• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଖରା ଦିନେ ପେଟ ସମସ୍ୟା ହେଉଛି କିଏହି ଉପାୟ କରନ୍ତୁ

Spread the love

ବର୍ତ୍ତମାନ ଚାଲିଛି ଗ୍ରୀଷ୍ମ ଋତୁ । ଏହି ଋତୁରେ ମଣିଷ ଅନେକ ପ୍ରକାର ସମସ୍ୟାକୁ ସାମ୍ନା କରିଥାଏ । ଏଥି ସହ ଲୋକମାନେ ବିଭିନ୍ନ ପ୍ରକାରର ରୋଗରେ ମଧ୍ୟ ଆକ୍ରାନ୍ତ ହୋଇଥାନ୍ତି । ଖାସ୍ କରି ଗ୍ରୀଷ୍ମ ଋତୁରେ ଅନ୍ତନଳୀ ସ୍ବାସ୍ଥ୍ୟରେ ବିଶେଷ ଯତ୍ନ ନେବା ଉଚିତ୍, ନଚେତ୍ ପେଟ ସମ୍ବନ୍ଧୀୟ ସମସ୍ୟା ଆପଣଙ୍କ ଶରୀରକୁ ଆକ୍ରମଣ କରିପାରେ । ବଦହଜମୀ ଏବଂ ଗ୍ୟାସ୍ ଭଳି ପେଟ ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣ ନିଶ୍ଚିତ ଭାବରେ ଏହି ଘରୋଇ ଉପାଚାର ଚେଷ୍ଟା କରିବା ଉଚିତ୍ । ତେବେ ଆଜି ଆପଣଙ୍କୁ କହିବୁ ଯେ ଏକ ଖାଦ୍ୟ ବିଷୟରେ ଯାହାକୁ ଆପଣ ଆପଣଙ୍କ ଖାଦ୍ୟରେ ସାମିଲ୍ କରି ଅନେକ ଫାଇଦା ପାଇପାରିବେ । ଆପଣ ଜାଣିଛନ୍ତି କି ଏହି ଖାଦ୍ୟର ନାମ କ’ଣ? ତେବେ ଆସନ୍ତୁ ଜାଣିବା ଏହି ଖାଦ୍ୟାର ନାମ ଏବଂ ଫାଇଦା ବିଷୟରେ ।ଏହି ଖାଦ୍ୟର ନାମ ହେଉଛି ‘ଦହି’ । ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ଖରାଦିନରେ ଅଧିକ ଦହିପାଣି ବ୍ୟବହାର ହୋଇଥାଏ । ଏଥି ସହ ଜାହା ଘରକୁ ଆମେ ଜାଇଥାନ୍ତି ସେଠି ପ୍ରଥମେ ଦହି ସରବତ୍ ପିଇବାକୁ ଦିଅନ୍ତି । କାହିଁକି ନା ଦହିରେ ମିଳୁଥିବା ଉପାଦାନଗୁଡିକ ଅନ୍ତନଳୀ ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ଏଥି ସହ ଆସନ୍ତୁ ଜାଣିବା ଦହିରେ କେଉଁ ଜିନିଷ ମିଶାଇ ମିଶାଇ ଖାଇବା ଦ୍ବାରା ଅନେକ ଲାଭ ମିଳିଥାଏ ।ଦହି ସହିତ ଜିରା ପାଉଡର୍ : ପ୍ରଥମେ ଏକ ପାତ୍ରରେ ଦହି ବାହାର କରନ୍ତୁ । ଏବେ ପ୍ୟାନରେ କିଛି ଜିରା ପକାଇ ଭଲ ଭାବରେ ଭାଜନ୍ତୁ । ଏହା ପରେ, ଯଦି ଆପଣ ଚାହିଁବେ ତେବେ ଭଜା ଜିରାକୁ ଭଲ ଭାବରେ ପେଷି ପାରିବେ । ଶେଷରେ ଆପଣ ଏହି ପେଷା ଜିରାକୁ ଦହିରେ ଭଲ ଭାବରେ ମିଶାଇ ଦିଅନ୍ତୁ । ଦହି ଏବଂ ପେଷା ଜିରାର ମିଶ୍ରଣ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ବହୁ ଲାଭଦାୟକ ହୋଇଥାଏ । ଏଥି ସହ ଆପଣଙ୍କ ଅନ୍ତନଳୀର ସ୍ବାସ୍ଥ୍ୟକୁ ବହୁତ ପରିପାଣରେ ଉନ୍ନତ ମଧ୍ୟ କରିପାରିବ ।ଆପଣମାନେ ଜାଣିରଖନ୍ତୁ ଯେ ଯଦି ଆପଣ ପେଟ ପୋଡ଼ାଜଳା ପରି ଅନୁଭବ କରୁଛନ୍ତି, ତେବେ ଦହି-ଭଜା ଜିରାକୁ ଆପଣଙ୍କ ଖାଦ୍ୟରେ ସାମିଲ୍ କରିପାରିବେ । ଦହି ଏବଂ ଭଜା ଜିରାରେ ମିଳୁଥିବା ସମସ୍ତ ପୋଷକ ତତ୍ତ୍ବ ପେଟ ଯନ୍ତ୍ରଣାରୁ ମୁକ୍ତି ଦେବାର ସହାୟକ ହୋଇପାରେ । ଆପଣଙ୍କୁ କହି ରଖୁଛୁ ଯେ ଦହି ଏବଂ ଭଜା ଜିରାର ମିଶ୍ରଣ ଦ୍ରୁଷ୍ଟିଶକ୍ତି ପାଇଁ ମଧ୍ୟ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ ।ଏଥି ସହ ଯଦି ଆପଣଙ୍କର ଖାଦ୍ୟ ଶୀଘ୍ର ହଜମ ହେଉନାହିଁ ତେବେ ଆପଣ ନିଶ୍ଚିତ ଭାବରେ ଦହି ଏବଂ ଭଜା ଜିରା ଖାଇପାରିବେ । ଯାହା ବହୁ ଶୀଘ୍ର ଆପଣଙ୍କର ଖାଦ୍ୟକୁ ହଜମ କରାଇବାର ସାହାଯ୍ୟ କରିବ । ଗ୍ରୀଷ୍ମ ଋତୁରେ ପେଟ ସମସ୍ୟାକୁ ଦୂର କରିବାକୁ ଚାହୁଁଥିଲେ ମଧ୍ୟ ଦହି ଏବଂ ଭଜା ଜିରା ଖାଇପାରିବେ । ଏଥି ସହ ମନେ ରଖନ୍ତୁ ଯେ ଏହି ଋତୁରେ କେବେବି ବାହାର ଜିନିଷ ଖାଇବେ ନାହିଁ ଅର୍ଥାତ୍ ଫାଷ୍ଟଫୁଡ୍ ଜାତୀୟ ଖାଦ୍ୟଠାରୁ ସମ୍ପୂର୍ଣ୍ଣ ଭାବରେ ଦୂରେଇ ରୁହନ୍ତୁ । ବାହାରେ ଅସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଆପଣଙ୍କ ଅନ୍ତନଳୀ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ଏଥିପ୍ରତି ସଚେତନ ହୋଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *