• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଜିଲ୍ଲାରେ ବର୍ଦ୍ଧିତ ପାଇଲେ ହିତାଧିକାରୀ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଜିଲାରେ ବର୍ଦ୍ଧିତ ଭତା ପାଇଲେ ୨୬ ହଜାର ୧୩୪ ଜଣ ହିତାଧିକାରୀ, ଛତ୍ରପୁର ରେ ଭତ୍ତା ବାଣ୍ଟି ଶୁଭାରମ୍ଭ କଲେ ପରିବହନ ମନ୍ତ୍ରୀ ,ବିଭୂତି ଜେନା
ଛତ୍ରପୁର, ୧୫/୧: ସରକାର ଲୋକଙ୍କ ହିତ ପାଇଁ ବହୁ ଯୋଜନା ପ୍ରଣୟନ କରିଛନ୍ତି । ସେଥିମଧ୍ୟରୁ ପେନ୍‌ସନ୍ ଯୋଜନା ଅନ୍ୟତମ । ଯୋଗ୍ୟ ହିତାଧିକାରୀ ତଥା ଦିବ୍ୟାଙ୍ଗ , ବିଧବା, ବାଦ୍ଧକ୍ୟ ଭତ୍ତା ସରକାରଙ୍କ ପକ୍ଷରୁ ପ୍ରତି ମାସରେ ପେନସନ ଯୋଜାନରେ ସାମିଲ କରି ସେମାନଙ୍କୁ ଭତ୍ତା ପ୍ରଦାନ କରିଥାନ୍ତି । ୮୦ ପ୍ରତିଶତ ଅଧିକ ଦିବ୍ୟାଙ୍ଗ ଏବଂ ୮୦ ବର୍ଷର ଅଧିକ ହିତାଧିକାରୀ ଏଣିକି ୩୫ଶହ ଟଙ୍କା ମିଳିବ । ଏହି ଅବସରରେ ଗଞ୍ଜାମ ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ବିଭାଗୀୟ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗଦେଇ ବର୍ଦ୍ଧିତ ଭତ୍ତା ବଂଟନ କରିଥିଲେ । ଗଞ୍ଜାମ ଜିଲାରେ ୨୬ ହଜାର ୧୩୪ ଜଣ ହିତାଧିକାରୀ ଏଥିରେ ଉପକୃତ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ମଧୁବାବୁ ପେନସନ ଯୋଜାନରେ ୮୦ ବର୍ଷରୁ ଅଧିକ ୮୯୦୬ ଜଣ ରହିଥିବା ବେଳେ ଜାତୀୟ ସାମାଜିକ ସହାୟତା ପେନସନ ଯୋଜନାରେ ୧୦ହଜାର ୬୧୮ ଜଣ ରହିଛନ୍ତି । ସେହିପରି ମଧୁବାବୁ ପେନସନ ଯୋଜାନରେ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ୩୯୦୯ ଜଣ ଓ ଜାତୀୟ ସାମାଜିକ ସହାୟତା ପେନସନ ଯୋଜନାରେ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ୨୭୦୧ ଜଣ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି । କଥା ଦେଇ କଥା ରଖିଲେ ମୋହନ ସରକାର , ଲୋକଙ୍କୁ ଯେଉଁ ପ୍ରତିଶୃତି ଦିଆଯାଇଥିଲା ଏବେ ତାହା ପୁରଣ କରାଯାଉଛି ବୋଲି ମନ୍ତ୍ରୀ କହିଥିଲେ । ଏଥି ସହିତ ଚୟନ ହୋଇଥିବା ଛତ୍ରପୁର ଉପଖଣ୍ଡର ଜୀବନ ଜୀବିକା ଯୋଜନର ହିତାଧିକାରୀଙ୍କୁ ଇ – ରିକ୍ସା ବଣ୍ଟନ କରାଯାଇଛି |
ଏହିଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଜିଲାପାଳ ଦିବ୍ୟଜ୍ୟୋତି ପରିଡା, ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାଶ, ଉପାଧ୍ୟକ୍ଷା ଏସ. ସାରଦା ରେଡି, ଜିଲ୍ଲା ପରିଷଦ ସିଡିଓ ମଧୁମିତା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ବେହେରା ଙ୍କ ସମେତ ବିଭାଗୀୟ ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ, ଅନ୍ୟପଟେ ସମାନ ଭାବ ରେ ୬୦ବର୍ଷ ରୁ ଅଧିକା ହିତାଧିକାରୀ ମାନଙ୍କୁ ୩୫୦୦ଟଙ୍କା ଲେଖାଏଁ ଭତ୍ତା ବାବଦରେ ପ୍ରଦାନ କରିବା ନିମନ୍ତେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଜେନା ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ

Leave a Reply

Your email address will not be published. Required fields are marked *