• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଚୋର ମାନଙ୍କ ଆତଙ୍କ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଭଦ୍ରେଶ୍ୱର୍ ପଞ୍ଚାୟତ ଓ ନାହାଙ୍ଗ ପଞ୍ଚାୟତରେ , ଗୋବିନ୍ଦ ପୁର ଓ ଅଚ୍ୟୁତ ପୁର ଗ୍ରାମରେ ଚୋରଙ୍କ ଆତଙ୍କ 3 ଜଣକ ଘରୁ ଚୋରି ହୋଇଥିବା ଅଭିଯୋଗ । ନାହାଙ୍ଗ ପଞ୍ଚାୟତର ଅଚ୍ୟୁତପୁର ଗ୍ରାମର ଶିବ ପ୍ରସାଦ ନାୟକ ଙ୍କ ପରିବାର ଖାଇସାରି ଶୋଇ ପଡ଼ିବା ପରେ ବିଳମ୍ବିତ ରାତି 3 ଘଟିକା ସମୟରେ କେତେକ ଦୃର୍ବୁତ୍ତ ତାଙ୍କ ଘର ଭିତରେ ପଶି ଘରେ ଥିବା ନଗଦ ଟଙ୍କା 1,20,000 , ସୁନା ଓ ରୂପା ଅନ୍ୟାନ୍ୟ ସାମଗ୍ରୀ କୁ ନେବା ସମୟରେ ଶିବ ପ୍ରସାଦ ଙ୍କ ସ୍ତ୍ରୀ ସୁନାମଣି ନାୟକ ଘରୁ ବାହାରି ଦଉଡ଼ି ଆସି ଚିତ୍କାର କରିଥିଲେ । ତାଙ୍କ ଚିତ୍କାର ଶୁଣି ଦୃର୍ବୁତ୍ତ ମାନଙ୍କ ମଧ୍ୟରୁ ଜଣେ ଦୃର୍ବୁତ୍ତ ଆସି ଶ୍ରୀମତୀ ନାୟକ ଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ । ତେବେ ଶିବ ପ୍ରସାଦ ନାୟକ ଓ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଶ୍ରୀମତୀ ନାୟକ ଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ଶ୍ରୀମତୀ ନାୟକ ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇ ଦିଆ ଯାଇଥିଲା । ସେହି ପରି ଭାବେ ଦୁର୍ବୃତ୍ତ ମାନେ ଭଦ୍ରେଶ୍ୱର ପଞ୍ଚାୟତର ପାଣ୍ଡିଆ ଗ୍ରାମର ରବୀନ୍ଦ୍ର ବାରିକ , ଗୋବିନ୍ଦ ପୁର ଗ୍ରାମର ଅନନ୍ତ ନାଥ ଙ୍କ ଘରେ ପଶି ଚୋରୀ କରିଥିବା ନେଇ ଭଦ୍ରେଶ୍ଵର୍ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ କୁ ଭିତ୍ତିକରି ଭଦ୍ରେଶ୍ଵର୍ ଥାନା ପୋଲିସ SI ଅନିଲ କୁମାର ନାୟକ, Asi କାମାକ୍ଷା ପ୍ରସାଦ ନାୟକ, କନେଷ୍ଟ ବଳ ଅରକ୍ଷିତ ସେଠି ପହଁଚି ତଦନ୍ତ କରି ଆସିଥିଲେ। ଅଭିଯୋଗକୁ ଭିତ୍ତି କରି ଥାନାର ଆଇଆଇସି ସନ୍ଧ୍ୟାରାଣି ସିଂ କେସ ନଂ – 33 – ଦଫା 331(4)ଓ 309(6)
ତେବେ ଭଦ୍ରେଶ୍ଵର୍ ଥାନା ଅଂଚଳରେ ଘନ ଘନ ଚୋରି କାରଣରୁ ରାତ୍ରରେ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା ଆହୁରି କଡ଼ା କଡି କରିବାକୁ ସାଧାରଣରେ ଦାବି ଯୋର ଧରିଛି।

Leave a Reply

Your email address will not be published. Required fields are marked *