ସୁବର୍ଣ୍ଣପୁର ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଭୀମଟିକିରା ଗ୍ରାମ ରେ ଦୀର୍ଘ ସାତ ଦିନ ଧରି ଦଧିବାମନ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ର ଆଜି ଷଷ୍ଟ ଦିନରେ ପହଁଚିଛି। ହଜାର ହଜାର ଦର୍ଶକ ମାନେ ଦର୍ଶନ କରିବାକୁ ଆସୁଥିବା ବେଳେ ମିନାବଜ଼ାର ସାଙ୍ଗକୁ କଂସ ଦରବାର, ୨୪ ବିଷପ୍ରହରୀ ନାମ ଯଞ,ତୁଳସୀ ରାମାୟଣ ପରାୟଣ ଅନୁଷ୍ଠିତ ହେଉଛି ସେଇଭଳି ଭଳିକି ଭଳି ସୌକିନ ଘର ଉପକରଣ ମାନ ମିଳୁଥିବା ଦେଖିବାକୁ ମିଳିଥିଲା।ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା ମଧ୍ୟ ହେଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସ୍ଥାନୀୟ ପୋଲିସ ଏବଂ ଗ୍ରାମବାସୀ ତଥା ପାଖର ଆଖ ର ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି