• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଚାରି ଡକାୟତ ଗିରଫ

{"remix_data":[],"remix_entry_point":"challenges","source_tags":["default"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଅନୁଗୁଳ ପୁଲିସ କବଜାରେ ଡକାୟତି ଯୋଜନା କରୁଥିବା ଗ୍ୟାଙ୍ଗର ୪ ସଦସ୍ୟ । ସୂଚନା ଅନୁଯାୟୀ ଗତକାଲି ରାତିରେ ଅନୁଗୁଳ ପୋଲିସ ପକ୍ଷରୁ ହୁଲୁରିସିଂହା ଛକରେ ବ୍ଲକିଂ ଚେକିଂ ଚାଲିଥିବା ସମୟରେ କିଛି ବ୍ୟକ୍ତି ମଦନମୋହନପଡ଼ାସ୍ଥିତ ମନ୍ଦିର ସାମ୍ନାରେ ବସି ଡକାୟତି ପାଇଁ ପ୍ଲାନିଂ ପ୍ରସ୍ତୁତ କରୁଥିବା ନେଇ ପୁଲିସ ଜାଣିବାକୁ ପାଇଥିଲେ । ତୁରନ୍ତ ସେମାନଙ୍କୁ କାବୁ କରିବା ପାଇଁ ପୁଲିସ ଟିମ ଚଢ଼ାଉ କରିଥିଲା । ପୋଲିସକୁ ଦେଖି ଡକାୟତମାନେ ସେଠାରୁ ଖସି ଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ପୁଲିସ ୪ ଜଣଙ୍କୁ ଧରିଥିବା ବେଳେ ଜଣେ ସେଠାରୁ ଖସି ଯିବାରେ ସମର୍ଥ ହୋଇଥିଲା । ଧରା ପଡ଼ିଥିବା ୪ଡ଼କାୟତ ହେଲେ କଟକ ଜିଲ୍ଲା ମଧୁପାଟଣା ଥାନା ଅନ୍ତର୍ଗତ ଲିଙ୍କ ରୋଡ ଅଞ୍ଚଳର ଅମର ସିଂ ,ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ବୁଢ଼ୀସାହି ଅଞ୍ଚଳର ଦୀପ୍ତି ରଞ୍ଜନ ସାହୁ,ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ଚନ୍ଦନପୁର ମାଝିସାହି ଅଞ୍ଚଳର ଆଶୁତୋଷ ମହାପାତ୍ର ,କଟକ ଜିଲ୍ଲା ମଙ୍ଗଳାବାଗ ଥାନା ଅଞ୍ଚଳର ଶଶିକାନ୍ତ ବେହେରା । ସେମାନଙ୍କ ପାଖରୁ ଦୁଇଟି ହାତବୋମା ଓ ଟୟ ପିସ୍ତଲ ଭଳି ମାରଣାସ୍ତ୍ର ସହ ଦୁଇଟି ମୋଟର ସାଇକେଲ , ଲଙ୍କାଗୁଣ୍ଡ ପ୍ୟାକେଟ , ମୋବାଇଲ ଜବତ କରା ଯାଇଛି ।ଧରା ପଡିଥିବା ୪ ଜଣଙ୍କୁ ଜେରା ସମୟରେ ଚକମା ଦେଇ ଖସି ଯାଇଥିବା ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅଞ୍ଚଳର ଜଣେ ଯୁବକ ଏହି ଡକାୟତି ପ୍ଳାନିଂର ମାଷ୍ଟର ମାଇଣ୍ଡ ଥିବା ପୁଲିସ ଜାଣିବାକୁ ପାଇଥିଲା । ଦୁଗ୍ଧ କମ୍ପାନୀ ଦୁଷ୍ଟ୍ରିବ୍ୟୁଟରଙ୍କୁ ଟାର୍ଗେଟ କରି ଲୁଟ କରିବା ଯୋଜନା ନେଇ ମାଷ୍ଟର ମାଇଣ୍ଡ ଯୁବକ , ଧରା ପଡିଥିବା ୪ଜଣଙ୍କୁ ଅନୁଗୁଳ ଡକାଇଥିଲା ବୋଲି ଜଣା ପଡିଛି । ପୁଲିସ ଫେରାର ଥିବା ମାଷ୍ଟର ମାଇଣ୍ଡକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା ସମୟରେ ଗିରଫ ୪ ଜଣଙ୍କୁ କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *