• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଜିଲ୍ଲା ସ୍ତରୀୟ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ

{"remix_data":[],"remix_entry_point":"challenges","source_tags":["default"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"border":1,"transform":1,"addons":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଆଜି ଜିଲ୍ଲା ସ୍ତରୀୟ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ‘ ନିକ୍ଷୟ ମିତ୍ର ‘ କାର୍ଯ୍ୟକ୍ରମର ଶୁଭାରମ୍ଭ ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ତରୀୟ ଗୁଣବତ୍ତା ମାନକ ନିମନ୍ତେ ପୁରସ୍କାର ବିତରଣ ଉତ୍ସବ ସ୍ଥାନୀୟ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହେଇଯାଇଛି l ଏହି ଉତ୍ସବ ରେ ମାନ୍ୟବର ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯକ୍ଷ୍ମା ରୋଗକୁ କିଭଳି ସମୂଳେ ନାଶ କାରି ଯକ୍ଷ୍ମା ମୁକ୍ତ ସମାଜ ଗଠନ କରାଯିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ l ସେ ମଧ୍ୟ କହିଥିଲେ ମାନ୍ୟବର ପ୍ରଧାନମନ୍ତ୍ରୀ ଏକ ସୁସ୍ଥ ଓ ନିରାମୟ ସମାଜର ପରିକଳ୍ପନା କରିଛନ୍ତି l ତେଣୁ ଏହି ପ୍ରରିପ୍ରେକ୍ଷୀରେ ଆମେ ସମସ୍ତେ କାର୍ଯ୍ୟ କରିବ ଆମର ଉତ୍ତରଦାଇତ୍ୱ ଅଟେ l କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପରଜଙ୍ଗର ମାନ୍ୟବର ବିଧାୟକ ଶ୍ରୀ ବିଭୂତି ଭୂଷଣ ପ୍ରଧାନ କହିଥିଲେ ଯେ ଯକ୍ଷ୍ମା ରୋଗର ନିରାକରଣ ପରିବାର ସ୍ତରରୁ ହେଇପାରିବ l ଯେହେତୁ ଏହି ରୋଗ ପୁରୁଷ ମାନଙ୍କ କ୍ଷେତ୍ରରେ ଧୂମପାନ କରୁଥିବାରୁ ଅଧିକ ଦେଖାଯାଏ l ତେଣୁ ପରିବାର ସ୍ତରରେ ସେମାନଙ୍କୁ ଏହି କାର୍ଯ୍ୟ କରିବାରୁ ନିବୃତ ରଖାଯାଇପାରିବ l

ଯକ୍ଷ୍ମା ରୋଗର ନିରାକରଣ ପାଇଁ ଟାଟା ଷ୍ଟିଲ, ରୁଙ୍ଗଟା ମାଇନ୍ସ, ଏମଜିଏମ, ଜିଏମଆର, କଲ୍ୟାଣୀ ଷ୍ଟିଲ, ନଭା ଓ ନର୍ଭେରାମ, ଇଣ୍ଡିଆ ପୋଟାସ ଲିମିଟେଡ଼ ପ୍ରତ୍ୟେକ 8 ଗୋଟି ବ୍ଲକ ମଧ୍ୟରୁ ଗୋଟେ ଗୋଟେ ବ୍ଲକ କୁ ପୋଷ୍ୟ ଭାବେ ଗ୍ରହଣ କରି ଯକ୍ଷ୍ମା ରୋଗର ନିରାକାରଣ ଦିଗରେ କାର୍ଯ୍ୟ କରୁଛନ୍ତି l ଏନେଇ ସେମାନଙ୍କୁ ଆଜି ଏହି ଉତ୍ସବରେ ସମ୍ବର୍ଦ୍ଧିତ କରାଯଇଅଛି l ଏଥିସହିତ ଦୟାନନ୍ଦ ସରସ୍ବତୀ ମିଶନ, ଏଆଇଆରଏ, ଅକ୍ଷମ କଲ୍ୟାଣ ସମିତି, ଚେତନା, ପ୍ରିୟା, ଶୋଭା, ନ୍ୟସସଦରୀ ଓ ଶ୍ରୀୟା ଅନୁଷ୍ଠାନ ମଧ୍ୟ ପ୍ରତି ବ୍ଲକର 50 ଜଣ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ଏହାର ନିରାକରଣ ଦିଗରେ କାର୍ଯ୍ୟ କରୁଛନ୍ତି l ଏନେଇ ସେମାନଙ୍କୁ ଏହି କାର୍ଯ୍ୟକ୍ରମରେ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥିସହିତ 31 ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ଜାତୀୟ ଗୁଣବତ୍ତା ମାନ ଉପରେ ପୁରସ୍କୃତ କରାଯାଇଛି ଟାସହିତ 6 ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ୱଚ୍ଛତାର ଭଲ ପ୍ରଦର୍ଶନ ପାଇଁ କାୟାକଳ୍ପ ପୁରସ୍କୃତ କରାଯାଇଛି!କାର୍ଯକ୍ରମରେ ଅନ୍ୟତମ ସାନମାନୀତ ଅତିଥି ଭାବେ କାମାକ୍ଷାନଗର ବିଧାୟକ ଶ୍ରୀ ଶତ୍ରୁଘ୍ନ ଜେନା, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଜିଲ୍ଲାପରିଷଦ ଅଧକ୍ଷା ଶ୍ରୀମତୀ ଅର୍ଚନା ପୁହାଣ, ପୌରପାରିଷଦ ଅଧକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ରଯୋଗଦେଇଥିଲେ!କାର୍ଯକ୍ରମରେ ସଭାପତିତ୍ୱ କରିଥିଲେ ଜିଲ୍ଲାପାଳ ଶ୍ରୀଯୁକ୍ତ ସୋମେଶ କୁମାର ଉପାଧ୍ୟାୟ!ଏଥି ସହିତ କାର୍ଯକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅଭିନଵ ସୋନକର, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀଯୁକ୍ତ ନୀଳମଣି ଦିଲୀପଚନ୍ଦ ବେହେରା

Leave a Reply

Your email address will not be published. Required fields are marked *