• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

କିଶୋର ନଗରରେ ଘଟିଲା ବିଭତ୍ସ କାଣ୍ଡ

{"remix_data":[],"remix_entry_point":"challenges","source_tags":["default"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"addons":1,"transform":1},"is_sticker":false,"edited_since_last_sticker_save":true,"containsFTESticker":false,"used_sources":{"version":1,"sources":[{"id":"362700369019211","type":"ugc"}]}}
Spread the love

ରାତି ଅଧରେ ଘରେ ପଶିଲେ ଦୁର୍ବତ୍ତୁ , କେହି କୁଆଡେ ନଥିବାର ଦେଖି ଆରମ୍ଭ କଲେ ଗୁଳି ମାଡ…
ଗତ କାଲି ରାତିରେ ଘଟି ଯାଇଛି ଏକ ବଡ ଧରଣର ଘଟଣା । ଦୁଇ ଛୋଟ ଛୁଆ ଘରେ ଶୋଇଥିବାର ଦେଖି ପଶି ଯାଇଥିଲେ ଦୁର୍ବତ୍ତ । ଆରମ୍ଭ କରି ଦେଇଥିଲେ ଗୁଳି ମାଡ । ସମୟ ରାତି ଦଶଟା । ବାପା କାଠ କରିବାକୁ ୟାଇଥିବା ବେଳେ ଘରେ ଦୁଇ ଛୁଆ ଶୋଇଥିଲେ । ଏତିକି ବେଳେ ମଉକା ଦେଖି କେହି ଘରେ ଭିତରେ ପଶି ଏଭଳି କାଣ୍ଡ ଘଟାଇ ଦେଇଛି । ତେବେ ଗତ କାଲି ରାତିରୁ ଆଜି ରାତି ହେବାକୁ ବସିଲାଣି ଏପର୍ଯ୍ୟନ୍ତ ସତ୍ୟତା ଧରା ପଡି ନାହିଁ । ଆମେ କହୁଛୁ ଗତ କାଲିର ଗଟଣା କଥା । ଗତ କାଲି ରାତି ଦ ଶଟା ସମୟରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କିଶୋର ନଗର ଥାନା ଅଧିନସ୍ଥ ଭାଙ୍ଗମୁଣ୍ଡା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଘଟିଲା ଗୁଳିକାଣ୍ଡ । ଗୁଳିକାଣ୍ଡରେ ଭାଙ୍ଗମୁଣ୍ଡା ଗ୍ରାମର ପ୍ରଫୁଲ୍ଲ ମିର୍ଧା ଙ୍କ ୧୧ ବର୍ଷର ପୁଅ ପ୍ରକାଶ ମିର୍ଧା ଓ ୧୫ ବର୍ଷୀୟ ଝିଅ ଯଜ୍ଞସେନୀ ମିର୍ଧା ଗୁରୁତର ଆହତ ହୋଇଛନ୍ତି । ପ୍ରଥମେ ସେମାନଙ୍କୁ ଗୁରୁତର ଆହତ ଅବସ୍ଥାରେ ବୁର୍ଲା ମେଡିକାଲକୁ ନିଆଯାଇଥିବା ବେଳେ ଝିଅ ଯାଜ୍ଞସେନୀ ମିର୍ଧାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ କଟକ SCB କୁ ସ୍ଥାନାନ୍ତରିତ କରାଯାଇଛି । ତେବେ ବର୍ତ୍ତମାନ ଝିଅର ପରିସ୍ଥିତି ଦେଖି ଠିକ୍ ଠାକ୍ ରହିଥିବା ବେଳେ ପୁଅର ଅବସ୍ଥା ସଙ୍କଟାପନ୍ନ ରହିଛି ।

Leave a Reply

Your email address will not be published. Required fields are marked *