ମୟୂରଭଞ୍ଜ ଜିଲ୍ଲା ବାବନଘାଟୀ ଉପଖଣ୍ଡ ରାଇରଙ୍ଗପୁର ଆଦିବାସି ଅଧ୍ୟୁଷିତ ଅଞ୍ଚଳ ଅଟେ ଏଠାକାର 80 ଭାଗ ଲୋକ ଚାଷ ଉପରେ ନିର୍ଭର ଶିଳ। ବିଲ ବାଡି ରେ ବିଭିନ୍ନ ପନିପରିବା ଚାଷ କରି ବଜାର ରେ ବିକ୍ରି କରି ପରିବାର ଚଳାନ୍ତି । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଚାଷୀ ମାନଙ୍କ ପାଇଁ ଅନେକ ଯୋଜନା କରିଥିଲେ ମଧ୍ୟ ତାହା ଚାଷୀ ମାନଙ୍କ ପାଖକୁ ସଚେତନତା ଅଭାବ ରେ ପହୁଞ୍ଚି ପାରେ ନାହିଁ। ଏଠାକାର ଅନେକ ଲୋକ ବର୍ତ୍ତମାନ ମଧ୍ୟ ଗାଁ ରେ ବସବାସ କରନ୍ତି। ଯୋଜନା ଗୁଡ଼ିକ ରୁ ଅଜ୍ଞାନ ରହନ୍ତି ଗ୍ରାମାଞ୍ଚଳ ଲୋକ।ଏହାର ସୁବିଧା ରୁ ବଞ୍ଚିତ ବଡ ବଡ ଅଫିସର ମାନେ ଚଞ୍ଚକତା କରି ବିଭିନ୍ନ ଯୋଜନା ଆଳରେ ଟଙ୍କା ଲୁଟ୍ କରିଚାଲିଛନ୍ତି। ତେବେ ଏଭଳୀ ଏକ ଅଭାବନୀୟ ଘଟଣା ସାମନା କୁ ଆସିଛି ,ସୂଚନା ଅନୁଯାୟୀ
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରାଇରଙ୍ଗପୁର କୃଷି ଉଦ୍ୟାନ ଓପିକ୍ରା ଯୋଜନା ରେ ପୁରୁଣା ପାଣି ପଞ୍ଚାୟତ ତାବଳବନ୍ଧ ଗାଁ ରେ ଥିବା ସାଲୟ ରାଣୀ SHG ଗ୍ରୁପ କୁ ଶୀତଳ ଭଣ୍ଡାର କରିବା ପାଇଁ ଏକ ଯୋଜନା ଆସିଥିଲେ। କିନ୍ତୁ ଏହି ଯୋଜନାରେ ଶୀତଳ ଭଣ୍ଡାର ଟି ମାଣ୍ଡ ହାଂସଦା ର ଜାଗା ରେ ହେବା ପାଇଁ ଏଗ୍ରିମେଣ୍ଟ ହୋଇଛି କିନ୍ତୁ ଏହାକୁ ସେହି ଜାଗା ରେ ନ କରି ରାଇରଙ୍ଗପୁର କୃଷି ଉଦ୍ୟାନ ର AHO ସୂର୍ଯୋ କାନ୍ତ ମଲ୍ଲିକ ଓ କୃଷି ଉଦ୍ୟାନ ରେ କାମ କରୁଥିବା ସୁପାଇ ଟୁଡୁ ଙ୍କ ସହ ମିଶି ଅନ୍ୟ ଜାଗା ରେ ଶୀତଳ ଭଣ୍ଡାର ଟି ତିଆରି କରୁଥିବା ଅଭିଯୋଗ କରିଥିଲେ କିଛି ଗ୍ରାମର ଚାଷୀ ଓ SHG ମହିଳା ମାନେ ଏହାକୁ ବିରୋଧ କରୁଛନ୍ତି। କି ସେ ଜାଗାରେ ଶୀତଳ ଭଣ୍ଡାର ହେଲେ ଚାଷୀ ମାନଙ୍କର ଉନ୍ନତିରେ ବାଧ୍ୟା ଘଟିବ ବୋଲି ସରକାର ଙ୍କୁ ନିବେଦନ କରିଛନ୍ତି। ପରେ ଘଟଣା ଟି ସମସ୍ତେ ଜାଣି ଯିବାରୁ ଶୀତଳ ଭଣ୍ଡାର କାମ କୁ ବନ୍ଦ କରିଥିବା ଘଟଣା ଜନ ସାଧାରଣ ରେ ଚର୍ଚ୍ଚା ର ବିଷୟ ଜୋର୍ ଧରିଛି। ଏଠି ପ୍ରଶ୍ନ ଉଠୁଛି AHO ସୂର୍ଯୋ କାନ୍ତ ମଲ୍ଲିକ ଙ୍କ କଣ ସ୍ବାର୍ଥ ରହିଛି ଯେ ଏଗ୍ରିମେଣ୍ଟ ଗୋଟେ ଜାଗାରେ ଓ କାମ ଅନ୍ୟ ଜାଗାରେ କଣ ପାଇଁ, ଏପରି ନିରିହ ଆଦିବାସୀ ଲୋକ ମାନଙ୍କୁ ଆଉ କୋଉ କୋଉ ଯୋଜନା ରେ ଠକି ଆସିଛନ୍ତି ତାହା ଉଚ୍ଚ ସ୍ତରୀୟ ତଦନ୍ତ ହେବା ଦରକାର ବୋଲି ଜନ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି।