ସରକାରଙ୍କ ନୂତନ ଗଠନ ଆଭିମୁଖ୍ୟ ପରେ ରାଜ୍ୟର ବିଭିନ୍ନ ଅଂଚଳରେ ନୂତନ ବ୍ଲକ ଗଠନ ଦାବି ଜୋର ଧରୁଛି।ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ବ୍ଲକ ଅନ୍ତର୍ଗତ ଗୁଣପୁର ରେ ଏକ ସ୍ବତନ୍ତ୍ର ବ୍ଲକ ଘୋଷଣା କରାଯିବା ପାଇଁ ୨୦୨୫ ଜାନୁୟାରୀ ୨୬ ସାଧାରଣ ତନ୍ତ୍ର ଦିବସ ସ୍ଵତନ୍ତ୍ର ଗ୍ରାମସଭା ରେ ୯ ଗୋଟି ପଞ୍ଚାୟତ ଯଥାକ୍ରମେ:- କାଣିଗୁମା, ଥୁଆମୂଲ , ଗୁଣପୁର , କେରପାଇ , ସିଲେଟ , ତଳ ଆମପଦର, ନାକରୁଣ୍ଡି , କର୍ଲାପାଟ ଓ କିଆପଦର ର ହଜାର ହଜାର ଭୋଟର ଜନସାଧାରଣ ନିଜ ନିଜ ଗ୍ରାମସଭାରେ ନିଷ୍ପତି ଗ୍ରହଣ କରିଛନ୍ତି । ଏବଂ ଏହାର ଏକକିତା ନକଲ ସମସ୍ତ ଗ୍ରାମପଞ୍ଚାୟତ ରୁ ଥୁଆମୂଲ ରାମପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ଜିଲ୍ଲାପାଳଙ୍କ ପାଖରେ ଦାବୀ ଜଣାଇବା ପାଇଁ ନିଷ୍ପତି ନିଆଯାଇଥିଲା। ଉକ୍ତ ଗୁଣପୁର ପଞ୍ଚାୟତ ୯/୧୦ ଟି ଗ୍ରାମ ପଞ୍ଚାୟତ ର କେନ୍ଦ୍ରବିନ୍ଦୁ ଅର୍ଥାତ୍ ମିଡ଼ିଲ ଜାଗାରେ ଥିବାରୁ ସମସ୍ତେ ଏକଯୁଟ ହୋଇ ଗୁଣପୁର ରେ ବ୍ଲକ କଲେ ସମସ୍ତଙ୍କୁ ସୁବିଧା ହେବ ବୋଲି ସ୍ଥାନ ନିର୍ଣ୍ଣୟ କରି ନିଷ୍ପତି ନେଇଛନ୍ତି । ଉକ୍ତ ଦାବୀ ପ୍ରକ୍ରିୟା କାର୍ଯ୍ୟକ୍ରମ ରେ ୯ ଖଣ୍ଡ ଗ୍ରାମ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ ସଭ୍ୟା , ସମସ୍ତ ବିଭାଗ ର କର୍ମକର୍ତ୍ତା, ସମାଜ ସେବୀ,ବୁଦ୍ଧିଜୀବୀ, ଜନସାଧାରଣ ମାନେ ଉପସ୍ଥିତ ଥିଲେ ।