ଗତ କଟକ ଜିଲ୍ଲା ରେ 121 ଟି କୃଷି ସେବା ସମବାୟ ସମିତି କାଯ୍ୟ କରୁଥିବା ବେଳେ,ଏହି ସମିତି ର ସଭାପତି ମାନଙ୍କୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି,ମାଣୀବାବା ପୀଠ ପ୍ରାଙ୍ଗଣରେ ଅନୁଷ୍ଠିତ ଆଜିର ସାଧାରଣ ପରିଷଦ ବୈଠକ ରେ କୂଳ ସରିଚୁଆଁ ସେବା ସମବାୟ ସମିତି ସଭାପତି ଦେବେନ୍ଦ୍ର କୁମାର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ,କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ପ୍ରଭାତ କୁମାର କାନୁନଗୋ ଏହି କାଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ,ଜିଲ୍ଲାର ବିଭିନ୍ନ ସେବା ସମବାୟ ସମିତି ସଭାପତି ମାନଙ୍କୁ ନେଇ ଏକ ଗୁରୁତ୍ୱପୁର୍ଣ ବୈଠକ ଅନୁଷ୍ଠିତ ହୋଇଥିଲା,ସମବାୟ ସମିତି ସଭାପତି ସଙ୍ଘ ନାମରେ ଏକ ନୂତନ ସଂଘଟନ ଗଠନ ପାଇଁ ପୂର୍ବ ବୈଠକ ରେ ଦିଆଯାଇଥିବା ପ୍ରସ୍ତାବ ପାରିତ ହୋଇଥିଲା,ନିର୍ବାଚନ ଅଧିକାରୀ ଭାବେ ଅଭିରାମ ମଲ୍ଲ ଙ୍କୁ ସାଧାରଣ ପରିଷଦ ପକ୍ଷରୁ କ୍ଷମତା ପ୍ରଦାନ କରାଯାଇଥିଲା,ସଙ୍ଘ ର ନୂତନ ସଭାପତି ଭାବେ କୂଳ ସରିଚୂଆଁ ସେବା ସମବାୟ ର ସଭାପତି ଦେବେନ୍ଦ୍ର କୁମାର ସ୍ୱାଇଁ ନିର୍ବାଚିତ ହୋଇଥିବା ବେଳେ କୁଣ୍ଡି ସେବା ସମବାୟ ସମିତି ର ସଭାପତି ଅଖିଳେଶପଦ ମହାନ୍ତି ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ,ସେହିପରି ଉପ ସଭାପତି ଭାବେ ବାରଙ୍ଗ ବ୍ଲକ ବେଲଗଛିଆ ସେବା ସମବାୟ ସମିତି ସଭାପତି ଅଶୋକ କୁମାର ରାଉତ ଏବଂ ବାଲିଆପଦା ସେବା ସମବାୟ ସମିତି ସଭାପତି ଦିବାକର ସ୍ୱାଇଁ ନିର୍ବାଚିତ ହୋଇଥିଲେ,ସହ ସମ୍ପାଦକ ଭାବେ କହେଁଇପୁର ସମବାୟ ସଭାପତି ଚଣ୍ଡୀପ୍ରସାଦ ମହାନ୍ତି ଏବଂ ଗତିରାଉତ ପାଟଣା ସମବାୟ ସଭାପତି ସମର ବେହେରା ନିର୍ବାଚିତ ହୋଇଥିଲେ,କୋଷାଧ୍ୟକ ଭାବେ ଦାଢ଼ାପାଟଣା ସମବାୟ ସଭାପତି ସଂଗ୍ରାମ କେଶରୀ ମହାପାତ୍ର ଦାୟିତ୍ୱ ଗ୍ରହଣ କରିଥିଲେ,କାଯ୍ୟକାରିଣୀ କମିଟି ରେ ସଞ୍ଜୟ କୁମାର ନାୟକ,ଭାସ୍କର ଚନ୍ଦ୍ର କର,ଶରତ ମହାପାତ୍ର,ବିବେକାନନ୍ଦ ପାଣି,ମିର୍ଜା ଅବୁଲ ବେଗ,ଦିଲ୍ଲୀପ କୁମାର ବିଶ୍ୱାଳ,ବନ୍ଧୁ ଚରଣ ସାହୁ,ଗୋଲେଖ ଚନ୍ଦ୍ର ପାତ୍ର,ସନ୍ତୋଷ କୁମାର ପ୍ରଧାନ,ଆର୍ତ୍ତତାଣ ମହାପାତ୍ର,ଶ୍ରୀକାନ୍ତ ଖୁଣ୍ଟିଆ,ସୁଶାନ୍ତ ନାୟକ,ନକୁଳ ଚନ୍ଦ୍ର ରାଉତ,ପୂର୍ଣ୍ଣଚନ୍ଦ୍ର ଦାଶ,ରାଜୀବ କୁମାର ବେହୁରା,ଦୀପ୍ତିରଞ୍ଜନ ଦାଶ ପ୍ରମୁଖ ମନୋନୀତ ହୋଇଥିଲେ,ଏହି ସମବାୟ ସମିତି ସଭାପତି ସଙ୍ଘ ରାଜ୍ୟର ସମସ୍ତ ବ୍ଲକ ଅଞ୍ଚଳରେ କାଯ୍ୟ କରୁଥିବା କୃଷି ସମବାୟ ସମିତି ର ସମ ଭାବାପୂର୍ଣ୍ଣ ସଭାପତି ମାନଙ୍କୁ ଏକାଠି କରି କୃଷି ଓ କୃଷକ ର ଉର୍ନତି ପାଇଁ ଏକ ବୃହତ୍ତର ସଙ୍ଘଠନ ଗଠନ ର ଯୋଜନା ପ୍ରସ୍ତୁତ କରିବ ବୋଲି ନବ ନିର୍ବାଚିତ କର୍ମକର୍ତ୍ତା ମାନେ ସୂଚନା ଦେଇଥିଲେ,ଏହି ସଙ୍ଘର ଉପଦେଷ୍ଟା ମଣ୍ଡଳୀ ରେ ବହୁ ସମବାୟବିତି,ବିଧାୟକ ଏବଂ ବୃଦ୍ଧିଜୀବି ମାନଙ୍କୁ ଗ୍ରହଣ କରାଯିବ ବୋଲି ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା .