• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଟଳିଗଲା ବଡ଼ ଅଘଟଣ

ByOdishri Khabar

Aug 20, 2025
Spread the love

ରାଜ୍ୟପାଳଙ୍କ ସଭାରେ ଅଘଟଣ । ମଞ୍ଚରୁ ଓହ୍ଲାଇଲେ ରାଜ୍ୟପାଳ, ଭୁଶୁଡ଼ିଲା ମଞ୍ଚ । ରାଜ୍ୟପାଳଙ୍କ ମଞ୍ଚରୁ ଓହ୍ଲାଇବାର କିଛି ସମୟ ପରେ ମଞ୍ଚର ପଛ ପାର୍ଶ୍ବ ଭୁଶୁଡ଼ି ପଡ଼ିଥିଲା । ପ୍ରବଳ ବର୍ଷା ପାଇଁ ମଞ୍ଚଟି ଭୁଶୁଡ଼ି ପଡ଼ିଥିବା ଜଣାପଡିଛି ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି । କାଦବରାଙ୍ଗ ଠାରେ ମହିଳା ଉତ୍ପାଦକ ଗୋଷ୍ଠୀ ଓ ଇଣ୍ଡଷ୍ଟ୍ରିଆଲ ପାର୍କ ପରିଦର୍ଶନ କରିଥିଲେ ରାଜ୍ୟପାଳ । ପରେ ଆୟୋଜିତ ସଭାମଞ୍ଚରେ ରାଜ୍ୟପାଳ ପହଞ୍ଚିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲାପାଳ, ଭଦ୍ରକ ବିଧାୟକ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ପୂର୍ବାଞ୍ଚଳ ଡିଆଇଜି ମଞ୍ଚରେ ବସିଥିଲେ । ସଭା ଚାଲିଥିବା ବେଳେ ପ୍ରବଳ ବର୍ଷା ହୋଇଥିଲା । କିଛି ସମୟ ପରେ ରାଜ୍ୟପାଳ ଓ ଅତିଥି ମାନେ ମଞ୍ଚରୁ ଓହ୍ଲାଇ ମହିଳା ମହାସଂଘର କାର୍ଯ୍ୟାଳୟରେ ବସି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ମଞ୍ଚରୁ ଓହ୍ଲାଇବାର ମାତ୍ର କିଛି ମିନିଟ୍ ପରେ ମଞ୍ଚର ପଛ ପାର୍ଶ୍ଵ ବିକଟାଳ ଶବ୍ଦ କରି ଭାଙ୍ଗି ଯାଇଥିଲା । ତେବେ ରାଜ୍ୟପାଳ ମଞ୍ଚରୁ ଓହ୍ଲାଇ ଆସିଥିବାରୁ ବଡ ଅଘଟଣ ଟଳିଯାଇଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *