ଜଗତପୁର ୪୮ନଂ ୱାର୍ଡ ନିମପୁର ସ୍ଥିତ ଶ୍ରୀ ସାଇନାଥ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି ଶ୍ରୀ ଶ୍ରୀ ସାଇ ମନ୍ଦିରର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ। ୩ଦିନ ବ୍ୟାପି ଉତ୍ସବ ପରିଚାଳନା ହେବାକୁ ଥିବା ବେଳେ ପ୍ରଥମ ଦିବସରେ ଶହଶହ ଶ୍ରଦ୍ଧାଳୁଙ୍କ ଦ୍ଵାରା କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ମହାନଦୀରୁ ଶ୍ରଦ୍ଧାଳୁ ମାନେ ଜଳପୂର୍ଣ୍ଣ କଳସ ଆଣିବା ପରେ ମନ୍ଦିର ପରିସରରେ ଶୁଭାରମ୍ଭ ହୋଇଥିଲା ଯଜ୍ଞ କାର୍ଯ୍ୟ। ଯଜ୍ଞରେ କର୍ତ୍ତା ଭାବେ ସଂକଳ୍ପ ନେଇଥିଲେ ନୀଳମଣି ପଣ୍ଡା ଓ ତାଙ୍କ ପତ୍ନୀ ପୁଷ୍ପା ପଣ୍ଡା। ସେହିପରି ଦ୍ବିତୀୟ ଦିବସରେ ବାବାଙ୍କୁ ପାଲିଙ୍କିରେ ନିଆଯାଇ ଲକ୍ଷ୍ମଣପୁର,ପୁରୁଣା ଜଗତପୁର,ନାନକାର,ତରୋଳ,ଜଗତପୁର ଗୋଲେଇ ଛକ,କୃଷ୍ଣେଶ୍ୱର ମନ୍ଦିର ପ୍ରାଙ୍ଗଣ,ଗୟାନା ଛକ,ନଜରପୁର,ଭୁବନପୁର ଓ ଫକିରପୁର ପ୍ରଭୃତି ଅଞ୍ଚଳରେ ଚଭାଡି ଯାତ୍ରା ପରିକ୍ରମା କରି ପୁନର୍ବାର ସାଇ ମନ୍ଦିରରେ ପହଞ୍ଚିଥିଲା। ଶ୍ରୀ ସାଇନାଥ ସେବା ଟ୍ରଷ୍ଟ ମ୍ୟାନେଜିଂ ଟ୍ରଷ୍ଟି କାମପାଳ ଶତପଥିଙ୍କ ସହ ସମସ୍ତ କର୍ମକର୍ତ୍ତାଙ୍କ ଦ୍ଵାରା ଉତ୍ସବ ପରିଚାଳନା କରାଯାଉଛି। ଶେଷ ଦିନରେ ଭଜନ ପରିବେଷଣ,ସମ୍ବର୍ଦ୍ଧନା ସଭା ଏବଂ ଯଜ୍ଞ ପୂର୍ଣ୍ଣାହୁତି ହେବ ବୋଲି ସୂଚନା ଦିଆଯାଇଛି।