• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ତହସିଲଦାର ରୁ ବିଡ଼ିଓ

ByOdishri Khabar

Aug 8, 2025
Spread the love

ଆଜି ଶ୍ରୀ ଶୁଭାଶିଷ ପାଲଟା (ଓ ଏ ଏସ)ମହଙ୍ଗା ବ୍ଲକର ନୂତନ ବିଡ଼ିଓ ଭାବେ ଦାୟୀତ୍ୱ ଗ୍ରହଣ କରିଛନ୍ତି, ଏହା ପୂର୍ବରୁ ଏହି ଯୁବ ପ୍ରଶାସନିକ ଅଧିକାରୀ ମଧ୍ୟ ସଫଳତାର ସହିତ ମାହଙ୍ଗାର ତହସିଲଦାର ଭାବେ ସମସ୍ତଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି l ଏବେ ବିଡ଼ିଓ ଏବଂ ତହସିଲଦାର ଭାବେ ୨ ଦୁଇଟି ପଦବୀରେ ଅବସ୍ଥାପିତ ଶ୍ରୀ ପାଲଟାଙ୍କ ଠାରୁ ମାହାଙ୍ଗାର ସାଧାରଣ ଜନତା ସମସ୍ତ ପ୍ରକାର ସହଯୋଗ ପାଇପାରିବେ ବୋଲି ବୁଦ୍ଧିଜୀବୀ ମାନେ ଆଶା ପୋଷଣ କରିଛନ୍ତ l ଏକ ସୁଦକ୍ଷ ଯୁବ ଅଫିସର ଭାବେ ଆକ୍ସନ ମୁଡ଼ରେ ମାହାଙ୍ଗାର ଜନସାଧାରଣ ତାଙ୍କଠାରୁ ସେବା ପାଇଛନ୍ତି l ଏବେ ମାହାଙ୍ଗା ବ୍ଲକରେ ବିଡ଼ିଓ ଭାବେ ନିଯୁକ୍ତି ପାଇଲା ପରେ ମାହାଙ୍ଗାର ଜନସାଧାରଣଙ୍କ ଅସ୍ଥା ଶ୍ରୀଯୁକ୍ତ ପାଲଟାଙ୍କ ଉପରେ ବଢିଯାଇଛି l ଦଳଗତ ନିର୍ବିଶେଷରେ ସାଧାରଣ ଲୋକଟି କିପରି ସରକାରୀ ସାହାଯ୍ୟ ସହାୟତରୁ ବଞ୍ଚିତ ନହେଉ ତାହା ହି ମୋର ପ୍ରଥମ ଲକ୍ଷ୍ୟ ହେବ ବୋଲି ଶ୍ରୀଯୁକ୍ତ ପାଲଟା କହିଛନ୍ତି l ମାହାଙ୍ଗାର ବିକାଶ କ୍ଷେତ୍ରରେ ତାଙ୍କ ଅବଦାନ ମାହାଙ୍ଗାର ସାଧାରଣ ଜନତାଙ୍କ ପାଇଁ ଉଢାହରଣ ଶ୍ରଦୂଷ୍ୟ ହେବ ବୋଲି ଲୋକେ ଆଲୋଚନା କରୁଛନ୍ତି l ଜଣେ ସଚୋଟ ନିଷ୍ଠାପର ଓ କର୍ତ୍ତବ୍ୟ ନିଷ୍ଠ ଅଫିସରଙ୍କୁ ବିଡ଼ିଓ ଭାବରେ ପାଇଁ ମାହାଙ୍ଗା ବାସୀ କୃତ୍ତଙ୍ଗ l

Leave a Reply

Your email address will not be published. Required fields are marked *