• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଜୁଲାଇରେ ମାଡି ଆସିବ ସୁନାମି

ByOdishri Khabar

Apr 18, 2025
Spread the love

୨୦୨୫ ବର୍ଷ ଆରମ୍ଭ ହୋଇ ବିତି ସାରିଲାଣି ୪ ମାସ । ଆଉ ଏହା ଭିତରେ ଅନେକ ଦେଶର ଅନେକ ସ୍ଥାନରେ ଭୟଙ୍କର କ୍ଷୟକ୍ଷତି ମଧ୍ୟ ହୋଇଛି । ମିଆଁମାର ଥାଇଲ୍ୟାଣ୍ଡର ଭୂମିକମ୍ପ କଥା କୁହନ୍ତୁ କି ଲସ୍ ଏଞ୍ଜେଲିସ୍‌ର ଜଙ୍ଗଲରେ ଲାଗିଥିବା ନିଆଁ କଥା କୁହନ୍ତୁ । ଏପରି ପ୍ରାକୃତିକ ବିପର୍ଯ୍ୟୟରେ ଅନେକ କିଛି କ୍ଷୟକ୍ଷତି ହୋଇଛି । ତେବେ ପୁଣି ଏକ ଭୟଙ୍କର ସୁନାମୀ ଆସୁଥିବା ଭବିଷ୍ୟବାଣୀ କରିଛନ୍ତି ଜାପାନର ଭେଙ୍ଗା ବାବା ନାଁରେ ପରିଚିତ ରିୟୋ ତାସ୍ୟୁକୀ । ଭେଙ୍ଗା ବାବାଙ୍କ ଭବିଷ୍ୟବାଣୀ ଅନୁସାରେ ଆସୁଥିବା ଜୁଲାଇ ମାସରେ ଭୟଙ୍କର ଜଳ ପ୍ରଳୟ ଆସିବାକୁ ଯାଉଛି ।

ଏହା ପ୍ରଭାବ ଜାପାନ ଏବଂ ଏହାର ନିକଟବର୍ତ୍ତୀ ଦେଶଗୁଡିକରେ ପଡିବ । ତେବେ ଭେଙ୍ଗା ବାବାଙ୍କ ମୁତାବକ ୨୦୧୧ରେ ଯେଉଁ ସୁନାମୀ ହୋଇଥିଲା , ୨୦୨୫ରେ ତାଠାରୁ ତିନିଗୁଣ ଅଧିକ ଭୟଙ୍କର ସୁନାମୀ ହେବ । ତେବେ ଭେଙ୍ଗାବାବାଙ୍କର ଯଦି ଏହି ଭବିଷ୍ୟବାଣୀ ସତ ହେବ, ତେବେ ଅନେକ ଲୋକଙ୍କର ଜୀବନ ଚାଲିଯିବ । ଅନେକ ଗାଁ ସହରକୁ ଏଙି ଜଳପ୍ରଳୟ ଧ୍ବସଂ କରିଦେବ ବୋଲି ସେ ଲେଖିଛନ୍ତି । ତେବେ ପୂର୍ବରୁ ମଧ୍ୟ ଭେଙ୍ଗାବାବାଙ୍କ ଅନେକ ଭବିଷ୍ୟବାଣୀ ସତ ହୋଇଛି । ୧୯୯୫ରେ ଜାପାନରେ ହୋଇଥିବା ଭୂମିକମ୍ପ , କରୋନାର ଭୟାବହତା ସବୁ ଭବିଷ୍ୟବାଣୀ କରିଥିଲେ ଭେଙ୍ଗାବାବା ।

Leave a Reply

Your email address will not be published. Required fields are marked *