ମାହାଙ୍ଗା ମିଶନ ଶକ୍ତି ବିଭାଗର ଏସଏଚଜି ମହାସଂଘ ପକ୍ଷରୁ 14 ଟି ପଞ୍ଚାୟତରେ 162 ଜଣ ମହିଳାଙ୍କୁ ସିଆରପି ଓ ଏମବିକେ ଭାବେ ନିଯୁକ୍ତି ଦିଆଯାଇଥିଲା । କାର୍ଯ୍ୟ କରାଇବାର ତିନି ବର୍ଷ ବିତି ଯାଇଥିଲେ ମଧ୍ୟ ନିଯୁକ୍ତି ପରଠାରୁ 3 ମାସ ଦରମା ପ୍ରଦାନ କରାଯାଇ ଅବଶିଷ୍ଟ ମାସର ପ୍ରାପ୍ୟ ପ୍ରଦାନ ନ କରିବା ପ୍ରତିବାଦରେ ମାହାଙ୍ଗା ସିଆରପି ଓ ଏମବିକେ ମଞ୍ଚ ପକ୍ଷରୁ ମାହାଙ୍ଗା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି। ସୂଚନା ଅନୁଯାୟୀ ମହାସଂଘ ପକ୍ଷରୁ 14 ପଞ୍ଚାୟତର 162 ଜଣ ମହିଳାଙ୍କୁ ସିଆରପି ଓ ଏମବିକେ ରେ ନିଯୁକ୍ତି ଦିଆଯିବା ପରେ ସେମାନଙ୍କୁ ମିଶନ ଶକ୍ତି ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ନିଯୁକ୍ତି ପରଠାରୁ ସେମାନଙ୍କୁ ମାତ୍ର 3 ମାସର ଅର୍ଥ ପ୍ରଦାନ କରାଯାଇ ଅବଶିଷ୍ଟ ମାସର ପ୍ରାପ୍ୟ ପ୍ରଦାନ କରାଯାଇନଥିଲା ବିଭାଗକୁ ବାରମ୍ବାର ପଚରା ଯାଇଥିଲେ ମଧ୍ୟ ସେମାନଙ୍କର ଚାକିରି ଅବୈଧ ବୋଲି କୁହାଯାଇ କାର୍ଯ୍ୟରୁ ଅନ୍ତର କରିବାକୁ କୁହାଯାଇଥିଲା। ଯାହାକୁ ନେଇ ସିଆରପି ଓ ଏମିବିକେ ମାନେ ପଦ ହରାଇବାର ଆଶଙ୍କା ଦେଖା ଦେଇଥିଲା। ଏଥିନେଇ ମଞ୍ଚ ପକ୍ଷରୁ ମିଶନ ଶକ୍ତି, ଜିଲ୍ଲପାଳ, ବିଡ଼ିଓ ଓ ସ୍ଥାନୀୟ ବିଧାୟକଙ୍କୁ ଘଟଣାର ସମାଧାନ ନିମନ୍ତେ ଦାବି କରାଯାଇଥିଲା । ମଞ୍ଚର ଦାବି ଅନୁଯାୟୀ ମିଶନ ଶକ୍ତି ବିଭାଗ ପକ୍ଷରୁ ଏହି ନିଯୁକ୍ତିର ତଦନ୍ତ କରାଯିବା ପାଇଁ କଟକ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଥିଲା। ନିର୍ଦେଶ ଅନୁଯାୟୀ ବିଡ଼ିଓଙ୍କ ମାଧ୍ୟମରେ ନିଯୁକ୍ତି ସିଆରପି ଓ ଏମବିକେଙ୍କ କାଗଜପତ୍ର ଯାଞ୍ଚ କରାଯାଇ ଜିଲ୍ଲପାଳଙ୍କୁ ପ୍ରଦାନ କରାଯାଇଥିଲା। ତଦନ୍ତ ରିପୋର୍ଟ ଯିବାର 3 ମାସ ବିତି ଯାଇଥିବା ବେଳେ ଆଜିଯାଏ ଦରମା ପ୍ରଦାନ କରାଯାଇନଥିଲା। ଯାହାର ପ୍ରତିବାଦରେ ମହିଳାମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଖବର ପାଇ ମାହାଙ୍ଗା ତହସିଲ ଓ ବିଡିଓ କଟକ ଜିଲ୍ଲାପାଳଙ୍କୁ ଏନେଇ ଅବଗତ କରାଇବା ସହ ଆଲୋଚନା କରି ଆଇନ ଅନୁସାରେ ଘଟଣାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଏହି ମଞ୍ଚ ଦୀର୍ଘ 8ହେଵ ନ୍ୟାୟ ପାଇବା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ସମସ୍ତ ଉଚ୍ଚ ପଦାଧିକାରୀଙ୍କୁ ଗୁହାରୀ କରିଥିଲେ ମଧ୍ଯ ଅଦ୍ୟାବଧି ସେମାନେଙ୍କୁ ନ୍ୟାୟ ପ୍ରଦାନ କରାଯାଇନଥିବାରୁ ଅନଶନ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ଅନଶନ ସମୟରେ ଦୁଇ ମହିଳା ଅନିତା ପ୍ରଧାନ ଓ ସୁଚିତ୍ରା ରାଉତଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ରାତି ପ୍ରାୟ 8ଟା ବେଳେ ଧାରଣାସ୍ଥଳେରେ କଟକ ଉପଜିଲ୍ଲପାଳ ଜ୍ୟୋତି ଶଙ୍କର ରାୟ ପହଞ୍ଚି ଅନଶନରତ ମହିଳାଙ୍କୁ ବୁଝାସୁଝା କରିବା ସହ ଦୁଇ ଦିନ ମଧ୍ୟରେ ଦୁଇ ଦିନ ମଧ୍ୟରେ ସେମାନଙ୍କ ଦାବି ସମ୍ପର୍କିତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ପ୍ରତଶ୍ରୁତି ଦେଇଥିଲେ। କିନ୍ତୁ ଅନଶନକାରୀ ମହିଳାମାନେ ନିଜ ଜିଦରେ ଅଟଳ ରହି ସେମାନଙ୍କୁ ବକେୟା ଦରମା ନଦେବା ଯାଏ ଅନଶନ ଜାରି ରହିବ ବୋଲି କହିଲେ।