• Wed. Jun 10th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଚାରିଆଡେ କେବଳ ଗୋଟିଏ ନାଁ ବିରାଟ ବିରାଟ

Spread the love

ଦିନେ ସମସ୍ତେ କୋହଲିଙ୍କୁ ନେଇ କହୁଥିଲେ, ସମୟ ଆସି ଯାଇଛି ସେ ଅବସର ନେଇ ଯିବା ଉଚିତ୍ । ଆଉ ଆଜି କହୁଛନ୍ତି, ‘ବିରାଟ ହୈ ତୋ ମୁମକିନ ହୈ’ ।ଦୁବାଇରେ ରନ ମେସିନ କୋହଲିଙ୍କ ବିସ୍ପୋରକ ତଥା ଅଦ୍ଭୁତ ଶତକ ବଳରେ ଏବେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବାହାର ହେବାର ପାଦ ଦେଶରେ । ସାରା ବିଶ୍ୱ ଦେଖିଛି କୋହଲିଙ୍କ ଭୟଙ୍କର ରୂପ । ବ୍ଯାଟ ଚମକିଛି ବିଶ୍ୱ ଦେଖିଛି ତାଙ୍କୁ କାହିଁକି କୁହାଯାଏ ‘କ୍ରିକେଟ କିଙ୍ଗ’ ।ଚାପରେ ଥିବା ସମୟରେ ତଥା ପାକିସ୍ତାନ ସହ ହାଇଭୋଲଟେଜ ମ୍ଯାଚରେ ତାଙ୍କର ଫର୍ମକୁ ଫେରିବା ଏବେ ସମାଲୋଚକଙ୍କ ମୁହଁ ବନ୍ଦ କରି ଦେଇଛି । ମାତ୍ର ୧୧୧ ବଲରେ ଶତକ ହାସଲ କରି ମ୍ଯାଚ ବିଜୟ କରାଇଛନ୍ତି ବିରାଟ । ଫଳରେ ଚାମ୍ପିୟନ୍ସ ଟ୍ରଫିକୁ ଉଠାଇବାର ଆହୁରି ପାଖକୁ ପାଖେଇଛି ଟିମ୍ ଇଣ୍ଡିଆ ।ରାଜନେତାଠୁ ଆରମ୍ଭ କରି ସେଲିବ୍ରିଟି,କ୍ରିକେଟରଠୁ ଆରମ୍ଭ କରି ଫ୍ଯାନ୍ସ ସମସ୍ତେ ବିରାଟଙ୍କୁ ଏବେ ଭୂରି ଭୂରି ପ୍ରଶଂସା କରୁଛନ୍ତି । ଶୁଭେଚ୍ଛାର ସୁଅରେରେ ଏ ମହାନ ବ୍ଯାଟର ଚମକୁଛନ୍ତି ଦେଶ ପାଇଁ ।ଏହାସହ ଦୁବାଇରେ ଖେଳାଯାଇଥିବା ଭାରତ-ପାକିସ୍ତାନ ବିଗ ଫାଇଟରେ କୋହଲିଙ୍କ ବିରାଟ ରେକର୍ଡ ଦେଖିବାକୁ ମିଳିଛି । ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିଛନ୍ତି କିଙ୍ଗ ତଥା ରନ ମେସିନ । ବିରାଟ କୋହଲି ଦିନିକିଆ କ୍ରିକେଟରେ ନିଜର ୧୪ ହଜାର ରନ୍ ପୂରଣ କରିଛନ୍ତି । ଯାହା ଏକ ବିରଳ ଓ ବିରାଟ ରେକର୍ଡ ମଧ୍ଯ ।ପ୍ରକାଶଥାଉ ଯେ, ଦିନିକିଆ କ୍ରିକେଟରେ ୧୪ ହଜାର ରନ କରିବାରେ ବିରାଟ ହେଉଛନ୍ତି ତୃତୀୟ ଖେଳାଳି । ସବୁଠୁ ଦ୍ରୁତତମ ୧୪ ହଜାର ରନ କରିବାରେ ସେ ବିଶ୍ୱର ପ୍ରଥମ ଖେଳାଳି ଦିନିକିଆରେ ।ଏହି ବିରଳ କାରନାମା କରିବା ପାଇଁ କିଙ୍ଗ କୋହଲିଙ୍କୁ ମାତ୍ର ୨୮୭ ଟି ଦିନିକିଆ ଖେଳିବାକୁ ପଡିଛି । କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏ କାରାନାମା କରିବା ପାଇଁ ୩୫୦ ଟି ଦିନିକିଆ ଖେଳିଥିଲେ । ସେହିଭଳି ଶ୍ରୀଲଙ୍କାର ମହାନ ବ୍ଯାଟର କୁମାର ସାଙ୍ଗାକାରା ଏଥିପାଇଁ ନେଇଥିଲେ ୩୭୮ ଟି ଦିନିକିଆ ମ୍ଯାଚ ।ପାକିସ୍ତାନ ବିପକ୍ଷ ମହାଲଢେଇରେ ନମ୍ୱର ୩ ରେ ବ୍ଯାଟିଂ କରିଥିବା ମହାନ ତଥା ଷ୍ଟାର ବ୍ଯାଟର ‘କିଙ୍ଗ କୋହଲି’ ତଥା ‘ରନ ମେସିନ’ବିରାଟ ବିସ୍ପୋରକ ଇନିଂସ ଖେଳିଛନ୍ତି । ପ୍ରକାଶଥାଉ ଯେ, ଆଜିର ମ୍ଯାଚ ପୂର୍ବରୁ ବିରାଟ ପାକିସ୍ତାନ ବିପକ୍ଷ ମ୍ଯାଚରେ ୫୭.୭୮ ହାରରେ ୬୭୮ ରନ କରିଛନ୍ତି । ଯେଉଁଥିରେ ୩ ଶତକ ଓ ୨ ଧୂଆଁଧାର ଅର୍ଦ୍ଧଶତକ ସାମିଲ ରହିଛି । ତାଙ୍କର ଦିନିକିଆର ସର୍ବୋଚ୍ଚ ସ୍କୋର ୧୮୩, ଯାହା ପାକ୍ ଦଳ ବିରୋଧରେ ଆସିଥିଲା ।ବିରାଟ ଦିନିକିଆରେ ୨୯୮ ମ୍ଯାଚ ଖେଳି ୨୮୬ ପାରିରେ ୫୦ ଶତକ ଓ ୭୩ ଅର୍ଦ୍ଧଶତକ ସହ ୧୩୯୮୫ ରନ କରିଥିଲେ । ମାତ୍ର ଆଜି ୧୪ ହଜାର ରନ କରି ସାରା ବିଶ୍ୱକୁ ଚମକାଇ କହିଛନ୍ତି ଯେ,’ଫର୍ମ ଇଜ ଟେମ୍ପୋରାରି କ୍ଲାସ ଇଜ ପାରମାନେଣ୍ଟ’ । ପାକିସ୍ତାନ ବିରୋଧରେ ହାଇଭୋଲଟେଜ ମ୍ଯାଚରେ ଚାପରେ କୋହଲି ବିରାଟ ପାରି ଖେଳି ଅଧିକ ଚମକି ଥାଆନ୍ତି । ଯାହା ଆଜି ମଧ୍ୟ ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *