• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଜିଲ୍ଲାପାଳ ଙ୍କୁ ଭେଟିଲେ ଓ ଜିଲ୍ଲା ର ବିଭିନ୍ନ ସମସ୍ୟା ଜଣାଇଲେ ଓଡ଼ିଶା ସାମ୍ୱାଦିକ

ByOdishri Khabar

Aug 5, 2025
Spread the love

ଅନୁଷ୍ଠାନ ଓ ଦାବୀ ବି ଅନେକ କିନ୍ତୁ ସବୁ ମତ ଏକ- ଜିଲ୍ଲାପାଳ
ସୋନପୁର – ୦୪-୦୮- ଆଜି ସୁବର୍ଣ୍ଣପୁର ନୂତନ ଜିଲ୍ଲାପାଳ ଡଃ ନୃପରାଜ ସାହୁ ଙ୍କୁ ଜିଲ୍ଲାପାଳଙ୍କ ବାସଭବନ ଅଫିସରେ ସୌଜନ୍ୟ ମୂଳକ ସାକ୍ଷାତ କଲେ ଓଡ଼ିଶା ସାମ୍ୱାଦିକ ସଂଘ ସୋନପୁର ଜିଲ୍ଲା ଶାଖା କର୍ମକର୍ତ୍ତା l ସଂଘର କିଛି ସ୍ମୃତି ଫଳକ ପ୍ରଦାନ କରି ଜିଲ୍ଲାପାଳ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ପରେ ଜିଲ୍ଲାର ଶିକ୍ଷା, ସ୍ଵାସ୍ଥ୍ୟ, ସଂସ୍କୃତି ଓ ପର୍ଯ୍ୟଟନ, ଗମନାଗମନ, ଜଳସେଚନ, ରାଜସ୍ବ, ପରିବେଶ ଓ ପରିମଳ ସମସ୍ୟା ସମାଧାନ ସହ ଦୁଇ ଗୋଟି ଅସ୍ଥାୟୀ ଯାତ୍ରୀ ବିଶ୍ରାମଗାର ବସଷ୍ଟାଣ୍ଡ ଓ ବ୍ଲକ୍ ଛକ ଠାରେ ନିର୍ମାଣ, ଆଲୋକି କରଣ, ଯାତ୍ରୀ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଚାରି ପାର୍ଶ୍ୱରେ ହୋଡ଼ିଂ ଓ ଷ୍ଟ୍ରିଟ ଟଏଲେଟ୍ ନିର୍ମାଣ, ପ୍ରାଚୀନ ଓ ଅବହେଳିତ ମନ୍ଦିର ଓ ପଞ୍ଚବଟି ଉଦ୍ୟାନର ପୁନରୁଦ୍ଧାର , ଗୋ-ସୁରକ୍ଷା ଓ ଦେବୋତ୍ତର ବିଭାଗ କୁ ସକ୍ରିୟ କରିବା ଉପରେ ବିସ୍ତାର ଭାବେ ଆଲୋଚନା କରିଥିଲେ ଓ ଅନେକ ଗୁଡ଼ିଏ ପ୍ରସ୍ତାବ ଆଗତ କରିଥିଲେ l ଯଥା ସହରର କ୍ରମବର୍ଦ୍ଧିଷ୍ଣୁ ବଲାଙ୍ଗୀର ରାସ୍ତାରେ ଝିଙ୍କିଟିକ୍ରା ପର୍ଯ୍ୟନ୍ତ ଏବଂ ବିନିକା ରାସ୍ତାରେ କେନ୍ଦ୍ରୀୟ ବିଦ୍ୟାଳୟ ଛକ ପର୍ଯ୍ୟନ୍ତ ଷ୍ଟ୍ରୀଟ ଲାଇଟ ବ୍ୟବସ୍ଥା, ନୂଆଁ ମେଡିକାଲରେ ରୋଗୀ ଙ୍କୁ ଡାକ୍ତର ଏବଂ କର୍ମଚାରୀ ଙ୍କ ବ୍ୟବହାରରେ ସୁଧାର ଆଣିବା, ଦୁର୍ବ୍ୟବହାର ଦେଖାଇଥିବା ସମ୍ବେଦନଶୀଳ ଘଟଣାରେ ଡାକ୍ତର ଙ୍କ ଉପରେ ଆକ୍ସନ ନେବାକୁ ଓ ମେଡିକାଲରେ ଏକ ଅସ୍ଥାୟୀ ପୋଲିସ ଫାଣ୍ଡି ସ୍ଥାପନ ସହ ସିସିଟିଭି ଗୁଡ଼ିକୁ ତୁରନ୍ତ କାର୍ଯ୍ଯକ୍ଷମ କରି ରୋଗୀଙ୍କ ଯାନବାହନ ଓ ଧନ ଜୀଵନ ସୁରକ୍ଷା, ବିଭିନ୍ନ ବିଭାଗରେ ବିଶେଷଜ୍ଞ ଡ଼ାକ୍ତର ନିଯୁକ୍ତି, ପ୍ରାଚୀନ କାଳରୁ ଚାଲି ଆସିଥିବା ବିଶ୍ୱ ପ୍ରସିଦ୍ଧ ମହାବଳୀ ଯାତ୍ରାକୁ ଗୁରୁତ୍ଵ ଦେବା, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମି, ସୁରକ୍ଷା, ପରିବେଶ ଓ ଶିକ୍ଷକ ନିଯୁକ୍ତି, ଝିଙ୍କିଟିକ୍ରା ସ୍ଥିତ ପଞ୍ଚବଟି ମେଗା ପ୍ରକଳ୍ପକୁ ପୁନଃ ଉଦ୍ଧାର ସହ ପରିଚାଳନା ଦାୟିତ୍ବରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ଘୋଟାଲା ର ତଦନ୍ତ, ରାଜା ଉଆସ ନିକଟରେ ସହରର ଅଷ୍ଟ ଶମ୍ଭୁ ଦେବତା ମଧ୍ୟରେ ଲୁକ୍କାୟିତ ଓ ଅପୂଜା ଅବସ୍ଥାରେ ପଡ଼ିଥିବା ପ୍ରାଚୀନ ମନ୍ଦିର ରୁଦ୍ରନାଥ, ସିଦ୍ଧେଶ୍ୱର ଓ ବାଲୁଙ୍କେଶ୍ୱର ସମେତ ସୋନପୁର ବ୍ଳକ ଅନ୍ତର୍ଗତ ଅଷ୍ଟାଦଶ ଶତାବ୍ଦୀରେ ନିର୍ମିତ ବୈଦ୍ୟନାଥର ପ୍ରସିଦ୍ଧ କୋଶୋଳେଶ୍ୱର୍ ଶୈବପୀଠର ପୁନଃରୁଦ୍ଧାର ଓ ବୀରମହାରାଜପୁର ଗୋଧେନେଶ୍ୱର ଶୈବପୀଠ ର ଯତ୍ନ, ଅଙ୍ଗ କେନାଲ ସମ୍ପ୍ରସାରଣକୁ ତ୍ବରାନ୍ବିତ କରିବା, ହାଇଟେକ ସର୍ଭେ କୁ ଶୀଘ୍ର ସାରି ଲୋକଙ୍କୁ ଶୀଘ୍ର ଜମିପଟ୍ଟା ପ୍ରଦାନ ଓ ଦେବୋତ୍ତର ବିଭାଗ କୁ ସକ୍ରିୟ କରି ମନ୍ଦିର ମାଳିନୀ ସହର ର ଗାରିମା ବୃଦ୍ଧି କରିବା ଆଦି ଦାବୀ ଉପସ୍ଥାପନା କରିଥିଲେ ଉକ୍ତ ସଂଘ କର୍ମକର୍ତ୍ତା l ଜିଲ୍ଲାପାଳ ଡଃ ସାହୁ ମଧ୍ୟ ସଂପୃକ୍ତ ବିଭାଗୀୟ ଅଧିକାରୀ ଙ୍କ ଯୋଗାଯୋଗ କରି ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶୁତି ଦେଇ ଥିଲେ l ଏଠାକାର ଲୋକ ଙ୍କ ଚାଲି ଚଳଣ ବ୍ୟବହାର ପରିବେଶ ରେ ରେ ସେ ଖୁସି ବୋଲି ମତ ରଖି ଶହେ ରୁ ଉର୍ଦ୍ଧ୍ବ ଅନୁଷ୍ଠାନ ଉତ୍କଣ୍ଠା ର ସହ ଏଠି ମୋତେ ସ୍ୱାଗତ କରି “ଦାବୀ କରି ଥିଲେ ଅନେକ କିନ୍ତୁ ମତ ଏକ” ବୋଲି ଲୋକ ଙ୍କ ଉତ୍ସାହ ଏକତା କୁ ପ୍ରଶଂସା କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ଓଡ଼ିଶା ସାମ୍ବାଦିକ ସଂଘର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ପର୍ଶୁରାମ ମିଶ୍ର, ରାଜ୍ୟ କାର୍ଯ୍ଯ କାରିଣୀ ସଦସ୍ୟ ଦିଲ୍ଲୀପ ପାତ୍ର, ରାଜ୍ୟ ସାଂଗଠାନିକ ସଂପାଦକ ରାଜ କିଶୋର ତ୍ରୀପାଠୀ, ଜିଲ୍ଲା ସଭାପତି ମନୋରଞ୍ଜନ ତ୍ରୀପାଠୀ, ଉପ ସଭାପତି ରତନ ପଟ୍ଟନାୟକ , ସମ୍ପାଦକ ମହାଦେବ ମଲ୍ଲିକ , ସାମ୍ୱାଦିକ ସୁବାଷ ଚରଣ ପଣ୍ଡା ସାମିଲ୍ ଥିଲେ l

Leave a Reply

Your email address will not be published. Required fields are marked *