକ୍ରିୟାକରଣ କରିପାରେ ନାହିଁ, ସେଗୁଡ଼ିକ କିଡନୀ ଏବଂ ପରିସ୍ରା ମାଧ୍ୟମରେ ବାହାରକୁ ବାହାରିଯାଏ, ଯାହା ପରିସ୍ରାରେ ଦୁର୍ଗନ୍ଧ ସୃଷ୍ଟି କରେ।

ପରିସ୍ରା କରିବା ସମୟରେ ଜଳାପୋଡ଼ା ଅନୁଭବ କରିବା

ଲିଭର ସମସ୍ୟାରେ ଶରୀରରେ ଆମୋନିଆ ସ୍ତର ବୃଦ୍ଧି ପାଏ, ଯାହା ପରିସ୍ରା କରିବା ସମୟରେ ଜଳାପୋଡ଼ା ଅନୁଭବ କରାଇଥାଏ। ଯଦି ଆପଣ ବାରମ୍ବାର ପରିସ୍ରା କରିବା ସମୟରେ ଜଳାପୋଡ଼ା ଅନୁଭବ କରନ୍ତି, ତେବେ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ।

ବାରମ୍ବାର ପରିସ୍ରା ହେବା

ଲିଭର ସମସ୍ୟା ଯୋଗୁଁ ବାରମ୍ବାର ପରିସ୍ରା ହୋଇପାରେ, କିନ୍ତୁ ଯଦି ଏହା ଅଳ୍ପ ପରିମାଣରେ ହୁଏ ତେବେ ଏହି ଲକ୍ଷଣ ଲିଭର ଡ୍ୟାମେଜ୍ ସମ୍ବନ୍ଧୀୟ ଗମ୍ଭୀର ରୋଗକୁ ସୂଚାଇଥାଏ ।

ଯକୃତ ରୋଗ ଧୀରେ ଧୀରେ ବଢ଼ିଥାଏ ଏବଂ ଠିକ ସମୟ ମଧ୍ୟରେ ଚିକିତ୍ସା ନ କଲେ ଏହା ଘାତକ ହୋଇପାରେ। ପରିସ୍ରାରେ ହେଉଥିବା ଏହି ଛୋଟ ଛୋଟ ପରିବର୍ତ୍ତନଗୁଡ଼ିକ ଆମ ପାଇଁ ଚେତାବନୀ। ଯଦି ଆପଣ ଏହି ଲକ୍ଷଣଗୁଡ଼ିକ ମଧ୍ୟରୁ କୌଣସିଟି ଲକ୍ଷ୍ୟ କରନ୍ତି, ତେବେ ତୁରନ୍ତ ଡ଼ାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

Leave a Reply

Your email address will not be published. Required fields are marked *