• Mon. Jul 27th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଟେଣ୍ଡର ପ୍ରକ୍ରିୟାରେ ସରକାରୀ ମାନଦଣ୍ଡକୁ ବେଖାତିର! ପ୍ରଶାସନିକ ସ୍ୱଚ୍ଛତା ଉପରେ ଉଠିଲା ପ୍ରଶ୍ନ

Spread the love

ସରକାରୀ ଟେଣ୍ଡର ପ୍ରକ୍ରିୟାରେ ସ୍ୱଚ୍ଛତା, ନିରପେକ୍ଷତା ଓ ପ୍ରତିଯୋଗିତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ମାନଦଣ୍ଡ ନିର୍ଦ୍ଧାରଣ କରାଯାଇଥିଲେ ମଧ୍ୟ, କିଛି ସରକାରୀ କାର୍ଯ୍ୟାଳୟରେ ସେହି ନିୟମାବଳୀକୁ ବେଖାତିର କରାଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି। ଫଳରେ ଟେଣ୍ଡର ପ୍ରକ୍ରିୟାର ସ୍ୱଚ୍ଛତା ଓ ବିଶ୍ୱସନୀୟତା ଉପରେ ଗୁରୁତର ପ୍ରଶ୍ନ ଉଠିଛି।

ଅଭିଯୋଗ ଅନୁଯାୟୀ, ଟେଣ୍ଡର ନିୟମାବଳୀରେ ଉଲ୍ଲେଖିତ ଯୋଗ୍ୟତା, ମୂଲ୍ୟାୟନ ପ୍ରକ୍ରିୟା ଓ ପ୍ରତିଯୋଗିତାମୂଳକ ମାନଦଣ୍ଡକୁ ଅଣଦେଖା କରି କେତେକ କ୍ଷେତ୍ରରେ ନିଷ୍ପତ୍ତି ନିଆଯାଉଛି। ଏପରି ଅନିୟମିତତା ଯୋଗୁଁ ଯୋଗ୍ୟ ଓ ଅଭିଜ୍ଞ ସଂସ୍ଥାଗୁଡ଼ିକ ବଞ୍ଚିତ ହେଉଥିବା ବେଳେ ସରକାରୀ ଅର୍ଥର ସଠିକ୍ ବ୍ୟବହାର ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହେଉଛି।

ବିଶେଷଜ୍ଞମାନଙ୍କ ମତରେ, ସରକାରୀ ଟେଣ୍ଡର ପ୍ରକ୍ରିୟାରେ ସ୍ୱଚ୍ଛତା  ବଜାୟ ରଖିବା ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ଏକ ମୌଳିକ ଆବଶ୍ୟକତା। ନିୟମରୁ ବିଚ୍ୟୁତି ଘଟିଲେ ଏହା କେବଳ ପ୍ରତିଯୋଗିତାକୁ ପ୍ରଭାବିତ କରେ ନାହିଁ, ବରଂ ଜନସାଧାରଣଙ୍କ ଆସ୍ଥାକୁ ମଧ୍ୟ କ୍ଷୁଣ୍ଣ କରିଥାଏ।

ଏହି ପରିପ୍ରେକ୍ଷୀରେ ସମ୍ପୂର୍ଣ୍ଣ ଘଟଣାର ନିରପେକ୍ଷ ତଦନ୍ତ, ଦାୟୀ ଅଧିକାରୀଙ୍କ ଭୂମିକାର ସମୀକ୍ଷା ଏବଂ ପ୍ରୟୋଜନୀୟ କ୍ଷେତ୍ରରେ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଲ ରୁ ଦାବି ଜୋର ଧରିଛି। ସରକାରୀ ନିୟମର କଡ଼ାକଡ଼ି ପାଳନ ହେଲେ  ଟେଣ୍ଡର ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଜନବିଶ୍ୱାସ ଅକ୍ଷୁଣ୍ଣ ରହିପାରିବ ବୋଲି ମତ ପ୍ରକାଶ ପାଉଛି। ଏଭଳି ଏକ ଟେଣ୍ଡର ପ୍ରକିୟାରେ ଅନିୟମିତତା ନବରଙ୍ଗପୁର ଫରେଷ୍ଟ ଡିଭିଜନ ର ଟେଣ୍ଡର  ନଂ 8001/153/2627 ରେ ଦେଖିବାକୁ ମିଳିଛି ସରକାର ଙ୍କ ସ୍ପଷ୍ଟ ନିର୍ଦେଶ ରହିଛି ସବୁ ଟେଣ୍ଡର ପ୍ରକ୍ରିୟା ଅନଲାଇନ ଜେମ ପୋର୍ଟାଲ ମାଧ୍ୟମ ରେ କରିବାକୁ କିନ୍ତୁ ଡି ଏଫ ଓ ବାବୁ ଉଦୟନ ସୁବୁଦ୍ଧି ଜଣଙ୍କ ଚଞ୍ଚକତା କରି ଅନଲାଇନ ଟେଣ୍ଡର ନକରି ସିଧାସଳଖ ଖବର କାଗଜ ରେ ବାହାରି କରିବା ବାବୁଙ୍କ ର ମନ୍ଦ ଉଦ୍ୟେଶ ସ୍ପଷ୍ଟ ଜଣା ପଡୁଛି,ଆଉ ଏକ ଟେଣ୍ଡର ନଂ 11001/147/2627 ଯାହାକି ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ଆମ ଗୌରବ ଆମ କଲେଜ ପରିଚାଳନା ସଂସ୍ଥା ଦ୍ୱାରା ଟେଣ୍ଡର ହୋଇଛି ଏଥିରେ ମଧ୍ୟ ଅନଲାଇନ ନ ହୋଇ ସିଧା ସଳଖ ଖବର କାଗଜ ରେ ପ୍ରକାଶିତ ହୋଇଛି ଯାହାକି ଯାହାକି ସାଧାରଣ ଜନତା ଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି ଏଣୁ ଉଚ୍ଚ କର୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦିଅନ୍ତୁ.

Leave a Reply

Your email address will not be published. Required fields are marked *