• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

କାତାର ଗସ୍ତରେ ଆମେରିକା ରାଷ୍ଟ୍ରପତି

ByOdishri Khabar

May 14, 2025
Spread the love

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ମାସ ମେ ୧୪ ତାରିଖରେ କାତାର ଗସ୍ତରେ ପାଉଛନ୍ତି । ଆଉ ଏହି ସମୟ ମଧ୍ୟରେ, କାତାର ସରକାର ତାଙ୍କୁ ଏକ ବିଳାସପୂ ବିଳାସପୂର୍ଣ୍ଣ ବୋଇଂ ୭୪୭-୮ ଜମ୍ବୋ ଜେଟ୍ ଉପହାର ଦେଉଛନ୍ତି । । ଏହି ବିମାନର ମୂଲ୍ୟ ପ୍ରାୟ ୩୪୦୦ କୋଟି ଟଙ୍କା । ଏହି ଉପହାର କୌଣସି କୌଣସି ଆମେରିକୀୟ ବୋଲି କୁହାଯାଉଛି । ଏହି ରାଷ୍ଟ୍ରପତିଙ୍କୁ ମିଳିଥିବା ସବୁଠାରୁ ମହଙ୍ଗା ଉପହାର ।

ଯଦି ଏହି କରି ରିପୋର୍ଟଗୁଡ଼ିକୁ ଦେଖାଯାଏ, ତେବେ ଟ୍ରମ୍ପ ଅସ୍ଥାୟୀ ଭାବରେ ବିମାନକୁ ଏୟାର ଫୋର୍ସ ୱାନର ବିକଳ୍ପ ଭାବରେ ବ୍ୟବହାର ରିବେ ।

ତେବେ ଆସନ୍ତୁ ଜାଣିବା ଏହାର ବିଶେଷତ୍ବ କ’ଣ ।
ବୋଇଂ ୭୪୭-୮ ଭିତର କୌଣସି ରାଜପ୍ରାସାଦ ଠାରୁ କମ୍ ନୁହେଁ । ଟ୍ରମ୍ପ ବର୍ତ୍ତମାନ ବ୍ୟବହାର କରୁଥିବା ବିମାନର ନାମ ହେଉଛି ଟ୍ରମ୍ପ ଫୋର୍ସ ୱାନ୍ , ଏହା ତୁଳନାରେ କାତାରରୁ ସେ ଯେଉଁ ବିମାନ ପାଇବେ ତାହା ବହୁତ ଅଧିକ ଆଧୁନିକ, ବିଳାସପୂର୍ଣ୍ଣ ଏବଂ ସୁରକ୍ଷିତ । ଏହାକୁ ବିଶ୍ୱର ସବୁଠାରୁ ବିଳାସପୂର୍ଣ୍ଣ ଭିଭିଆଇପି ବିମାନ ମଧ୍ୟରେ ଗଣନା କରାଯାଏ । ଯଦି ରିପୋର୍ଟଗୁଡ଼ିକୁ ବିଶ୍ୱାସ କରାଯାଏ , ତେବେ ଏଥିରେ ଯୋଗାଇ ଦିଆଯାଇଥିବା ସମସ୍ତ ସୁବିଧା ରାଷ୍ଟ୍ରପତିଙ୍କ ଅନୁସାରେ କଷ୍ଟମାଇଜ୍ କରାଯାଇଛି । ଏହି ବିମାନକୁ ନେଇ ଏକ ବିବାଦ ମଧ୍ୟ ଆରମ୍ଭ ହୋଇଛି ।

ଆମେରିକା ସରକାର ଆଇନର ସେହି ଦିଗଗୁଡ଼ିକୁ ଯାଞ୍ଚ କରୁଛି ଯେ ଦେଶର ରାଷ୍ଟ୍ରପତି ଅନ୍ୟ ଦେଶରୁ ଏତେ ମହଙ୍ଗା ଉପହାର ଗ୍ରହଣ କରିପାରିବେ କି ନାହିଁ । କାରଣ ଆମେରିକାର ସମ୍ବିଧାନ ସରକାରୀ ପଦବୀରେ ଥିବା ବ୍ୟକ୍ତିମାନଙ୍କୁ ସଂସଦର ଅନୁମୋଦନ ବିନା ବିଦେଶରୁ ଏପରି କୌଣସି ଉପହାର ଗ୍ରହଣ କରିବାକୁ ନିଷେଧ କରିଛି ।

ତଥାପି, ଟ୍ରମ୍ପଙ୍କୁ ଦିଆଯାଇଥିବା ବିମାନ ଅସ୍ଥାୟୀ ଭାବରେ ବ୍ୟବହାର କରାଯିବ, ତେଣୁ ଏହାକୁ ଉଲ୍ଲଂଘନ ବୋଲି ବିବେଚନା କରାଯିବ ନାହିଁ । ଟ୍ରମ୍ପ ତାଙ୍କ ପୂର୍ବ କାର୍ଯ୍ୟକାଳରେ ମହଙ୍ଗା ଉପହାରକୁ ନେଇ ମାମଲାରେ ମଧ୍ୟ ଫସିଛନ୍ତି । ଏହି ବିମାନଟି ବିଶ୍ୱର ୧୦ଟି ଧନୀ ପରିବାର ମଧ୍ୟରେ ତୃତୀୟ ସ୍ଥାନରେ ଥିବା କତାରର ଶାସକ ଅଲ୍ ଥାନି ପରିବାର ଦ୍ୱାରା ଟ୍ରମ୍ପଙ୍କୁ ଉପହାର ଭାବେ ଦିଆଯିବ । ତାଙ୍କର ସମ୍ପତ୍ତି ୩୫୦ ବିଲିୟନରୁ ଅଧିକ।

ରିପୋର୍ଟ ଅନୁସାରେ, ଏହି ବିମାନରେ ଏକ ବ୍ୟକ୍ତିଗତ ଶୟନ କକ୍ଷ ଭଳି ସୁଟ୍ ,ବେଡରୁମ୍, ଲାଉଞ୍ଜ, ମାର୍ବଲ୍ ବାଥରୁମ୍ ଏବଂ ରାଜକୀୟ ସିଡ଼ି ଅଛି । ଏହା ଏକ ରାଜପ୍ରାସାଦ ପରି ବିଶାଳ । ଏଥିରେ ଏକ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ମଧ୍ୟ ସ୍ଥାପିତ ହୋଇଛି ।

ଏହା ଆକାଶରେ ଉଡୁଥିବା ଏକ ରାଜକୀୟ ବିମାନ ଠାରୁ କମ୍ ନୁହେଁ । ଏଥିରେ ପାଞ୍ଚଟି ଗ୍ୟାଲେରୀ, ମାଷ୍ଟର ଶୟନ କକ୍ଷ, ରାଜକୀୟ ମନୋରଞ୍ଜନ ସୁବିଧା, ମିନି ହାଇ-ଟେକ୍ ହସ୍ପିଟାଲ ଇତ୍ୟାଦି ସମସ୍ତ ସୁବିଧା ରହିଛି । ଏହି ବିମାନଟି GE ର ସବୁଠାରୁ ଶକ୍ତିଶାଳୀ ଇଞ୍ଜିନରେ ସଜ୍ଜିତ, ଯେଉଁଥିରେ ୧୯୧ ଟନ୍ ଇନ୍ଧନ ରହିଛି । କେବଳ ଏତିକି ନୁହେଁ, ଏହା ଇନ୍ଧନ ବିନା ୧୯,୪୦୦ କିଲୋମିଟର ଯାତ୍ରା କରିପାରିବ ।

Leave a Reply

Your email address will not be published. Required fields are marked *