ଅନୁଗୋଳ ବଅଁରପାଳ ଥାନା ଭୋଗବେରେଣି ପଞ୍ଚାୟତ ଖାମଣା ଗାଁରେ ଶାଶୁ ଶଶୁରଙ୍କ ନିର୍ଯାତନାର ଶିକାର ହୋଇ ହେଉଥିବା ଜଣେ ମହିଳା ନ୍ୟାୟ ପାଇବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହୋଇଛନ୍ତି । ସୂଚନା ଯେ, ବଉଳିଗଡ ଗ୍ରାମର ରଣଜିତ୍ ନାୟକଙ୍କ ଝିଅ ଲିଜାରାଣୀ ନାଏକ ବୈଦିକ ରୀତିନୀତି ଅନୁଯାୟୀ ଖମଣା ଗ୍ରାମର ବେଣୁଧର ନାଏକଙ୍କ ପୁଅ ବୀରେନ ନାଏକଙ୍କୁ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ବିରେନଙ୍କର ମୃତ୍ୟୁ ହୋଇଥିଲା। ବିରେନ୍ ଙ୍କ ମୃତ୍ୟୁ ପରେ ଲିଜାରାଣୀଙ୍କୁ ଶାଶୁ ଶଶୁର ଏବଂ ନଣନ୍ଦ ନିର୍ଯାତନା ଦେଉଥିଲେ। ନିର୍ଯାତନା ସହି ନପାରି ଲିଜାରାଣୀ ବଅଁରପାଳ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ନ୍ୟାୟ ପାଇବା ଆଶାରେ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା ଯେ, ଲିଜାରାଣୀ କେବେ ନ୍ୟାୟ ପାଉଛନ୍ତି।