ଆଜିକାଲି ଏମିତି କୋଚିତ୍ ଲୋକ ଥିବେ, ଯେଉଁମାନଙ୍କ ପାଖରେ ସ୍ମାର୍ଟଫୋନ୍ ନଥିବ । ମୋବାଇଲରେ ଅନେକ ଫିଚର୍ସ ଥାଏ, ଯାହା ଅନେକଙ୍କୁ ଜଣାନଥାଏ । ତେବେ ଆପଣ ଏହା ନିଶ୍ଚୟ ଦେଖିଥିବେ ଯେ, ମୋବାଇଲର ତଳେ ଏକ ଛୋଟ ହୋଲ୍ ଥାଏ, କିନ୍ତୁ ମୋବାଇଲରେ ଏହି ଛୋଟ ହୋଲ୍ କେଉଁ କାମରେ ଆସିଥାଏ… ଜାଣିଛନ୍ତି କି? ଆଜି ଆସନ୍ତୁ ଏହାର ଉତ୍ତର ଜାଣିବା…ଆଜିକାଲି ସବୁ ଲୋକଙ୍କ ହାତରେ ଫୋନ୍ ଥିବାର ନଜର ଆସିବ । ଅଧିକାଂଶ ସମୟରେ ଲୋକମାନେ ସ୍ମାର୍ଟଫୋନକୁ ସ୍କ୍ରଲ କରୁଥାନ୍ତି । ମାର୍କେଟରେ ସେଲ ଫୋନଗୁଡିକ ବିଭିନ୍ନ ରେଟରେ ବିକ୍ରି ହେଉଛି । ଏହାର ମୂଲ୍ୟ ଅନୁଯାୟୀ ମୋବାଇଲରେ ବୈଶିଷ୍ଟ୍ୟ ପ୍ରଦାନ କରାଯାଇଥାଏ ।ଫୋନରେ ଏପରି ଅନେକ ବୈଶିଷ୍ଟ୍ୟ ଥିଲେ ବି ଆପଣ ଜାଣି ନାହାଁନ୍ତି। ସବୁ ସମୟରେ ବ୍ୟବହାର କରୁଥିଲେ ମଧ୍ୟ ଅନେକ ଛୋଟ ଛୋଟ ଫିଚର୍ସ ବାବଦରେ ଲୋକ ଅବଗତ ନାହାଁନ୍ତି । ଆଜି ଆସନ୍ତୁ ସେଭଳି ଏକ ଫିଚର୍ସ ବାବଦରେ ଜାଣିବା ।ସେଲ୍ ଫୋନ୍ ତଳେ ଥିବା ଛୋଟ ହୋଲକୁ କେବେ ଧ୍ୟାନ ଦେଇଛନ୍ତି କି? ଏହା କ’ଣ ପାଇଁ ରହିଛି ଆପଣ ଜାଣନ୍ତି କି? ଅଧିକାଂଶ ଲୋକ ଏହାର ଉତ୍ତର ଜାଣନ୍ତି ନାହିଁ । ସେହି କ୍ଷୁଦ୍ର ହୋଲଟି ହେଉଛି ଆମର ଫୋନର ନଜଏ କ୍ୟାନସଲେସନ ମାଇକ୍ରୋଫୋନ୍ । ସରଳ ଭାବରେ କହିବାକୁ ଗଲେ, ଯେତେବେଳେ ଆମେ ମୋବାଇଲ୍ ଫୋନରେ କଥା ହେଉ ସେତେବେଳେ ଏହା ନଏଜ ଫ୍ରି ମାଇକ୍ରୋଫୋନ୍ ଭଳି କାମ କରେ । ଯେତେବେଳେ ଆମେ ମୋବାଇଲ୍ ଫୋନରେ କାହାକୁ କଲ କରୁ, ଏହି ମାଇକ୍ରୋଫୋନ୍ ସକ୍ରିୟ ହୋଇଯାଏ । ସେହି କ୍ଷୁଦ୍ର ହୋଲଟି ଆମ କଥାକୁ କ୍ଲିଅର କରିଥାଏ ଓ ଏହାକୁ ଅନ୍ୟ ପଟ ଶ୍ରୋତାଙ୍କୁ ସ୍ପଷ୍ଟ ଭାବରେ କଥା ପଠାଇଥାଏ। ଏହି ମାଇକ୍ରୋଫୋନ୍ ଚାରିପାଖରେ ଶବ୍ଦ ଥିଲେ ମଧ୍ୟ ସମସ୍ତ ପ୍ରକାର ଶବ୍ଦ ଗ୍ରହଣ କରେ ନାହିଁ । ମୋବାଇଲ୍ ଫୋନର ଏହି ହୋଲ ନଏଜକୁ ରୋକିଥାଏ। ତେଣୁ, ଆମେ କହୁଥିବା ସ୍ୱର ହୋଲ ନିକଟତର ରହିଲେ ଅନ୍ୟ ପାର୍ଶ୍ୱରେ ସ୍ୱର ସ୍ପଷ୍ଟ ଭାବରେ ଶୁଣାଯାଏ ।