• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ନିର୍ମଳଝର ଛକ ରେ ପୋଲିସ ର ଚଢ଼ାଉ, ୭୨୦ ଲିଟର ବେଆଇନ ଦେଶୀ ମଦ ସହ କାର ଜବତ

ByOdishri Khabar

Jul 23, 2025
Spread the love

ମଙ୍ଗଳବାର ଦିନ ଖଲ୍ଲିକୋଟ ସ୍ଥିତ ନିର୍ମଳଝର ଛକ ଠାରେ ଖଲ୍ଲିକୋଟ ପୋଲିସ ଚଢ଼ାଉ କରି ୭୨୦ ଲିଟର ବେଆଇନ ଦେଶୀ ମଦ ବୋଝେଇ କାର ଜବତ କରିବା ସହ କାର ଚାଳକ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଅପଡ଼ିଛି । ସୂଚନା ଅନୁଯାଇ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୁହାରିଆପାଟ ସ୍ଥିତ ଆଦିବାସୀ ପଲ୍ଲୀ ଠାରୁ ଆସିକା ଅଭିମୁଖେ ବେଆଇନ ଦେଶୀ ମହୁଲି ମଦ କୁ ବୋଝେଇ କରି ଯାଉଥିବା ବେଳେ ନିର୍ମଳଝର ଛକ ନିକଟରେ ଚଢ଼ାଉ କରି କାର ନମ୍ବର ଓଡି ୦୨୦ କ୍ୟୁ ୭୨୦୬ କୁ ଜବତ କରି ଥାନା କେସ ନମ୍ବର ୬୦୬ / ୨୫ ରେ ଗାଡି ଚାଳକ ଆସିକା ଥାନା କୋଟିନଡା ଗ୍ରାମ ର ଉପେନ୍ଦ୍ର ସାହୁ ଙ୍କ ପୁଅ ଶମ୍ଭୁ ସାହୁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *